Arrested man in handcuffs with hands behind back
କଟକ ରୋଡ,୨୮।୭(ଡି.ଏନ୍.ଏ.)- ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ନୟାଗଡ଼ ଜିଲା ଶରଣକୁଳ ଅଞ୍ଚଳର ଶ୍ରୀଧର ନାୟକ। ପୋଲିସ ସୂଚନା ମୁତାବକ, ପାରିବାରିକ କଳହକୁ କେନ୍ଦ୍ରକରି ଶ୍ରୀଧର ରବିବାର ତାଙ୍କ ସ୍ତ୍ରୀଙ୍କ ନିକଟକୁ ଆସିଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ସ୍ତ୍ରୀର ବଡ ଭଉଣୀ ହଠାତ ଆସି ଶ୍ରୀଧରଙ୍କୁ ବାରଣ କରିଥିଲେ। ଏଥିରେ ସେ ଉତ୍ତକ୍ଷିପ୍ତ ହୋଇ ସମ୍ପର୍କୀୟାଙ୍କୁ ଏକ ବାଉଁଶରେ ପିଟିଥିଲେ। ଫଳରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ନଂ ୨୦୯/୧୯ରେ ଏକ ମାମଲା ରୁଜୁ ହୋଇଛି।