ମହାରାଷ୍ଟ୍ର, ହରିୟାଣାରେ ପୁଣି ଭାଜପା

ନୂଆଦିଲ୍ଲୀ,୨୨ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ସୋମବାର ଶେଷ ହୋଇଛି। ଗୁରୁବାର ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍‌ ଫେରନ୍ତା ଜନମତ (ଏକ୍‌ଜିଟ୍‌ ପୋଲ୍‌) ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଉଭୟ ରାଜ୍ୟରେ ଭାଜପା ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ପୁଣିଥରେ ସରକାର ଗଢ଼ିବ ବୋଲି ଅଧିକାଂଶ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ଲାଗି କୁହୁକ ସଂଖ୍ୟା ୧୪୫ ହୋଇଥିଲାବେଳେ ଭାଜପା-ଶିବସେନା ମେଣ୍ଟକୁ ୨୩୦ ଆସନ ମିଳିବ ବୋଲି ଟାଇମ୍ସ ନାଓ ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନ କରିଛି। ଏଥିରେ କଂଗ୍ରେସ ଏନ୍‌ସିପି ମେଣ୍ଟକୁ ମାତ୍ର ୪୮ ଆସନ ମିଳିବ ବୋଲି କୁହାଯାଇଥିଲାବେଳେ ଅନ୍ୟାନ୍ୟ ଦଳଙ୍କୁ ୧୦ଟିରେ ସୀମିତ ରହିବାକୁ ପଡିବ। ସେହିପରି ନ୍ୟୁଜ୍‌ ୧୮-ଆଇପିଏସ୍‌ଓଏସ୍‌ ସର୍ଭେ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୨୪୩ ଆସନ ମିଳିବାକୁ ଥିଲାବେଳେ କଂଗ୍ରେସ-ଏନ୍‌ସିପିକୁ ୪୧ ଓ ଅନ୍ୟମାନଙ୍କୁ ୪ ଆସନ ମିଳିବ। ଦେବେନ୍ଦ୍ର ଫଡ୍‌ନବିସ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ଏବିପି ନ୍ୟୁଜ୍‌-ସି ଭୋଟର ଏକ୍‌ଜିଟ ପୋଲ୍‌ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୧୯୨ରୁ ୨୧୬ ଆସନ ମିଳିବାକୁ ଥିଲାବେଳେ ବିରୋଧୀ ମେଣ୍ଟକୁ ୫୫ରୁ ୮୧ ଆସନ ମିଳିବା ପୂର୍ବାନୁମାନ କରାଯାଇଛି। ସେହିପରି ଇଣ୍ଡିଆ ଟୁଡେ-ଆକ୍ସିସ ସର୍ଭେରେ ଶାସକ ମେଣ୍ଟକୁ ୧୬୬-୧୯୪ ଆସନ ଏବଂ କଂଗ୍ରେସ-ଏନ୍‌ସିପି ମେଣ୍ଟକୁ ୭୨ରୁ ୯୦ ଆସନ ମିଳିବ ବୋଲି କୁହାଯାଇଛି। ରିପବ୍ଲିକ-ଜନ୍‌ କୀ ବାତ୍‌ ସର୍ଭେ ଅନୁଯାୟୀ ଭାଜପା-ଶିବସେନା ମେଣ୍ଟକୁ ୨୧୬-୨୩୦ ଏବଂ କଂଗ୍ରେସ-ଏନ୍‌ସିପିକୁ ୫୨-୫୯ ଆସନ ମିଳିବ। ନ୍ୟୁଜ୍‌ ଏକ୍ସ-ପୋଲ୍‌ ଷ୍ଟ୍ରାଟ୍‌ ସର୍ଭେ ଅନୁଯାୟୀ ଶାସକ ମେଣ୍ଟ ୧୮୮ରୁ ୨୦୦ ଆସନ ପାଇବାକୁ ଥିଲାବେଳେ ବିରୋଧୀ ମେଣ୍ଟକୁ ୭୪ରୁ ୮୯ ଏବଂ ଅନ୍ୟମାନଙ୍କୁ ୬ରୁ ୧୦ ଆସନ ମିଳିବ ବୋଲି କୁହାଯାଇଛି।
ହରିୟାଣାରେ ମଧ୍ୟ ଅନୁରୂପ ପୂର୍ବାନୁମାନ କରାଯାଇଛି। ଟାଇମ୍ସ ନାଓର ବୁଥ୍‌ଫେରନ୍ତା ଜନମତ ସର୍ଭେ ଅନୁଯାୟୀ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଶାସକ ଭାଜପାକୁ ୭୧ ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୧୧ ଓ ଅନ୍ୟ ଦଳଙ୍କୁ ୮ ଆସନ ମିଳିବ। ସେହିପରି ରିପବ୍ଲିକ୍‌ ଟିଭି- ଜନ କୀ ବାତ୍‌ ଅନୁଯାୟୀ ଭାଜପାକୁ ୫୨ରୁ ୬୩, କଂଗ୍ରେସକୁ ୧୫ରୁ ୧୯ ଏବଂ ଅନ୍ୟମାନଙ୍କୁ ୮ରୁ ୧୨ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଏଠାରେ ମ୍ୟାଜିକ୍‌ ନମ୍ବର ହେଉଛି ୪୬।
ସିଏନ୍‌ଏନ୍‌ ନ୍ୟୁଜ୍‌୧୮-ଆଇପିଏସ୍‌ଓଏସ୍‌ ଏକ୍‌ଜିଟ ପୋଲ୍‌ରେ ଭାଜପାକୁ ୭୫ ଆସନ ମିଳିବ ବୋଲି କୁହାଯାଇଥିଲାବେଳେ କଂଗ୍ରେସ ୧୦ଟିରେ ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହି ସଂସ୍ଥା ଆଇଏନ୍‌ଏଲ୍‌ଡିକୁ କୌଣସି ଆସନ ଦେଇନାହିଁ। ସେହିପରି ନ୍ୟୁଜ୍‌ଏକ୍ସ-ପୋଲ୍‌ଷ୍ଟ୍ରାଟ ସର୍ଭେ ଅନୁଯାୟୀ ଭାଜପା ୭୫ରୁ ୮୦ ଆସନ ପାଇବାକୁ ଥିବାବେଳେ କଂଗ୍ରେସ ୯ରୁ ୧୨ ଆସନରେ ସୀମିତ ରହିବ ଓ ଅନ୍ୟମାନଙ୍କୁ ୪ଟି ଆସନ ମିଳିବ। ଅବ୍‌କି ବାର ୭୫ ପାର୍‌ ବୋଲି ଭାଜପା ପକ୍ଷରୁ ହରିୟାଣାରେ ସ୍ଲୋଗାନ ଦିଆଯାଇଥିଲା। ନିର୍ବାଚନ ପ୍ରଚାରରେ ଭାଜପା ମୁଖ୍ୟତଃ ଜାତୀୟ ସୁରକ୍ଷା ଏବଂ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ପ୍ରାଧାନ୍ୟ ଦିଆଯାଇଥିଲା। ଭାଜପା ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଦଳ ଅଧ୍ୟକ୍ଷ ଅମିତ୍‌ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ପ୍ରଚାରର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri