ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ରେଳ ଷ୍ଟେଶନରେ ଟ୍ରେନ୍କୁ ଅପେକ୍ଷା କରିଥିବା ଜନୈକା ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୋମବାର ବିଳମ୍ବିତ ରାତିରେ ଦୁର୍ବ୍ୟବହାର କରିବା ସହ ତାଙ୍କଠାରୁ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟେଶନରେ ଥିବା ଅନ୍ୟ ଲୋକମାନେ ସମ୍ପୃକ୍ତ ଯୁବକଙ୍କୁ ଧରି ମାଡ଼ ମାରିବା ପରେ ଆର୍ପିଏଫ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ଷ୍ଟେଶନରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମହିଳା ଜଣକ ଜିଲା ବାହାରର ହୋଇଥିବାରୁ ସେ ଘଟଣା ସମ୍ପର୍କରେ ଅଭିଯୋଗ ନ କରିବାରୁ ଆରପିଏଫ୍ ଅଟକ ଯୁବକଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମହିଳା ଜଣକ ଚିକିତ୍ସା ପାଇଁ ଆସିଥିଲେ। ମେଡିକାଲରୁ ଡିସ୍ଚାର୍ଜ ପରେ ସେ ଘରକୁ ଫେରିବାକୁ ସ୍ବାମୀଙ୍କ ସହ ଷ୍ଟେଶନରେ ଟ୍ରେନ୍କୁ ଅପେକ୍ଷା କରିଥିଲେ। ସେ ମହିଳା ପ୍ରତୀକ୍ଷାଳୟରେ ଶୋଇଥିବା ବେଳେ ତାଙ୍କ ସ୍ବାମୀ ପ୍ଲାଟଫର୍ମରେ ବସିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସମ୍ପୃକ୍ତା ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ମହିଳା ଜଣକ ପାଟି କରିବାରୁ ଯୁବକ ଜଣଙ୍କ ଏକ ପଲିଥିନ୍ ବ୍ୟାଗ ନେଇ ଦୌଡ଼ି ପଳାଇଥିଲେ। ପ୍ଲାଟଫର୍ମରେ ଥିବା ଲୋକମାନେ ଯୁବକଙ୍କୁ କାବୁ କରିବା ସହ ମାଡ଼ ମାରି ଆର୍ପିଏଫ୍କୁ ହସ୍ତାନ୍ତର କରିଥିଲେ। ରେଳବାଇ ଥାନାରେ ଅଭିଯୋଗ କରିବାକୁ ମହିଳା ଜଣଙ୍କୁ ବୁଝାଶୁଝା କରାଯାଇଥିଲେ ବି ସେ ଅଭିଯୋଗ ନ କରିବାରୁ ଯୁବକ ଜଣଙ୍କୁ ଦୀର୍ଘ ସମୟ ଅଟକ ରଖିବା ପରେ ଛାଡ଼ି ଦିଆଯାଇଥିବା ଆରପିଏଫ୍ ଅଧିକାରୀ ପ୍ରବୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି।
ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…
ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…
ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…
ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…
ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…
ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍: ଆଉ ତା’ପରେ…
କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
Archives

