ମାଇକେଲ ପାତ୍ରଙ୍କ ଲାଗି ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ଫୀତି,ଅଭିବୃଦ୍ଧି

ନୂଆଦିଲ୍ଲୀ,୧୫-୧: ରିଜର୍ଭ ବ୍ୟାଙ୍କର ଗଭର୍ନର ପଦବୀରେ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଟିମ୍‌ରେ ଡେପୁଟି ଗଭର୍ନର ଭାବେ ଓଡ଼ିଶାର ବିଭୁ ପ୍ରସାଦ କାନୁନଗୋ ରହିଛନ୍ତି। ଏହି ଶୀର୍ଷ ଟିମ୍‌ରେ ନୂଆ କରି ଆଉ ଜଣେ ଓଡ଼ିଆ ଯୋଗ ଦେଇଛନ୍ତି। ନୂଆ ଡେପୁଟି ଗଭର୍ନର ମାଇକେଲ ଦେବବ୍ରତ ପାତ୍ରଙ୍କୁ ଏହି ଟିମ୍‌ରେ ସରକାର ସାମିଲ କରିଛନ୍ତି। ପାତ୍ର ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ କାର୍ଯ୍ୟରତ ଥିଲେ। ୧୯୮୫ରେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିବା ପାତ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ୩ ବର୍ଷ ଲାଗି ନୂଆ ପଦବୀରେ କାର୍ଯ୍ୟ କରିବେ। ୨୦୦୫ରେ ଆର୍‌ବିଆଇ ମୁଦ୍ରାନୀତି କମିଟି ବିଭାଗକୁ ଆସିବା ପୂର୍ବରୁ ସେ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗରେ ପରାମର୍ଶଦାତା ତଥା ଇଣ୍ଟରନ୍ୟାଶନାଲ ଫାଇନାନ୍ସ, ମନି ଆଣ୍ଡ ବ୍ୟାଙ୍କିଙ୍ଗ ବିଭାଗର ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି। ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ମୁମ୍ବାଇରୁ ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଛନ୍ତି। ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଆର୍ଥତ୍କ ସ୍ଥିରତା ବିଭାଗରେ ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ ମଧ୍ୟ କରିଛନ୍ତି। ଆଇଏମ୍‌ଏଫ୍‌ ଇନଷ୍ଟିଚ୍ୟୁଟ ଅନ୍‌ ଫାଇନାନ୍‌ସିଆଲ ପ୍ରୋଗ୍ରାମିଙ୍ଗ ଏବଂ ବ୍ୟାଙ୍କ୍‌ ଅଫ୍‌ ଇଂଲଣ୍ଡର ସେଣ୍ଟର ଫର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଷ୍ଟଡିଜରେ ପାତ୍ର ପ୍ରଫେଶନାଲ ତାଲିମ ଗ୍ରହଣ କରିଛନ୍ତି।
ମୁଦ୍ରାସ୍ଫୀତି ଲକ୍ଷ୍ୟ, ନଗଦ ପରିଚାଳନା ଏବଂ ମାକ୍ରୋଇକୋନୋମି ଭଳି ବିଭିନ୍ନ ଦିଗରେ ସେ ବର୍ତ୍ତମାନ ନୂଆ ଦାୟିତ୍ୱରେ କାର୍ଯ୍ୟ କରିବେ। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ୨୦୧୯ରେ ଲଗାତର ରେପୋ ରେଟ ହ୍ରାସ ବେଳେ ସେ ଭୋଟ ଦେଇଥିଲେ। ମାତ୍ର ଡିସେମ୍ବର ମୁଦ୍ରାନୀତି କମିଟି ବୈଠକରେ ସୁଧହାରରେ ବିରତି ନେଇ ପାତ୍ରଙ୍କ ସମେତ କମିଟିର ଅନ୍ୟ ମାନେ ଭୋଟ କରିନଥିବା ଦେଖାଯାଇଥିଲା। ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଖୁଚୁରା ମୁଦ୍ରାସ୍ଫୀତି ସାଢେ ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି ଠିକ୍‌ ନ ଥିବା କାରଣରୁ ୨୦୧୯-୨୦ରେ ଜିଡିପି ହାର ୫% ରହିବ ବୋଲି ଆର୍‌ବିଆଇ ପୂର୍ବାନୁମାନ କରିଛି। ଏଭଳି ବିଭିନ୍ନ ପ୍ରସଙ୍ଗ ପାତ୍ରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri