ମହାପ୍ରଭୁଙ୍କୁ ସମ୍ପତ୍ତି ଦାନ ଦେବେ ଆସାମ ଭକ୍ତ

ପୁରୀ ଅଫିସ,୧୪।୩: ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ଏବେ ଚାଲିଛି ଟଣାଓଟରା। କିଏ ଠାକୁରଙ୍କ ଅମୃତମଣୋହି ସମ୍ପତ୍ତି ମାଡ଼ି ବସିଛନ୍ତି ତ ଆଉ କେହି ବ୍ୟକ୍ତିଗତ ଫାଇଦା ହାସଲ କରି ମହାପ୍ରଭୁଙ୍କ ଟଙ୍କାଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି। ସେହିପରି ଅନେକ ବଡ଼ବଡ଼ିଆ ଅଛନ୍ତି ଯେଉଁମାନେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଜାଣିସୁଦ୍ଧା ଜବରଦଖଲ କରିବାକୁ କୁଣ୍ଠାବୋଧ କରି ନାହାନ୍ତି। ହେଲେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ମହାପ୍ରଭୁଙ୍କୁ ସବୁକିଛି ଦେଇଦେବାକୁ ଆଗେଇ ଆସୁଛନ୍ତି। ଏହିପରି ଜଣେ ଭକ୍ତ ହେଉଛନ୍ତି ଆସାମର ରାମେଶ୍ୱରୀ ଦେବୀ (୬୫)। ଶ୍ରୀଜଗନ୍ନାଥଙ୍କୁ ତାଙ୍କ ସମ୍ପତ୍ତି ଏବଂ ଘର ଦାନ ଦେବା ଲାଗି ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି।
ଆସାମ ସୁନୀତପୁର ସହର ତେଜପୁର ନିବାସୀ ରାମେଶ୍ୱରୀ ଦେବୀ। ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ରହିଛି ଅଖଣ୍ଡ ବିଶ୍ୱାସ ଓ ଭକ୍ତି। ୨୦୧୧ ଫେବୃୟାରୀରେ ସେ ପୁରୀ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବାବେଳେ ବେଶ୍‌ ଭାବବିହ୍ବଳ ହୋଇପଡିଥିଲେ। ଦୁନିଆ ତାଙ୍କୁ ତୁଚ୍ଛ ଲାଗିଥିଲା। ସବୁକିଛି ମୋର ବୋଲି ଲୋକେ ଯାହା କହୁଛନ୍ତି ତା’ର ମାନେ କିଛି ନାହିଁ ବୋଲି ସେଦିନ ରାମେଶ୍ୱରୀଙ୍କ ହୃଦ୍‌ବୋଧ ହୋଇଥିଲା। ଆଉ ଠାକୁରଙ୍କୁ ପ୍ରଣାମ କରିବା ସମୟରେ ତାଙ୍କର ସମ୍ପତ୍ତି ଶ୍ରୀଜଗନ୍ନାଥଙ୍କୁ ଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପ୍ରାୟ ଦେଢବର୍ଷ ହେବ ସେ ଆସି ପୁରୀରେ ରହୁଛନ୍ତି। ପ୍ରଥମେ ଆସାମ ଭବନରେ ରହୁଥିଲେ। ସୁରକ୍ଷା ଜୋନରେ ଥିବା ଏହି ଭବନ ଭଙ୍ଗାଯିବା ପରେ ଏବେ ବାଗେଡ଼ିଆ ଧର୍ମଶାଳାରେ ରହୁଛନ୍ତି ରାମେଶ୍ୱରୀ। ମହାପ୍ରଭୁଙ୍କୁ ତାଙ୍କର ସମ୍ପତ୍ତି ଦାନ ଦେବା ନେଇ ଶୁକ୍ରବାର ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ସାକ୍ଷାତ୍‌ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ସମ୍ପତ୍ତିର କାଗଜପତ୍ର ଯାଞ୍ଚ କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ନୀତି ପ୍ରଶାସକ ତାଙ୍କୁ କହିଥିଲେ। ଜଣେ ଆଇନଜୀବୀଙ୍କୁ ସାଥୀରେ ଆଣି ଏସବୁ କରିବେ ବୋଲି କହିଛନ୍ତି ରାମେଶ୍ୱରୀ। ତେବେ ଯେଉଁଠି ମହାପ୍ରଭୁଙ୍କ ସମ୍ପତ୍ତି ମାଡ଼ିବସିବା ପାଇଁ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ପ୍ରକାଶ ପାଉଛି ସେଭଳିସ୍ଥଳରେ ରାମେଶ୍ୱରୀ ସମ୍ପତ୍ତି ଦାନ ପାଇଁ ଆଗେଇ ଆସିବା ନିଶ୍ଚିତ ବଡ଼ କଥା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri