ମହୁଲ ମଞ୍ଜିର ଅଭାବୀ ବିକ୍ରି: ଆଦିବାସୀଙ୍କୁ ମିଳୁନି ଉଚିତ୍‌ ମୂଲ୍ୟ

ଫିରିଙ୍ଗିଆ,୧୪ା୬- କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ। ଅଧିକାଂଶ ଆଦିବାସୀ ଲୋକେ ଜଙ୍ଗଲଜାତ ପଦାର୍ଥ ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି। ବିଭିନ୍ନ ଋତୁରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି। ଯେଉଁଥିରୁ କିଛି ଟଙ୍କା ରୋଜଗାର କରି ପରିବାର ଚଳାନ୍ତି। ସେଥିମଧ୍ୟରୁ ମହୁଲ ମଞ୍ଜି ଅନ୍ୟତମ। ଯେଉଁଥିରୁ ତେଲ ବାହାର କରାଯାଏ। ଏହି ତେଲ ଖାଇବାଠାରୁ ଆରମ୍ଭ କରି ସାବୁନ ତିଆରିରେ ବ୍ୟବହୃତ ହୁଏ। ଏହାର ବଜାର ଆଜି ପର୍ଯ୍ୟନ୍ତ ସୃଷ୍ଟି କରାଯାଇନାହିଁ। ବାହାରର ବ୍ୟବସାୟୀମାନେ ଏହି ଜିଲାରୁ ଅଳ୍ପ ଦରରେ ଆଦିବାସୀଙ୍କଠାରୁ ମହୁଲ ମଞ୍ଜି କ୍ରୟ କରି ବାହାରେ ଚଢ଼ା ଦରରେ ବିକି ମାଲାମାଲ ହେଉଛନ୍ତି। ସରକାରୀସ୍ତରରେ ଏହାର କିଣା ବିକା ହେଉ ନ ଥିବାରୁ ସିଧାସଳଖ ଭାବେ ଆଦିବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଏହାର ବଜାର ସୃଷ୍ଟି କରିବା ପାଇଁ ସେମାନେ ଦାବି କରିଛନ୍ତି। ସାଧାରଣତଃ ମହୁଲ ଫୁଲରୁ ପୋଚ କରାଯାଇ ମହୁଲି ମଦ ତିଆରି କରାଯାଏ ବୋଲି ଲୋକଙ୍କ ଧାରଣା ରହିଛି। ଏଥିରୁ ମହୁଲ ପିଠା ମଧ୍ୟ ପ୍ରସ୍ତୁତ ହୁଏ। ଏହାର ମଞ୍ଜିରୁ ତେଲ ପ୍ରସ୍ତୁତ କରାଯାଏ। ଏହାକୁ ଆଦିବାସୀମାନେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରନ୍ତି। ସେହିପରି ସାବୁନ ପ୍ରସ୍ତୁତିରେ ଏହି ତେଲ ଲାଗିଥାଏ। ପ୍ରତିବର୍ଷ ଏପ୍ରିଲରୁ ଜୁନ୍‌ ଏହି ୩ମାସ ମଧ୍ୟରେ ମହୁଲ ଫୁଲ ଫୁଟି ଝଡିବା ପରେ ଫଳ ଫଳିଥାଏ। ଏହାକୁ ସ୍ଥାନୀୟ ଭାଷାରେ ଟୋଲ କୁହାଯାଏ। ଆଦିବାସୀମାନେ ଏହି ଟୋଲକୁ ଗଛରୁ ସଂଗ୍ରହ କରି ଶୁଖାଇ ସେଥିରୁ ମଞ୍ଜି ବାହାର କରନ୍ତି। ଯାହାକୁ ଗୋରା କୁହନ୍ତି। ଜଣେ ଲୋକ ଭୋର ୫ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରାୟ ୪ରୁ ୫ କେଜି ପର୍ଯ୍ୟନ୍ତ ଟୋଲ ସଂଗ୍ରହ କରନ୍ତି। ପ୍ରାୟ ଏକ ସପ୍ତାହ ଶୁଖିଲା ପରେ ତାକୁ ଫଟାଇ ଗୋରା (ମଞ୍ଜି) ବାହାର କରନ୍ତି। ମଞ୍ଜିକୁ ଗୁଣ୍ଡ କରି ଶିଝାଇବା ପରେ ସେଥିରୁ ତେଲ ବାହାର କରାଯାଏ। ୫ କିଲୋ ଟୋଲରୁ ପ୍ରାୟ ୩ କେଜି ଗୋରା ବାହରେ ଓ ଏଥିରୁ ପ୍ରାୟ ୨ କେଜି ତେଲ ବାହାରେ। ଏହି ତେଲ ଓ ଖଦାକୁ ଆଦିବାସୀମାନେ ଖାଦ୍ୟ(ପିଠା, ତରକାରୀ) ଭାବେ ବ୍ୟବହାର କରନ୍ତି। ତେବେ ଟୋଲ ସଂଗ୍ରହ ଠାରୁ ପ୍ରସ୍ତୁତ ପର୍ପ୍ୟନ୍ତ ବହୁ ସମୟସାପେକ୍ଷ ଓ ଅଧିକ ପରିଶ୍ରମ କରିବାକୁ ପଡୁଥିବାରୁ ଅନେକ ଏହାକୁ ବଜାରରେ ବିକ୍ରି କରି ଦେଉଛନ୍ତି। ଗୋରାରୁ ଆଧୁନିକ ପ୍ରକ୍ରିୟାକରଣ ମଧ୍ୟମରେ ତେଲ ପ୍ରସ୍ତୁତ କରାଯାଉଛି। ବ୍ୟବସାୟୀମାନେ ଏହି ମଞ୍ଜିକୁ ଆଦିବାସୀଙ୍କଠାରୁ କେଜି ପ୍ରତି ୧୫ ରୁ ୨୦ ଟଙ୍କା ଦରରେ କିଣି ନେଇ ଚଢା ଦରରେ ବିକ୍ରି କରି ଲାଭବାନ ହେଉଛନ୍ତି। ହେଲେ ଦିନ ତମାମ ପରିଶ୍ରମ କରି ଗୋରା ସଂଗ୍ରହ କରୁଥିବା ଆଦିବାସୀ ଉଚିତ୍‌ ମୂଲ୍ୟ ପାଇ ପାରୁ ନାହାନ୍ତି। ଯଦି ସରକାର ମଣ୍ଡି କିମ୍ବା ସୋସାଇଟି ମାଧ୍ୟମରେ ଏହାକୁ କ୍ରୟ କରନ୍ତେ କିମ୍ବା ଜିଲାରେ ଏହାର ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରନ୍ତେ ତେବେ ଆଦିବାସୀମାନେ ଏହି ଜଙ୍ଗଲଜାତ ପଦାର୍ଥର ଉଚିତ ମୂଲ୍ୟ ପାଇପାରନ୍ତେ। ଏଥିପ୍ରତି ଦୃଷ୍ଟି ଦେବାକୁ ଗୋଛାପଡା ପଞ୍ଚାୟତର ଡେରାକୁା ଗ୍ରାମବାସୀ ଅଞ୍ଜଳୀ ଦିଗାଲ, ମାଣିକ ଦିଗାଲ, ବିଘ୍ନେଶ୍ୱର ଦିଗାଲ, ଡମ୍ବୁରୁଧର ଦିଗାଲ, ଜାମବତୀ କହଁର ପ୍ରମୁଖ ବହୁ ଆଦିବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri