ମହାପ୍ରଭୁଙ୍କ ପ୍ରତି ଅସମ୍ମାନ:ତୁଳସୀ ମାଳ ପକାଇ ଶ୍ରୀମନ୍ଦିର ପ୍ରରିକ୍ରମା କଲେ ସାଧୁ

ପୁରୀ ଅଫିସ, ୨୮ା୭: ଶ୍ରୀକ୍ଷେତ୍ର ମାଟିରେ ପୁଣି ଶ୍ରମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ। କଳା ଠାକୁରଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ତୁଳସୀ ମାଳକୁ ବେକରେ ଧାରଣ କରି ବଡ଼ଦେଉଳ ପରିକ୍ରମା କରିଛନ୍ତି ମହାରାଷ୍ଟ୍ରର ସାଧୁ ମହାମଣ୍ଡଳେଶ୍ୱର ଶାନ୍ତିଗିରିଜୀ ମହାରାଜ। କେବଳ ତୁଳସୀ ନୁହେଁ, ପଦ୍ମ ଫୁଲ ମାଳ ପକାଇ କାଠ ନିର୍ମିତ ପଦ୍ମାସନ ପୀଢାରେ ବସି ଶ୍ରୀମନ୍ଦିର ପରିକ୍ରମା କରିଛନ୍ତି। ଏହି ଘଟଣାକୁ ଶ୍ରୀଜଗନ୍ନାଥପ୍ରେମୀ ନାପସନ୍ଦ କରିଥିବା ବେଳେ ଗବେଷକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ସାଧୁ ଏଥିପାଇଁ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି ସେମାନେ ଦାବି କରିଛନ୍ତି।
ଶ୍ରୀଜଗନ୍ନାଥଙ୍କ ମଥାରେ ସର୍ବଦା ତୁଳସୀ ଶୋଭା ପାଉଥାଏ। ତୁଳସୀ ଓ ଦୟଣା ପ୍ରିୟ ଶ୍ରୀଜଗନ୍ନାଥ। ତାଙ୍କ ପୂଜାରେ ତୁଳସୀ, ମସ୍ତକରେ ତୁଳସୀ ଆଉ ମହାପ୍ରସାଦରେ ବି ତୁଳସୀ। ତୁଳସୀ ପ୍ରିୟ ଠାକୁର ସେ। ସେଇଥିପାଇଁ ତ ମହାପ୍ରଭୁଙ୍କ ଟାହିଆ, ଟୋପର, ଗୁଣା, ନାକଚଣା ସମେତ ପ୍ରତିଟି ପୁଷ୍ପାଳଙ୍କାରରେ ତୁଳସୀ ବ୍ୟବହୃତ ହୋଇଥାଏ। ମହାପ୍ରଭୁଙ୍କର ଏମିତି ନୀତି ନାହିଁ, ଯେଉଁଠି ତୁଳସୀ ନ ଥାଏ। ହେଲେ ମହାପ୍ରଭୁଙ୍କ ଏହି ପ୍ରିୟ ତୁଳସୀକୁ ଜଣେ ମାନବ ଦେହଧାରୀ ଗଳାରେ ମାଳ ପକାଇ ପୁଣି ଶ୍ରୀମନ୍ଦିର ପରିକ୍ରମା କରିବାକୁ ନେଇ ଉଠିଛି ବିବାଦ। ରବିବାର ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶାନ୍ତିଗିରିଜୀ ମହାରାଜ ଓ ତାଙ୍କ ଶିଷ୍ୟମାନେ ଯୋଗଦେଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ। ସମସ୍ତ ଭକ୍ତଙ୍କ ଦ୍ୱାରା ସମୂହ ଦୀପଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଠାତ୍‌ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଶାନ୍ତିଗିରିଜୀ ମହାରାଜଙ୍କୁ ତାଙ୍କର ଶିଷ୍ୟମାନେ କାଠ ନିର୍ମିତ ପଦ୍ମାସନ ପୀଢାରେ ବସାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରାଇଥିଲେ। ଶାନ୍ତିଗିରିଜୀ ପୀଢାରେ ଠିଆ ହୋଇ ତାଙ୍କ ଶିଷ୍ୟମାନଙ୍କୁ ଆଶୀର୍ବାଦ କରୁଥିବାର ଦୃଶ୍ୟ ଦେଖି ସ୍ଥାନୀୟ ବାସିନ୍ଦା ଏବଂ ଅନ୍ୟ ଭକ୍ତମାନେ ନାପସନ୍ଦ କରିଥିଲେ। ଏହାକୁ ନେଇ ଅନେକ ସାରଥିଙ୍କ କଥା ଚର୍ଚ୍ଚା କରିଥିଲେ। କିଛିବର୍ଷ ତଳେ ଠିକ୍‌ ସାରଥି ମଧ୍ୟ ଏହିପରି ଫୁଲ ଓ ତୁଳସୀ ଧାରଣ କରିଥିବା ଆଲୋଚନ କରିଥିଲେ। ତେବେ ଏହାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନାପସନ୍ଦ କରିବା ସହ ଆଧ୍ୟାତ୍ମିକ ବିଡ଼ମ୍ବନା ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶାନ୍ତିଗିରିଜୀଙ୍କ ଶିଷ୍ୟମାନେ ଏହା କୌଣସି ପ୍ରକାର ବ୍ୟତିକ୍ରମ ନୁହେଁ, ମହାରାଷ୍ଟ୍ରରେ ଏହିଭଳି ଭାବେ ଶାନ୍ତିଗିରିଜୀ ମହାରାଜଙ୍କୁ ବସାଇ ବୁଲାଇଥାନ୍ତି। ଏହାଦ୍ୱାରା କୌଣସି ପ୍ରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ କରାଯାଇ ନାହିଁ ବୋଲି ମତ ଦେଇଛନ୍ତି। ଅପରପକ୍ଷେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ରହିଥିବାରୁ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସେ ଯୋଗଦଇଛନ୍ତି। ଏହା ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ବୋଲି ଶାନ୍ତିଗିରିଜୀ ମହାରାଜ କହିଛନ୍ତି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଜଣେ ସାଧୁ ହୋଇ ମହାପ୍ରଭୁଙ୍କର ପ୍ରିୟ ତୁଳସୀକୁ ନିଜ ବେକରେ ପକାଇ ଶ୍ରୀକ୍ଷେତ୍ରରେ ଯେଭଳି ଆଚରଣ କରିଛନ୍ତି ତାହା ବାସ୍ତବିକ ପରିତାପର ବିଷୟ। ତେଣୁ ନିଜ ସାଧୁତାର ପ୍ରକୃତ ପରିଚୟ ଦେଇ ସେ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri