ମହାବୀର ମୃତ୍ୟୁର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ହେଲା। ଏବେ ‘ସୁନ୍ଦରୀ’ ନିଜ ଘରକୁ ଫେରିଯିବ। କିନ୍ତୁ ଏହା ଭିତରେ ଅନେକ ପ୍ରଶ୍ନ ଅସମାହିତ ରହିଗଲା। କାହା ଯୋଗୁ ୨ଟି ବାଘ ମହାବୀର ଓ ସୁନ୍ଦରୀ ଏତେ କଷ୍ଟ ପାଇଲେ। ମହାବୀର ସିନା ମରିଗଲା, ହେଲେ ସୁନ୍ଦରୀ ମଧ୍ୟ କିଛି କମ୍‌ କଷ୍ଟ ପାଇ ନାହିଁ। ଓଡ଼ିଶାର ଅପାରଗ ବନ ଅଧିକାରୀଙ୍କ ପାଇଁ ମହାବୀରର ମୃତ୍ୟୁ ହେଲା। ମହାବୀର ମଲା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ମୁଣ୍ଡିଆଳମାନେ କହିଥିଲେ, ଶିକାର ହୋଇନି କି ଅବହେଳା ହୋଇନି। କିନ୍ତୁ ସେତେବେଳେ ସେହି କଥାକୁ ବିଶେଷଜ୍ଞମାନେ ଖାରଜ କରିଥିଲେ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ବ୍ୟାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଙ୍କୁ ଅନୁରୋଧ କରିଥିଲେ। ହେଲେ ବନ ବିଭାଗର ବଡ଼ ବଡ଼ ଅଧିକାରୀମାନେ ସେତେବେଳେ ସେହି ରିପୋର୍ଟକୁ ଚାପିଦେଲେ। ମହାବୀରକୁ ଯେ ହତ୍ୟା କରାଯାଇଛି ଏହା ପୁଣି ଥରେ ଏନ୍‌ଟିସିଏର ଚିଠିରୁ ବାରି ହୋଇପଡୁଛି। ମଧ୍ୟପ୍ରଦେଶରୁ ବାଘକୁ ଆଣି ଜଙ୍ଗଲରେ ଛାଡ଼ି ଯେତିକି ବାହାବା ସାଉଁଣ୍ଟିଥିଲେ ରାଜ୍ୟ ସରକାର, ତା’ର ଅସଲ ମୁଖାକୁ ଏବେ ଖୋଲିଦେଇଛି ଏନ୍‌ଟିସିଏ। ଯୋଜନା ଯେଉଁଭଳି ଭାବେ କରାଯାଇଥିଲା, ବାସ୍ତବତାରେ ତା’ର ସଫଳ ରୂପାୟନ ହୋଇପାରିଲା ନାହିଁ। ସୂଚନାଯୋଗ୍ୟ, ଝିଙ୍କକାଠି ଖାଇ ମହାବୀରର ମୃତ୍ୟୁ ହୋଇଥିଲା ବୋଲି କହି ଶିକାର ଘଟଣାକୁ ଘୋଡ଼େଇବା ପାଇଁ ଯେଉଁ ଅଧିକାରୀ ପ୍ରୟାସ କରିଥିଲେ, ବନ ବିଭାଗ ତାଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରିଛନ୍ତି।
ସେହିପରି ସୁନ୍ଦରୀ କ୍ଷେତ୍ରରେ ଏନ୍‌ଟିସିଏର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ଆଦୌ ପାଳନ କରାଯାଇ ନ ଥିଲା। ସୁନ୍ଦରୀ ପ୍ରକୃତରେ ମଣିଷ ମାରିଥିଲା କି ନାହିଁ ତାହା ପରୀକ୍ଷା ନ କରି ତାକୁ ବାନ୍ଧି ଏକ ଛୋଟ ଅଞ୍ଚଳରେ ଆବଦ୍ଧ କରି ରଖାଗଲା। ଏପରି କି ଅଭିଜ୍ଞତା ସମ୍ପନ୍ନ ଟ୍ରାଙ୍କୁଲାଇଜର ବିଶେଷଜ୍ଞଙ୍କ ହାତରେ ମହାବଳ ବାଘକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଲିଖିତ ଗାଇଡ଼ଲାଇନ ରହିଥିଲେ ମଧ୍ୟ ଜଣେ ଅନଭିଜ୍ଞ ଏବଂ ଜୀବନରେ ପ୍ରଥମ କରି ବନ୍ଧୁକ ଧରିଥିବା ଭେଟେରିନାରୀ ଡାକ୍ତରଙ୍କ ହାତରେ ଏହି କାମ କରାଗଲା। ଫଳରେ ସୁନ୍ଦରୀ ମେରୁଦଣ୍ଡରେ ଆଘାତ ଲାଗିଥିଲା ବୋଲି ପୂର୍ବରୁ ବହୁ ଚର୍ଚ୍ଚା ମଧ୍ୟ ହୋଇଥିଲା।
ଏହି ଘଟଣାରେ ରାଜ୍ୟର ବନ୍ୟପ୍ରାଣୀ ପ୍ରେମୀମାନେ ମର୍ମାହତ। ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଏନ୍‌ଟିସିଏର ଚିଠି ରାଜ୍ୟ ବନ ବିଭାଗର ମୁଣ୍ଡିଆଳମାନଙ୍କ ମୁଖା ଖୋଲି ଦେଇଛି। ଏହି ଘଟଣାରେ ଆଉ ଗାର୍ଡ କିମ୍ବା ଫରେଷ୍ଟରଙ୍କ ଭଳି ତଳିଆ କର୍ମଚାରୀଙ୍କ ଉପରେ ଦୋଷ ଲଦି ବଡ଼ ଅଧିକାରୀମାନେ ଖସି ପାରିବେ ନାହିଁ। କାରଣ ଗୋଟିଏ ସ୍କିମରେ ଆସିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରିବା ଯାହା କି ଏନ୍‌ଟିସିଏ ରିପୋର୍ଟରେ ଉଲ୍ଲେଖ ରହିଛି ତାହା ଗାର୍ଡ ବା ଫରେଷ୍ଟରଙ୍କ କାମ ନୁହେଁ। ଏବେ ମୁଣ୍ଡିଆଳମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି। ଯେଉଁ ବନ ଅଧିକାରୀମାନେ ଏହି କାର୍ଯ୍ୟ ପରିଚାଳନା କରୁଥିଲେ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଶୁଭେନ୍ଦୁ ପ୍ରକାଶ କରିଛନ୍ତି। ସେପଟେ ଏନ୍‌ଟିସିଏର ଚିଠି ପାଇବା ପରେ ମଧ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରକଳ୍ପ ବିଫଳ ହୋଇଛି ବୋଲି ମାନିବାକୁ ନାରାଜ ବନ ବିଭାଗ। ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ କହିଛନ୍ତି, ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା କହିବା ଠିକ୍‌ ନୁହେଁ। କାରଣ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁ ଅସୁବିଧା ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri