ମହୋତ୍ସବ ଦ୍ୱିତୀୟ ଦିବସ ଚିଲିକାରେ ଭାସିଲା ସାଧବ ପୁଅଙ୍କ ବୋଇତ

ବାଲୁଗାଁ,୧୩ା୧୧(ଡି.ଏନ.ଏ.): ଚିଲିକାର ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରା ଉଜ୍ଜୀବିତ ଉଦ୍ଦେଶ୍ୟରେ ମଙ୍ଗଳବାର ବାଲୁଗାଁ ଚିଲିକା ତଟଦେଶରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ପ୍ରତ୍ୟୁଷରୁ ଚିଲିକା ବିଧାୟକ ତଥା କମିଟି ସଭାପତି ପ୍ରଶାନ୍ତ କୁମାର ଜଗଦ୍ଦେବ, ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ରହି କଥାକଥିତ ସାଧବପୁଅ ବୋହୂଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ବନ୍ଦାପନା ପରେ ଚିଲିକା ତଟରେ ଅପେକ୍ଷାରତ ସୁସଜ୍ଜିତ ବୋଇତରେ ସାଧବ ପୁଅମାନେ ବିରାଜମାନ କରିଥିଲେ। ଉପସ୍ଥିତ ହଜାର ହଜାର ମହିଳାଙ୍କ ହୁଳହୁଳି ଧ୍ୱନି ସହ ବୋଇତଟି ଚିଲିକା ମଧ୍ୟସ୍ଥ କାଳିଜାଈ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ମହୋତ୍ସବର ଦ୍ୱିତୀୟ ଦିବସରେ ଦିନତମାମ ସ୍ଥାନୀୟ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଗ୍ରୁପ୍‌ ଡ଼୍ୟାନ୍ସ, ସାଂସ୍କୃତିକ କାର୍ଯ୍ୟକ୍ରମ, ପତଞ୍ଜଳୀ ଯୋଗ ସମିତି ବାଲୁଗାଁ ପକ୍ଷରୁ ଯୋଗ ପ୍ରଦର୍ଶନ ଓ କବିତା ପାଠୋତ୍ସବ ଜାରି ରହିଥିଲା ା ସନ୍ଧ୍ୟାରେ ଚିଲିକା ବିଧାୟକ ଜଗଦ୍ଦେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ ପାଟଶାଣି, ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଅମରେଶ ପତ୍ରୀ ଓ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖ ଯୋଗଦେଇ ଚିଲିକାର ଐତିହ୍ୟ ଓ ପରମ୍ପରାକୁ ଦୋହରାଇଥିଲେ ା ସଭା ପରେ ରଙ୍ଗିଲା ଡ଼୍ୟାନ୍ସ ଗ୍ରୁପ୍‌ ଓ ସୁର ଝଙ୍କାର ମେଲୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri