Posted inଫୁରସତ

ମାଙ୍କଡ଼ଙ୍କ ପାଇଁ ବୀମା କମ୍ପାନୀ ନାକେଦମ

ବୀମା କମ୍ପାନୀମାନେ ମାଙ୍କଡ଼ଙ୍କ ପାଇଁ ନାକେଦମ ହୋଇ ପଡ଼ିଲେଣି। ଏକଥା ଶୁଣିଲେ ହୁଏତ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇପାରେ। ଅବଶ୍ୟ ଏହା ଏଠିକାର କଥା ନୁହେଁ। ବାଲିର ବୀମା କମ୍ପାନୀମାନେ ଏଭଳି ଏକ ଖବର ପ୍ରକାଶ କରିଛନ୍ତି। ସେଠାକାର ପର୍ଯ୍ୟଟନ ସ୍ଥଳଗୁଡିକରେ ମାଙ୍କଡ଼ମାନଙ୍କର ପ୍ରାଦୁର୍ଭାବ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ପର୍ଯ୍ୟଟକମାନଙ୍କ ଜିନିଷ ପତ୍ର ଛଡ଼େଇ ନେବା ସହିତ ସେଗୁଡ଼ିକୁ ଭାଙ୍ଗି ପକାଉଛନ୍ତି। ବିଶେଷକରି ଅଷ୍ଟ୍ରେଲିଆର ପର୍ଯ୍ୟଟକମାନେ ଏଭଳି ହଇରାଣ ହରକତ ହେଉଛନ୍ତି। ସେତିକିନୁହେଁ ସେମାନେ ସମସ୍ତେ ବୀମାଭୁକ୍ତ ହୋଇଥିବାରୁ ମାଙ୍କଡ଼ମାନେ ଯେଉଁ କ୍ଷତି କରୁଛନ୍ତି ତାହାକୁ ସେମାନେ ବୀମା କମ୍ପାନୀମାନଙ୍କ ଠାରୁ ଆଦାୟ କରୁଛନ୍ତି। ୨୦୧୮ରୁ ଏହା ବଢ଼ିବାରେ ଲାଗିଛି। ଗୋଟିଏ ବୀମା କମ୍ପାନୀଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆର ଜଣେ ମହିଳା ପର୍ଯ୍ୟଟକ ବାଲିକୁ ପର୍ଯ୍ୟଟନରେ ଯାଇଥିଲେ। ସେ ଏକ ସୁଇମିଂପୁଲରେ ସ୍ନାନ କରୁଥିବା ବେଳେ ଗୋଟିଏ ମାଙ୍କଡ଼ ଆସି ତାଙ୍କ ପାଖରୁ ତାଙ୍କର ସନ୍‌ଗ୍ଲାସ୍‌ଟିକୁ ଛଡ଼େଇ ନେଇ ଚାଲିଗଲା। ଆଉ ତାକୁ ନଷ୍ଟ କରିଦେଲା। ସେହି ମହିଳା ଜଣକ ତାଙ୍କ କମ୍ପାନୀଠାରୁ ୫୩୫ଡଲାର ଦାବି କରିଥିଲେ। ସେମିତି ଆଉ ଏକ ରିପୋର୍ଟ ହେଉଛି, ଆଉ ଜଣେ ପର୍ଯ୍ୟଟକ ରାସ୍ତାରେ ଚାଲିଚାଲି ଯାଉଥିଲେ। ହଠାତ୍‌ ରାସ୍ତାରେ ଧଁା ଦଉଡ଼ ଆରମ୍ଭ ହୋଇଗଲା। ମାଙ୍କଡ଼ମାନେ ଉପଦ୍ରବ କରିବା ଆରମ୍ଭ କରିଦେଲେ। ତାଙ୍କ ଉପରକୁ ଗୋଟିଏ ମାଙ୍କଡ଼ ଝାମ୍ପି ପଡ଼ିଲା। ପର୍ଯ୍ୟଟକ ଜଣକ ତଳେ ପଡ଼ିଗଲେ। ତାଙ୍କର ଲାପ୍‌ଟପ୍‌ ଭାଙ୍ଗିଗଲା। ମାଙ୍କଡ଼ଟି ସେତିକିରେ ସନ୍ତୁଷ୍ଟ ନ ହୋଇ ତାଙ୍କଠାରୁ ତାଙ୍କ ସ୍ମାର୍ଟଫୋନ୍‌ଟି ଛଡ଼େଇ ନେଇ ଚାଲିଗଲା। ବ୍ୟକ୍ତିଜଣକ ମେଡ଼ିକାଲକୁ ବୁହା ହୋଇଗଲେ। ତାଙ୍କର ବୀମା ବାବଦକୁ କମ୍ପାନୀକୁ ୩୩୧୧ ଡଲାର ପଇଠ କରିବାକୁ ପଡ଼ିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶଗୁଡିକରେ ସାମାନ୍ୟ ଟଙ୍କା ଭଳି କାରାବାର ହେଉଛି ସୁନାରୂପା ମୁଦ୍ରା! ଜାଣନ୍ତୁ କେଉଁଠି…

ଆଜିର ଡିଜିଟାଲ ଯୁଗରେ, ଯେତେବେଳେ ଆମେ ଆମ ପକେଟରେ ଏକ ୱାଲେଟ ବିନା ମୋବାଇଲ ଫୋନରେ QR କୋଡ ସ୍କାନ କରି ସବୁକିଛି କରିଥାଉ। ଆପଣ କ’ଣ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri