Posted inଫୁରସତ

ମାଙ୍କଡ଼ଙ୍କ ପାଇଁ ବୀମା କମ୍ପାନୀ ନାକେଦମ

ବୀମା କମ୍ପାନୀମାନେ ମାଙ୍କଡ଼ଙ୍କ ପାଇଁ ନାକେଦମ ହୋଇ ପଡ଼ିଲେଣି। ଏକଥା ଶୁଣିଲେ ହୁଏତ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇପାରେ। ଅବଶ୍ୟ ଏହା ଏଠିକାର କଥା ନୁହେଁ। ବାଲିର ବୀମା କମ୍ପାନୀମାନେ ଏଭଳି ଏକ ଖବର ପ୍ରକାଶ କରିଛନ୍ତି। ସେଠାକାର ପର୍ଯ୍ୟଟନ ସ୍ଥଳଗୁଡିକରେ ମାଙ୍କଡ଼ମାନଙ୍କର ପ୍ରାଦୁର୍ଭାବ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ପର୍ଯ୍ୟଟକମାନଙ୍କ ଜିନିଷ ପତ୍ର ଛଡ଼େଇ ନେବା ସହିତ ସେଗୁଡ଼ିକୁ ଭାଙ୍ଗି ପକାଉଛନ୍ତି। ବିଶେଷକରି ଅଷ୍ଟ୍ରେଲିଆର ପର୍ଯ୍ୟଟକମାନେ ଏଭଳି ହଇରାଣ ହରକତ ହେଉଛନ୍ତି। ସେତିକିନୁହେଁ ସେମାନେ ସମସ୍ତେ ବୀମାଭୁକ୍ତ ହୋଇଥିବାରୁ ମାଙ୍କଡ଼ମାନେ ଯେଉଁ କ୍ଷତି କରୁଛନ୍ତି ତାହାକୁ ସେମାନେ ବୀମା କମ୍ପାନୀମାନଙ୍କ ଠାରୁ ଆଦାୟ କରୁଛନ୍ତି। ୨୦୧୮ରୁ ଏହା ବଢ଼ିବାରେ ଲାଗିଛି। ଗୋଟିଏ ବୀମା କମ୍ପାନୀଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆର ଜଣେ ମହିଳା ପର୍ଯ୍ୟଟକ ବାଲିକୁ ପର୍ଯ୍ୟଟନରେ ଯାଇଥିଲେ। ସେ ଏକ ସୁଇମିଂପୁଲରେ ସ୍ନାନ କରୁଥିବା ବେଳେ ଗୋଟିଏ ମାଙ୍କଡ଼ ଆସି ତାଙ୍କ ପାଖରୁ ତାଙ୍କର ସନ୍‌ଗ୍ଲାସ୍‌ଟିକୁ ଛଡ଼େଇ ନେଇ ଚାଲିଗଲା। ଆଉ ତାକୁ ନଷ୍ଟ କରିଦେଲା। ସେହି ମହିଳା ଜଣକ ତାଙ୍କ କମ୍ପାନୀଠାରୁ ୫୩୫ଡଲାର ଦାବି କରିଥିଲେ। ସେମିତି ଆଉ ଏକ ରିପୋର୍ଟ ହେଉଛି, ଆଉ ଜଣେ ପର୍ଯ୍ୟଟକ ରାସ୍ତାରେ ଚାଲିଚାଲି ଯାଉଥିଲେ। ହଠାତ୍‌ ରାସ୍ତାରେ ଧଁା ଦଉଡ଼ ଆରମ୍ଭ ହୋଇଗଲା। ମାଙ୍କଡ଼ମାନେ ଉପଦ୍ରବ କରିବା ଆରମ୍ଭ କରିଦେଲେ। ତାଙ୍କ ଉପରକୁ ଗୋଟିଏ ମାଙ୍କଡ଼ ଝାମ୍ପି ପଡ଼ିଲା। ପର୍ଯ୍ୟଟକ ଜଣକ ତଳେ ପଡ଼ିଗଲେ। ତାଙ୍କର ଲାପ୍‌ଟପ୍‌ ଭାଙ୍ଗିଗଲା। ମାଙ୍କଡ଼ଟି ସେତିକିରେ ସନ୍ତୁଷ୍ଟ ନ ହୋଇ ତାଙ୍କଠାରୁ ତାଙ୍କ ସ୍ମାର୍ଟଫୋନ୍‌ଟି ଛଡ଼େଇ ନେଇ ଚାଲିଗଲା। ବ୍ୟକ୍ତିଜଣକ ମେଡ଼ିକାଲକୁ ବୁହା ହୋଇଗଲେ। ତାଙ୍କର ବୀମା ବାବଦକୁ କମ୍ପାନୀକୁ ୩୩୧୧ ଡଲାର ପଇଠ କରିବାକୁ ପଡ଼ିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri