ମହିଳା ଓ ମଧୁମେହ

ମଧୁମେହ ରୋଗୀଙ୍କର ହେଉଥିବା ବିଭିନ୍ନ ଜଟିଳତା ଏବଂ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଓ ଚିକିତ୍ସା ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ଏ ରୋଗ କମାଇବା ପାଇଁ ନଭେମ୍ବର ୧୪ ତାରିଖରେ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍‌ ହେଉଛି, ‘ପରିବାର ଓ ମଧୁମେହ ରୋଗ’।
ସବୁ ଦେଶରେ ଏବେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ପରିସଂଖ୍ୟାନରୁ ଜଣାଯାଇଛି ଯେ, ଏହି ରୋଗୀଙ୍କ ସଂଖ୍ୟା ଆମ ଦେଶରେ ସର୍ବାଧିକ। ସାରା ବିଶ୍ୱରେ ୪୨.୫ କୋଟି ଲୋକ ମଧୁମେହ ରୋଗ ଭୋଗୁଥିଲା ବେଳେ ପ୍ରାୟ ୨୦ କୋଟି ମହିଳା ଏହି ରୋଗରେ ଆକ୍ରାନ୍ତ । ୨୦୪୦ ସୁଦ୍ଧା ମହିଳା ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ି ୩୧.୬ କୋଟିରେ ପହଞ୍ଚତ୍ୟିବ। ତେଣୁ ମହିଳାମାନେ କିପରି ସୁସ୍ଥ ରହିବା ଲାଗି ସୁଷମ ଖାଦ୍ୟ ଖାଇବା ସହ ବ୍ୟାୟାମ କରିବା ଏବଂ ନୂତନ ଜୀବନଶୈଳୀକୁ ଆପଣାଇବା ଆବଶ୍ୟକ। ତେବେ ପରିବାରରେ ଜଣକୁ ମଧ୍ୟ ମଧୁମେହ ରୋଗ ହେଲେ ସାରା ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥାନ୍ତି ଏବଂ ଏଥିରେ ସନ୍ତାନସନ୍ତତିମାନେ ମଧ୍ୟ ବଂଶଗତ ଦୃଷ୍ଟିରୁ ଏହି ରୋଗ ଭୋଗିବା ଆଶଙ୍କା ଥାଏ। ତେଣୁ ନିଜ ସହ ପରିବାରରେ ସମସ୍ତଙ୍କ ସ୍ବାସ୍ଥ୍ୟ କିପରି ଠିକ୍‌ ରହିବ ସେଥିପ୍ରତି ମହିଳାମାନେ ବିଶେଷ ଦୃଷ୍ଟିଦେବା ଆବଶ୍ୟକ , ଏହା ମହିଳାମାନଙ୍କ ଦାୟିତ୍ୱ।
ସମସ୍ତ ମହିଳା ରୋଗୀଙ୍କ ମଧ୍ୟରୁ ପ୍ରାୟ ୫ କୋଟି ମହିଳା ପ୍ରଜନନ ବୟସ ସୀମାରେ ଥାନ୍ତି। ଏହି ରୋଗ ମହିଳା ମୃତ୍ୟୁର ପ୍ରମୁଖ କାରଣ, ଯେଉଁଥିରେ ପ୍ରାୟ ୨୦ ଲକ୍ଷ ମହିଳାଙ୍କର ମୃତ୍ୟୁ ଘଟିଥାଏ। ଟାଇପ୍‌-୨ ମହିଳା ମଧୁମେହ ରୋଗୀମାନେ ୧୦ ଗୁଣ ଅଧିକ କରୋନାରି ହାର୍ଟ ଡିଜିଜ୍‌ ବା ହୃତ୍‌ପିଣ୍ଡ ଧମନୀ ଜନିତ ରୋଗରେ ପୀଡ଼ିତ ହୁଅନ୍ତି। ୧୫-୪୫ ବର୍ଷ ମଧ୍ୟରେ ତାଙ୍କୁ ସ୍ତ୍ରୀ ହର୍‌ମୋନ ଇଷ୍ଟ୍ରୋଜେନ୍‌ ଏକ ରକ୍ଷାକବଚ ଭଳି କାମ କରି ତାଙ୍କୁ ହୃଦ୍‌ରୋଗରୁ ରକ୍ଷା କରିଥାଏ। ତେଣୁ ମାସିକ ଋତୁସ୍ରାବର ବିରତି(ମେନୋପଜ୍‌) ପରେ ଏହି ରୋଗର ଆଶଙ୍କା ବଢୁଥିବାରୁ ମହିଳାମାନେ ଏ ସମୟରେ ନିଜ ଦେହର ଯନତ୍ ନେବା ଖୁବ୍‌ ଜରୁରୀ। ସେମାନେ ରୁଟିନ୍‌ ବ୍ଲଡ୍‌ସୁଗାର ଏବଂ କୋଲେଷ୍ଟେରଲ ଆଦି ଟେଷ୍ଟ କରିବା ସହ ଉଚ୍ଚ ରକ୍ତଚାପ ଥିଲେ ତା’ର ଚିକିତ୍ସା କରିବା ଆବଶ୍ୟକ। ହୃଦ୍‌ଘାତର ସବୁଠାରୁ ବଡ଼ ରିସ୍କ ଫ୍ୟାକ୍ଟର ହେଉଛି ମଧୁମେହ ରୋଗ। ବେଳେବେଳେ ବେଶି ଛାତି ବ୍ୟଥା ବା ଆଞ୍ଜଇନ୍‌ ନ ହୋଇ ମଧ୍ୟ ’ନୀରବ ହୃଦ୍‌ଘାତ’ ହୋଇଥାଏ।
ରୋଗ ହୃତ୍‌ପିଣ୍ଡରେ ଥିବା ବୃହତ୍‌ ଧମନୀ (କରୋନାରି ଧମନୀ) ତଥା କ୍ଷୁଦ୍ର ଧମନୀରେ ଜଟିଳତା ସୃଷ୍ଟି କରିଥାଏ। ତେଣୁ ହୃଦ୍‌ଘାତ ଓ ମସ୍ତିଷ୍କ ଘାତ (ଷ୍ଟ୍ରୋକ୍‌) ଡାଇବେଟିକ୍‌ ରେଟିନୋପାଥି (ଆଖିରେ ଜଟିଳତା), ଡାଇବେଟିକ୍‌ ନେଫ୍ରୋପାଥି (ବୃକ୍‌କରେ ଜଟିଳତା) ତଥା କାର୍ଡିଓ ମାଇଓପାଥି (ହୃତ୍‌ପିଣ୍ଡରେ ଜଟିଳତା) ଦେଖାଦେଇଥାଏ । ତେଣୁ ମହିଳା ମଧୁମେହ ରୋଗୀମାନେ ତେଲ ଓ ଘିଅ, ଛଣାଛଣି ଓ ଚର୍ବିଜାତୀୟ ଖାଦ୍ୟ ନ ଖାଇ ଫଳ, ତଟକା ପନିପରିବା, ସନ୍ତୁଳିତ ଆହାର ଗ୍ରହଣ କରିବା ସହ ବ୍ୟାୟାମ ବା ଶାରୀରିକ ପରିଶ୍ରମ କରିବା ଦରକାର ।
ଏହାଛଡ଼ା ନିଜର ଜୀବନଶୈଳୀ ବଦଳାଇବା ବି ଆବଶ୍ୟକ ।
ଗର୍ଭାବସ୍ଥାରେ ମଧୁମେହ ରୋଗ:
ର୍ଭାବସ୍ଥାରେ ମଧୁମେହ ରୋଗ ମା’ ଓ ଶିଶୁ ଉଭୟଙ୍କ ପାଇଁ ଜଟିଳତା ସୃଷ୍ଟି କରିଥାଏ । ଟାଇପ୍‌-୨ ମଧୁମେହ ରୋଗୀ ଅପେକ୍ଷା ଟାଇପ-୧ ମଧୁମେହ ରୋଗୀଙ୍କର ଗର୍ଭନଷ୍ଟ ଓ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବା ସମ୍ଭାବନା ବେଶି ଥାଏ । ପ୍ରତ୍ୟେକ ୭ଟି ଶିଶୁ ମଧ୍ୟରୁ ଗୋଟିଏ ଶିଶୁ ଗର୍ଭାବସ୍ଥାରେ ମଧୁମେହ ରୋଗ ପାଇଁ ପ୍ରଭାବିତ ହୋଇଥାନ୍ତି ଏବଂ ଗର୍ଭାବସ୍ଥାରେ ମଧୁମେହ ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା ୫୦ ଭାଗ ମା’ ପ୍ରସବର ୫ ରୁ ୧୦ ବର୍ଷ ମଧ୍ୟରେ ଟାଇପ-୨ ମଧୁମେହ ରୋଗ ଭୋଗିଥାନ୍ତି। ଏହା ସାଧାରଣତଃ ଦୁଇ ପ୍ରକାର-ଆଗରୁ ମଧୁମେହ ରୋଗ ଥାଇ ଗର୍ଭଧାରଣ ଏବଂ ଗର୍ଭାବସ୍ଥା ଯୋଗୁ ମଧୁମେହ ରୋଗ। ତେଣୁ ଗର୍ଭାବସ୍ଥା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରିନାଟାଲ କାଉନସେଲିଂ ଏବଂ ଗର୍ଭାବସ୍ଥାରେ ସ୍କ୍ରିନିଂ ଖୁବ୍‌ ଜରୁରୀ ା
ତେଣୁ ମଧୁମେହ ରୋଗୀମାନେ ତାଙ୍କର ବ୍ଲଡ୍‌ସୁଗାର କମାଇ ଗର୍ଭଧାରଣ କରିବା ଆବଶ୍ୟକ। ଗର୍ଭଧାରଣର ପ୍ରଥମ ୩ ମାସ ମଧ୍ୟରେ ବ୍ଲଡ୍‌ସୁଗାର ବେଶି ଥିଲେ, ବିକଳାଙ୍ଗ ଶିଶୁ ହେବା ସମ୍ଭାବନା ବେଶି ଥାଏ। ଯେଉଁ ଗର୍ଭବତୀ ମହିଳାଙ୍କ ବୟସ ୩୦-୩୫ ବର୍ଷରୁ ବେଶି ହୋଇଥାଏ, ଯେଉଁମାନଙ୍କର ଓଜନ ଅଧିକ ଥାଏ ବା ପରିବାରରେ ଭାଇ, ଭଉଣୀ, ବାପା, ମା’ ବା କୌଣସି ରକ୍ତ ସମ୍ପର୍କୀୟଙ୍କର ମଧୁମେହ ରୋଗ ଥାଏ, ଯେଉଁମାନଙ୍କର ଆଗରୁ ବେଶି ଓଜନର ଶିଶୁ ଜନ୍ମ ନେଇଥାଏ, ଗର୍ଭରେ ଶିଶୁ ମୃତ୍ୟୁ, ବିକଳାଙ୍ଗ ଶିଶୁ, ପ୍ରସବ ପରେ ଶିଶୁ ମୃତ୍ୟୁ ବାରମ୍ବାର ଗର୍ଭନଷ୍ଟ, ଗର୍ଭାଶୟରେ ପାଣି ଜମିଯିବା, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ବା ବାରମ୍ବାର ପରିସ୍ରା ସଂକ୍ରମଣ ଓ ସାଦା ସ୍ରାବ ହୋଇଥାଏ, ସେମାନଙ୍କର ଗ୍ଲୁକୋଜ୍‌ ଚ୍ୟାଲେଞ୍ଜ ଟେଷ୍ଟ ଓ ମଧୁମେହ ରୋଗ ପାଇଁ ସ୍କ୍ରିନିଂ କରାଯାଏ । ଏହାଛଡ଼ା ସେମାନଙ୍କର ଗର୍ଭସ୍ଥ ଶିଶୁର ବିକଳାଙ୍ଗର ପରୀକ୍ଷା ପାଇଁ ଡୁଆଲ୍‌ ଓ ଟ୍ରିପଲ ମାର୍କର ଟେଷ୍ଟ, ଏନ୍‌ଟି ସ୍କାନ୍‌ ଓ ୫ ମାସରେ ‘ଟିଫା ସ୍କାନ୍‌’ କରାଯାଏ ଏବଂ ଶିଶୁର ଇକୋକାର୍ଡିଗ୍ରାମ କରି ହୃତ୍‌ପିଣ୍ଡରେ ଅସୁବିଧା ଅଛି କି ନାହିଁ ଦେଖିବାକୁ ହୋଇଥାଏ । ଗର୍ଭାବସ୍ଥାରେ ମଧୁମେହ ରୋଗ ଥିଲେ ବାରମ୍ବାର ଗର୍ଭନଷ୍ଟ, ଗର୍ଭଥଳୀରେ ପାଣି ଜମିବା, ଅପରିଣତ ପ୍ରସବ, ସିଜରିଆନ୍‌ ସେକସନ୍‌ ଆଦିର ଭୟ ଥାଏ। ଏହା ବ୍ୟତୀତ ବିକଳାଙ୍ଗ ଶିଶୁ, ବଡ଼ ଶିଶୁ, ମୁଣ୍ଡ ନ ଥିବା ଶିଶୁ(ଆନେନ୍‌ କେଫାଲସ୍‌), ବଡ଼ ମୁଣ୍ଡ ଶିଶୁ (ହାଇଡ୍ରୋ କେଫାଲସ୍‌), ହୃତ୍‌ପିଣ୍ଡରେ ଛିଦ୍ର, ବୃକ୍‌କ ତଥା ଖାଦ୍ୟନଳୀରେ ଅସୁବିଧା ଥିବା ଶିଶୁ ଜନ୍ମ ହୋଇଥାଏ । ତେଣୁ ପ୍ରସବ ସମୟରେ ସତର୍କତା ଅବଲମ୍ବନ କରି ମା’ ଓ ଶିଶୁକୁ ଜଟିଳତାରୁ ରକ୍ଷାକରିବା ଆବଶ୍ୟକ।

ଡା. ସରୋଜିନୀ ଷଡ଼଼ଙ୍ଗୀ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ: ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri