ମହାରାଷ୍ଟ୍ର, ହରିୟାଣାରେ ପୁଣି ଭାଜପା

ନୂଆଦିଲ୍ଲୀ,୨୨ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ସୋମବାର ଶେଷ ହୋଇଛି। ଗୁରୁବାର ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍‌ ଫେରନ୍ତା ଜନମତ (ଏକ୍‌ଜିଟ୍‌ ପୋଲ୍‌) ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଉଭୟ ରାଜ୍ୟରେ ଭାଜପା ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ ସରକାର ଗଢ଼ିବ ବୋଲି ଅଧିକାଂଶ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ଲାଗି କୁହୁକ ସଂଖ୍ୟା ୧୪୫ ହୋଇଥିଲାବେଳେ ଭାଜପା-ଶିବସେନା ମେଣ୍ଟକୁ ୨୩୦ ଆସନ ମିଳିବ ବୋଲି ଟାଇମ୍ସ ନାଓ ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନ କରିଛି। ଏଥିରେ କଂଗ୍ରେସ ଏନ୍‌ସିପି ମେଣ୍ଟକୁ ମାତ୍ର ୪୮ ଆସନ ମିଳିବ ବୋଲି କୁହାଯାଇଥିଲାବେଳେ ଅନ୍ୟାନ୍ୟ ଦଳଙ୍କୁ ୧୦ଟିରେ ସୀମିତ ରହିବାକୁ ପଡିବ। ସେହିପରି ନ୍ୟୁଜ୍‌ ୧୮-ଆଇପିଏସ୍‌ଓଏସ୍‌ ସର୍ଭେ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୨୪୩ ଆସନ ମିଳିବାକୁ ଥିଲାବେଳେ କଂଗ୍ରେସ-ଏନ୍‌ସିପିକୁ ୪୧ ଓ ଅନ୍ୟମାନଙ୍କୁ ୪ ଆସନ ମିଳିବ। ଦେବେନ୍ଦ୍ର ଫଡ୍‌ନବିସ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ଏବିପି ନ୍ୟୁଜ୍‌-ସି ଭୋଟର ଏକ୍‌ଜିଟ ପୋଲ୍‌ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୧୯୨ରୁ ୨୧୬ ଆସନ ମିଳିବାକୁ ଥିଲାବେଳେ ବିରୋଧୀ ମେଣ୍ଟକୁ ୫୫ରୁ ୮୧ ଆସନ ମିଳିବା ପୂର୍ବାନୁମାନ କରାଯାଇଛି। ସେହିପରି ଇଣ୍ଡିଆ ଟୁଡେ-ଆକ୍ସିସ ସର୍ଭେରେ ଶାସକ ମେଣ୍ଟକୁ ୧୬୬-୧୯୪ ଆସନ ଏବଂ କଂଗ୍ରେସ-ଏନ୍‌ସିପି ମେଣ୍ଟକୁ ୭୨ରୁ ୯୦ ଆସନ ମିଳିବ ବୋଲି କୁହାଯାଇଛି। ରିପବ୍ଲିକ-ଜନ୍‌ କୀ ବାତ୍‌ ସର୍ଭେ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୨୧୬-୨୩୦ ଏବଂ କଂଗ୍ରେସ-ଏନ୍‌ସିପିକୁ ୫୨-୫୯ ଆସନ ମିଳିବ। ନ୍ୟୁଜ୍‌ ଏକ୍ସ-ପୋଲ୍‌ ଷ୍ଟ୍ରାଟ୍‌ ସର୍ଭେ ଅନୁଯାୟୀ ଶାସକ ମେଣ୍ଟ ୧୮୮ରୁ ୨୦୦ ଆସନ ପାଇବାକୁ ଥିଲାବେଳେ ବିରୋଧୀ ମେଣ୍ଟକୁ ୭୪ରୁ ୮୯ ଏବଂ ଅନ୍ୟମାନଙ୍କୁ ୬ରୁ ୧୦ ଆସନ ମିଳିବ ବୋଲି କୁହାଯାଇଛି।
ହରିୟାଣାରେ ମଧ୍ୟ ଅନୁରୂପ ପୂର୍ବାନୁମାନ କରାଯାଇଛି। ଟାଇମ୍ସ ନାଓର ବୁଥ୍‌ଫେରନ୍ତା ଜନମତ ସର୍ଭେ ଅନୁଯାୟୀ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଶାସକ ଭାଜପାକୁ ୭୧ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୧୧ ଓ ଅନ୍ୟ ଦଳଙ୍କୁ ୮ ଆସନ ମିଳିବ। ସେହିପରି ରିପବ୍ଲିକ୍‌ ଟିଭି- ଜନ କୀ ବାତ୍‌ ଅନୁଯାୟୀ ଭାଜପାକୁ ୫୨ରୁ ୬୩, କଂଗ୍ରେସକୁ ୧୫ରୁ ୧୯ ଏବଂ ଅନ୍ୟମାନଙ୍କୁ ୮ରୁ ୧୨ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଏଠାରେ ମ୍ୟାଜିକ୍‌ ନମ୍ବର ହେଉଛି ୪୬।
ସିଏନ୍‌ଏନ୍‌ ନ୍ୟୁଜ୍‌୧୮-ଆଇପିଏସ୍‌ଓଏସ୍‌ ଏକ୍‌ଜିଟ ପୋଲ୍‌ରେ ଭାଜପାକୁ ୭୫ ଆସନ ମିଳିବ ବୋଲି କୁହାଯାଇଥିଲାବେଳେ କଂଗ୍ରେସ ୧୦ଟିରେ ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହି ସଂସ୍ଥା ଆଇଏନ୍‌ଏଲ୍‌ଡିକୁ କୌଣସି ଆସନ ଦେଇନାହିଁ। ସେହିପରି ନ୍ୟୁଜ୍‌ଏକ୍ସ-ପୋଲ୍‌ଷ୍ଟ୍ରାଟ ସର୍ଭେ ଅନୁଯାୟୀ ଭାଜପା ୭୫ରୁ ୮୦ ଆସନ ପାଇବାକୁ ଥିବାବେଳେ କଂଗ୍ରେସ ୯ରୁ ୧୨ ଆସନରେ ସୀମିତ ରହିବ ଓ ଅନ୍ୟମାନଙ୍କୁ ୪ଟି ଆସନ ମିଳିବ। ଅବ୍‌କି ବାର ୭୫ ପାର୍‌ ବୋଲି ଭାଜପା ପକ୍ଷରୁ ହରିୟାଣାରେ ସ୍ଲୋଗାନ ଦିଆଯାଇଥିଲା। ନିର୍ବାଚନ ପ୍ରଚାରରେ ଭାଜପା ମୁଖ୍ୟତଃ ଜାତୀୟ ସୁରକ୍ଷା ଏବଂ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ପ୍ରାଧାନ୍ୟ ଦିଆଯାଇଥିଲା। ଭାଜପା ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଦଳ ଅଧ୍ୟକ୍ଷ ଅମିତ୍‌ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ପ୍ରଚାରର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri