ମହିଳା ବିରୋଧୀ ହିଂସା ରୋକିବାକୁ ପ୍ରୟାସ : ଅନ୍ତର୍ଜାତୀୟ ସ୍ତରରେ ହେବ ‘କନ୍ୟା କିରଣ’

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ୍‌(କିସ୍‌) ପକ୍ଷରୁ ମହିଳା ଓ କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ଆୟୋଜିତ ସଚେତନତା ଅଭିଯାନ ‘କନ୍ୟା କିରଣ’ର ୩ୟ ସଂସ୍କରଣ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଅଭିଯାନ କରାଯିବାକୁ ଥିବାବେଳେ ମହିଳା ବିରୋଧୀ ହିଂସା କିଭଳି ରୋକାଯାଇପାରିବ, ସେ ନେଇ ଲୋକଙ୍କୁ ସଚେତନ କରାଯିବ। ଆଗାମୀ ବର୍ଷଠାରୁ ‘କନ୍ୟା କିରଣ’କୁ ବିଶ୍ୱବ୍ୟାପକ କରିବା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯିବ ବୋଲି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ ଯୋଗଦେଇ କହିଥିଲେ, ନାରୀ ସଭ୍ୟତାର ଅଗ୍ରଗତି ନିମନ୍ତେ କନ୍ୟା କିରଣ ଏକ ଭଲ ପରିକଳ୍ପନା। ସାମାଜିକ ବିକାଶ କ୍ଷେତ୍ରରେ ଏହା ଏକ ନୂଆ ଚିନ୍ତାଧାରା ସୃଷ୍ଟି କରିପାରିଛି। ସମାଜରେ ନାରୀର ଗୁରୁତ୍ୱ ଲୋକମାନେ ବୁଝି ପାରୁଥିଲେ ବି ଆହୁରି ସଚେତନତାର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ସମ୍ପାଦକ ଆର୍‌.ଏନ୍‌. ଦାଶ କହିଲେ, ନାରୀକୁ ଆବାହମାନ କାଳରୁ ସମାଜରେ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ମାତ୍ର ଆଧୁନିକ ସମାଜ ନାରୀର ମର୍ଯ୍ୟାଦାକୁ ଭୁଲିଯିବାର ଯେଉଁ ମାନସିକତାରେ ଆକ୍ରାନ୍ତ ହୋଇଛି, ତାହାକୁ ଦୂର କରିବାର ଆବଶ୍ୟକତା ରହିଛି। ସମାଜରେ ନାରୀଙ୍କ ପ୍ରତି ଲୋକଙ୍କର ଥିବା ମାନସିକତାକୁ ପରିବର୍ତ୍ତନ କରାଯିବା ଉଚିତ ବୋଲି ସେ କହିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ କହିଥିଲେ, ବିଶ୍ୱ ଏବେ ପ୍ରକୃତି, ମାନବ ଓ ପ୍ରଯୁକ୍ତିବିଦ୍ୟା ଭଳି ୩ ମୁଖ୍ୟ ବ୍ୟବସ୍ଥା ଦେଇ ସନ୍ତୁଳିତ ଭାବେ ଗତି କରୁଛି। ଏଥିମଧ୍ୟରୁ କୌଣସିଟିରେ ତାରତମ୍ୟ ଦେଖାଦେଲେ ସମଗ୍ର ଜଗତ ଅସନ୍ତୁଳିତ ହୋଇଯାଏ। ସେଥିପାଇଁ ପ୍ରତ୍ୟେକଟି ସହ ଉପଯୁକ୍ତ ସମନ୍ବୟ ରକ୍ଷା କରି ବିଶ୍ୱକୁ ସନ୍ତୁଳିତ ରଖିବାକୁ ହେବ। ଚଳିତବର୍ଷ ‘କନ୍ୟା କିରଣ’ ବିଷୟବସ୍ତୁ ଉପରେ କିଟ୍‌ ଓ କିସ୍‌ର ୩ ହଜାର ମହିଳା କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri