ମହାଶିବରାତ୍ରି: ଭଗବାନ ଶିବଙ୍କ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ

ଆଜି ମହାଶିବରାତ୍ରି। ସମସ୍ତ ଭକ୍ତ ଭଗବାନ ଶିବଙ୍କ ପୂଜା କରିବାରେ ଲାଗିପଡ଼ିଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଶିବଙ୍କ ଉପରେ ଆଧାରିତ ତଥା ତାଙ୍କ ମହିମା ବିଷୟରେ ଅନେକ ଫିଲ୍ମ ରହିଛି। କେତେବେଳେ ଶିବଙ୍କ ମହିମା ଉପରେ ଫିଲ୍ମ ନିର୍ମାଣ ହୋଇଛି ତ ଆଉ ତାଙ୍କ ରୂପରେ ଶକ୍ତି ଏବଂ ସମର୍ପଣ ଭାବ ଦେଖିବାକୁ ମିଳିଛି। ଏହି ସିନେମାରେ ଅଜୟ ଦେବଗନ୍‌ଙ୍କଠାରୁ ଆରମ୍ଭକରି ରଣବୀର କପୁରଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ କଳାକାର ଅଭିନୟ କରିଛନ୍ତି। ଜାଣିବା ସେମିତି ସିନେମା ବିଷୟରେ।

ବ୍ରହ୍ମାସ୍ତ୍ର : ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଅଭିନେତା ରଣବୀର କପୁରଙ୍କ ଚରିତ୍ରର ନାମ ରହିଛି ‘ଶିବ’। ଫିଲ୍ମରେ ତାଙ୍କ ପାଖରେ ଏକ ସୁପର ପାଓ୍ବାର ରହିଛି, ଯାହାକୁ ଭଗବାନ ଶିବଙ୍କ ସହ ଯୋଡ଼ାଯାଉଛି। ଫିଲ୍ମରେ ରଣବୀରଙ୍କ ସହ ଅଭିନେତ୍ରୀ ଆଲିୟା ଭଟ୍ଟ ପ୍ରମୁଖ ଚରିତ୍ରରେ ରହିଛନ୍ତି।

ବାହୁବଳୀ: ଏହି ଫିଲ୍ମରେ ଭଗବାନ ଶିବଙ୍କ ମହିମାକୁ ସୁନ୍ଦର ଭାବେ ପରଦା ଉପରେ ଉପସ୍ଥାପନ କରାଯାଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନେତା ପ୍ରଭାସଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର ଏକ ଦୃଶ୍ୟରେ ସେ ଶିବଲିଙ୍ଗକୁ କାନ୍ଧରେ ଧରିଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ବେଶ୍‌ ଆକର୍ଷଣୀୟ ହୋଇପାରିଛି।

କେଦାରନାଥ: ଭଗବାନ ଶିବଙ୍କ ମହିମା ଉପରେ ଆଧାରିତ ଆଉ ଏକ ଫିଲ୍ମ ହେଉଛି ‘କେଦାରନାଥ’। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସୁଶାନ୍ତ ସିଂହ ରାଜପୁର। ଫିଲ୍ମରେ ତାଙ୍କ ଚରିତ୍ରଟି ଅନ୍ୟକୁ ସାହାଯ୍ୟ କରିବାର ରହିଛି। ଯଦି ଆପଣ ଅନ୍ୟକୁ ସାହାଯ୍ୟ କରୁଛନ୍ତି ତେବେ ନିଜେ ଭଗବାନ ଶିବ ଆପଣଙ୍କୁ ସାହାଯ୍ୟ କରିବେ ତାହା ଫିଲ୍ମର ସନ୍ଦେଶ।

ସାଟେଲାଇଟ ଶଙ୍କର: ଆଦିତ୍ୟ ପାଞ୍ଚୋଲି ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଫିଲ୍ମରେ ସେ ଜଣେ ଯବାନ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ କି ଭଗବାନ ଶିବଙ୍କ ପ୍ରତି ସମର୍ପିତ ହେଉଛନ୍ତି।

ଶିବାୟ: ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଶିବାୟ’ଭଗବାନ ଶିବଙ୍କ ଉପରେ ପର୍ଯ୍ୟବସିତ। ଏଥିରେ ଅଜୟ ଜଣେ ପର୍ବତାରୋହୀ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ନାମ ରହିଛି ଶିବାୟ। ଭଗବାନ ଶିବ ରାଗିଗଲେ ପାପୀଙ୍କ ସର୍ବନାଶ କରିବେ। ତାହା ଏହି ଫିଲ୍ମରେ ଦର୍ଶାଯାଇଛି। ଫିଲ୍ମର ଏକ ଗୀତ ଶିବଙ୍କ ମହିମା ଉପରେ ଆଧାରିତ।


Enter your email to get our daily news in your inbox.

All Right Reserved By Dharitri.Com

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?