Posted inଜାତୀୟ

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। ମହାରାଷ୍ଟ୍ରରେ ଭାଜପାକୁ ୧୦୬ ଓ ଶିବସେନାକୁ ୫୬ ଆସନରେ ସଫଳତା ମିଳିଥିବାରୁ ଦେବେନ୍ଦ୍ର ଫଡ୍‌ନବିସ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ପଥ ପରିଷ୍କାର ହୋଇଛି। ଏହି ରାଜ୍ୟରେ ପୂର୍ବ ରାଜିନାମା ଅନୁସାରେ ୫୦-୫୦ ସୂତ୍ରରେ ସରକାର ଗଠନ କରାଯିବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ତେବେ ଉତ୍ତର ଭାରତର ଅନ୍ୟତମ ପ୍ରମୁଖ ହିନ୍ଦୀଭାଷୀ ରାଜ୍ୟ ହରିୟାଣାରେ ଭାଜପା କିମ୍ବା କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଫଳରେ ଏଠାରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଭାଜପାକୁ ୪୦ ଆସନରେ ସଫଳତା ମିଳିଥିବାବେଳେ କଂଗ୍ରେସ ୩୧ ଆସନରେ ଜିତିଛି। ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୯ ଆସନରେ ବିଜୟୀ ହୋଇଥିବାବେଳେ ଦୁଷ୍ୟନ୍ତ ଚୌତାଲାଙ୍କ ନେତୃତ୍ୱାଧୀନ ଜନନାୟକ ଜନତା ପାର୍ଟି (ଜେଜେପି) ୧୦ ଆସନ ଦଖଲ କରିବାରେ ସକ୍ଷମ ହୋଇଛି। ଫଳରେ ଦୁଷ୍ୟନ୍ତ ଏଥର ‘କିଙ୍ଗ୍‌ ମେକର’ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଦେଶରେ ଲାଗିରହିଥିବା ଆର୍ଥିକ ମାନ୍ଦାବସ୍ଥା ଓ ଅନ୍ୟ କେତେକ ସମ୍ବେଦନଶୀଳ ପ୍ରସଙ୍ଗ ଆଗରେ ‘ଅନୁଚ୍ଛେଦ ୩୭୦ ଉଚ୍ଛେଦ’ ସଫଳତାକୁ ନେଇ ଭାଜପାର ଧୂଆଁଧାର ପ୍ରଚାର ଫିକା ପଡ଼ିଯାଇଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତଦେଇଛନ୍ତି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ୯୦ ସଦସ୍ୟତା ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଥିଲା। ଏହାସହ ଅନ୍ୟ ୭ ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଏବଂ ସମସ୍ତିପୁର(ବିହାର) ଓ ସତାରା(ମହାରାଷ୍ଟ୍ର) ଲୋକ ସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହୋଇଥିଲା। ଗୁରୁବାର ଏହିସବୁ ଆସନରେ ଭୋଟ ଗଣତି କରାଯାଇଛି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୫ ହୋଇଥିବାବେଳେ ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ଭାଜପାକୁ ୧୦୬ ଓ ଶିବସେନାକୁ ୫୬ ଆସନରେ ସଫଳତା ମିଳିଛି। ବିରୋଧୀ କଂଗ୍ରେସକୁ ୪୪ ଓ ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ୫୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୨୮ ଆସନରେ ବିଜୟୀ ହୋଇଛନ୍ତି। ଏହି ରାଜ୍ୟରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ପ୍ରଦର୍ଶନ ପୂର୍ବ ଭଳି ହୋଇ ନ ଥିଲେ ହେଁ ବିରୋଧୀ କଂଗ୍ରେସ-ଏନ୍‌ସିପି ମେଣ୍ଟକୁ କ୍ଷମତାସୀନ ହେବାରୁ ଅଟକାଇଦେଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ନାଗପୁର ସାଉଥ୍‌ ଓ୍ବେଷ୍ଟ ଓ ଶିବସେନାର ମୁଖ୍ୟମନ୍ତନ୍ତ୍ରୀ ଚେହେରା ଆଦିତ୍ୟ ଠାକ୍‌ରେ ଓ୍ବର୍ଲି ଆସନରେ ବିଜୟୀ ହୋଇଛନ୍ତି। ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ବାରାମତୀ, କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ କରାଡ ସାଉଥ୍‌ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଭୋକର ଆସନରୁ ବିଜୟୀ ହୋଇଛନ୍ତି। ବରିଷ୍ଠ ଭାଜପା ନେତା ସ୍ବର୍ଗତ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ପାର୍ଲି ଆସନରେ ପରାଜିତ ହେବା ପରେ କାନ୍ଦୁଥିବା ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାରାଷ୍ଟ୍ରରେ ୨୦୧୪ ବିଧାନସଭା ନିର୍ବାଚନରେ ଭାଜପାକୁ ୧୨୨, ଶିବସେନାକୁ ୬୩, କଂଗ୍ରେସକୁ ୪୨ ଓ ଏନ୍‌ସିପିକୁ ୪୧ ଆସନରେ ସଫଳତା ମିଳିଥିଲା।
ସେହିପରି ଗତ ନିର୍ବାଚନରେ ହରିୟାଣାରେ ଭାଜପାକୁ ୪୭ ଆସନ ସହ ସଂଖ୍ୟାଗରିଷ୍ଠତା ମିଳିଥିଲା। ଆଇଏନ୍‌ଏଲ୍‌ଡି ୧୯ ଓ କଂଗ୍ରେସ ୧୫ ଆସନରେ ଜିତିଥିଲେ। କିନ୍ତୁ ଏଥର ଗଣିତ ବଦଳିଯାଇଛି। ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବା ପାଇଁ ମନୋହରଲାଲ ଖଟ୍ଟରଙ୍କୁ କୁହୁକ ସଂଖ୍ୟା ୪୬ ଜରୁରୀ। ଗୁରୁବାର ଭୋଟ ଗଣତି ପରେ ଜଣାପଡ଼ିଛି ଯେ, ଭାଜପା ୪୦ ଆସନରେ ସଫଳ ହୋଇଛି। କଂଗ୍ରେସ ୩୧ ଆସନରେ ବିଜୟୀ ହୋଇଥିବାବେଳେ ଜେଜେପି ୧୦ ଆସନରେ ଜିତିଛି। ଇଣ୍ଡିଆନ୍‌ ନ୍ୟାଶନାଲ ଲୋକଦଳ (ଆଇଏନ୍‌ଏଲ୍‌ଡି) ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କ ଭାଗରେ ପଡ଼ିଛି ୮ ଆସନ। ଭାଜପା ସ୍ବାଧୀନ ପ୍ରାର୍ଥୀଙ୍କ ସହଯୋଗରେ କୌଣସି ପ୍ରକାରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ ଜାରି ରଖିଥିତ୍ବାବେଳେ ଜେଜେପି ସମର୍ଥନରେ କଂଗ୍ରେସ ସରକାର ଗଠନ ଲାଗି ଅଣ୍ଟା ଭିଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ରୋହତକ୍‌ର ଗଢ଼ି ସାମ୍ପ୍ଲା-କିଲୋଇ ଆସନରେ ତାଙ୍କ ଭାଜପା ପ୍ରତିଦ୍ୱନ୍ଦ୍ୱୀ ସତୀଶ ନନ୍ଦାଲଙ୍କୁ ୫୮,୩୧୨ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର କର୍ନାଲ ଆସନରୁ ପୁନଃ ବିଜୟୀ ହୋଇଛନ୍ତି। ଭାଜପାର ବବିତା ଫୋଗଟ ଦାଦ୍ରିରେ, ହକି ଖେଳାଳି ସନ୍ଦୀପ ପେହୋଓ୍ବାରୁ ଓ ଟିକ୍‌ଟିକ୍‌ ଷ୍ଟାର୍‌ ସୋନାଲି ଫୋଗଟ ଆଦମପୁର ଆସନରେ ପରାଜୟର ମୁହଁ ଦେଖିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ଯୋଗେଶ୍ୱର ଦତ୍ତ (ବରୋଦା) ଓ କଂଗ୍ରେସର ରଣଦୀପ ସୁର୍ଜଓ୍ବୋଲା (କୈଠାଲ) ମଧ୍ୟ ପରାଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?