ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ସେକ୍ସନରେ ବସୁଛନ୍ତି ୧୫୦ ଶିକ୍ଷାର୍ଥୀ

ଆଠମଲ୍ଲିକ,୨୫ା୧୨(ଡି.ଏନ.ଏ.) – ସରକାରୀ ଉଦାସୀନତା ତଥା ଶିକ୍ଷା ବିଭାଗର ଚରମ ଅବହେଳା ଯୋଗୁ ଆଠମଲ୍ଲିକ ସଦର ମହକୁମାରେ ଥିବା ମହେନ୍ଦ୍ର ହାଇସ୍କୁଲର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏକଦା ଜିଲାର କେତୋଟି ଅଗ୍ରଣୀ ହାଇସ୍କୁଲ ମଧ୍ୟରେ ପରିଗଣିତ ହେଉଥିବା ଏହି ବିଦ୍ୟାଳୟର ଅବସ୍ଥା ବର୍ତ୍ତମାନ ଦୟନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଆବଶ୍ୟକ ଶିକ୍ଷକ ନ ଥିବାରୁ ୧୫୦ ପିଲାଙ୍କୁ ଗୋଟିଏ ହଲ୍‌ରେ ବସାଯାଇ ପଢ଼ାଯାଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
୧୯୪୭ରେ ଆଠମଲ୍ଲିକ ସହରରେ ସ୍ଥାପିତ ମହେନ୍ଦ୍ର ହାଇସ୍କୁଲ ଶିକ୍ଷାଦାନରେ ବେଶ୍‌ ଅଗ୍ରଣୀ ଥିଲା। ଏଠାକାର ଶିକ୍ଷାର୍ଥୀଙ୍କ ମଧ୍ୟରୁ କିଏ ଆଇଏଏସ୍‌ ତ କିଏ ଆଇପିଏସ୍‌ ଅଫିସର ହୋଇ ନିଜ ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିପାରିଛନ୍ତି। ଏପରିକି ବର୍ତ୍ତମାନର ବିଧାୟକ ରମେଶ ଚନ୍ଦ୍ର ସାଏ ମଧ୍ୟ ଏହି ସ୍କୁଲର ଛାତ୍ର ଥିଲେ। କିନ୍ତୁ ବିଡମ୍ବନାର ବିଷୟ ଯେ, ଏବେ ଏହି ମହେନ୍ଦ୍ର ହାଇସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ୫୩୨ ଥିଲେ ବି ମାତ୍ର ୭ ଜଣ ଶିକ୍ଷକରେ ଶିକ୍ଷାଦାନ ଚାଲୁଛି। ଗତ ଏପ୍ରିଲରୁ ପ୍ରଧାନ ଶିକ୍ଷକ ଅବସର ନେବା ପରେ ଉକ୍ତ ପଦବୀ ଖାଲି ପଡିଛି। ସେହିପରି ପୋଷ୍ଟ ଗ୍ରାଜୁଏଟ୍‌ (କଳା)ରେ ଗୋଟିଏ, ଟ୍ରେଣ୍ଡ ଇଣ୍ଟରମିଡିଏଟ୍‌ ୨ଟି, ଟ୍ରେଣ୍ଡ ମାଟ୍ରିକ୍‌ ୨ଟି, ପିଇଟି ୧ଟି ପଦବୀ ଖାଲି ପଡିଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାରୁ ସେକ୍ସନ କରାଯାଇ ପିଲାଙ୍କୁ ପଢ଼ାଯାଇପାରୁ ନାହିଁ। ନବମ ଶ୍ରେଣୀର ୧୫୦ ଛାତ୍ରୀଛାତ୍ରଙ୍କୁ ୪ଟି ସେକ୍ସନ କରା ନ ଯାଇ ଗୋଟିଏ ହଲ୍‌ରେ ବସାଯାଉଛି। ସେହିପରି ଦଶମ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୫୩। ଏମାନଙ୍କୁ ୪ଟି ବଦଳରେ ୨ଟି ସେକ୍ସନ କରାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ କହିଛନ୍ତି, ହାଇସ୍କୁଲର ସମସ୍ୟା ସମ୍ପର୍କରେ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବହୁବାର ଜଣାଇଛୁ। ମାତ୍ର ଏଯାବତ୍‌ କୌଣସି ସୁଫଳ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...

ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…

ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି।...

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା: ଏପଟେ  ପସିଲା ଲୁହା ଛଡ଼, ସେପଟେ ଛିଡ଼ିପଡ଼ିଲା ବିଦ୍ୟୁତ୍‌ ତାର   

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ...

ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ...

ତଳ ମୁହାଁ ପାରଦ: ଜି.ଉଦୟଗିରିରେ ୩.୧ ଡିଗ୍ରୀ

ଜି.ଉଦୟଗିରି, ୧୨ା୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳରେ ୨ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଜାଡ଼ ଥଣ୍ଡା ସହ...

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri