ମହାପ୍ରଭୁଙ୍କୁ ସମ୍ପତ୍ତି ଦାନ ଦେବେ ଆସାମ ଭକ୍ତ

ପୁରୀ ଅଫିସ,୧୪।୩: ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ଏବେ ଚାଲିଛି ଟଣାଓଟରା। କିଏ ଠାକୁରଙ୍କ ଅମୃତମଣୋହି ସମ୍ପତ୍ତି ମାଡ଼ି ବସିଛନ୍ତି ତ ଆଉ କେହି ବ୍ୟକ୍ତିଗତ ଫାଇଦା ହାସଲ କରି ମହାପ୍ରଭୁଙ୍କ ଟଙ୍କାଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି। ସେହିପରି ଅନେକ ବଡ଼ବଡ଼ିଆ ଅଛନ୍ତି ଯେଉଁମାନେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଜାଣିସୁଦ୍ଧା ଜବରଦଖଲ କରିବାକୁ କୁଣ୍ଠାବୋଧ କରି ନାହାନ୍ତି। ହେଲେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ମହାପ୍ରଭୁଙ୍କୁ ସବୁକିଛି ଦେଇଦେବାକୁ ଆଗେଇ ଆସୁଛନ୍ତି। ଏହିପରି ଜଣେ ଭକ୍ତ ହେଉଛନ୍ତି ଆସାମର ରାମେଶ୍ୱରୀ ଦେବୀ (୬୫)। ଶ୍ରୀଜଗନ୍ନାଥଙ୍କୁ ତାଙ୍କ ସମ୍ପତ୍ତି ଏବଂ ଘର ଦାନ ଦେବା ଲାଗି ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି।
ଆସାମ ସୁନୀତପୁର ସହର ତେଜପୁର ନିବାସୀ ରାମେଶ୍ୱରୀ ଦେବୀ। ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ରହିଛି ଅଖଣ୍ଡ ବିଶ୍ୱାସ ଓ ଭକ୍ତି। ୨୦୧୧ ଫେବୃୟାରୀରେ ସେ ପୁରୀ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବାବେଳେ ବେଶ୍‌ ଭାବବିହ୍ବଳ ହୋଇପଡିଥିଲେ। ଦୁନିଆ ତାଙ୍କୁ ତୁଚ୍ଛ ଲାଗିଥିଲା। ସବୁକିଛି ମୋର ବୋଲି ଲୋକେ ଯାହା କହୁଛନ୍ତି ତା’ର ମାନେ କିଛି ନାହିଁ ବୋଲି ସେଦିନ ରାମେଶ୍ୱରୀଙ୍କ ହୃଦ୍‌ବୋଧ ହୋଇଥିଲା। ଆଉ ଠାକୁରଙ୍କୁ ପ୍ରଣାମ କରିବା ସମୟରେ ତାଙ୍କର ସମ୍ପତ୍ତି ଶ୍ରୀଜଗନ୍ନାଥଙ୍କୁ ଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପ୍ରାୟ ଦେଢବର୍ଷ ହେବ ସେ ଆସି ପୁରୀରେ ରହୁଛନ୍ତି। ପ୍ରଥମେ ଆସାମ ଭବନରେ ରହୁଥିଲେ। ସୁରକ୍ଷା ଜୋନରେ ଥିବା ଏହି ଭବନ ଭଙ୍ଗାଯିବା ପରେ ଏବେ ବାଗେଡ଼ିଆ ଧର୍ମଶାଳାରେ ରହୁଛନ୍ତି ରାମେଶ୍ୱରୀ। ମହାପ୍ରଭୁଙ୍କୁ ତାଙ୍କର ସମ୍ପତ୍ତି ଦାନ ଦେବା ନେଇ ଶୁକ୍ରବାର ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ସାକ୍ଷାତ୍‌ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ସମ୍ପତ୍ତିର କାଗଜପତ୍ର ଯାଞ୍ଚ କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ନୀତି ପ୍ରଶାସକ ତାଙ୍କୁ କହିଥିଲେ। ଜଣେ ଆଇନଜୀବୀଙ୍କୁ ସାଥୀରେ ଆଣି ଏସବୁ କରିବେ ବୋଲି କହିଛନ୍ତି ରାମେଶ୍ୱରୀ। ତେବେ ଯେଉଁଠି ମହାପ୍ରଭୁଙ୍କ ସମ୍ପତ୍ତି ମାଡ଼ିବସିବା ପାଇଁ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ପ୍ରକାଶ ପାଉଛି ସେଭଳିସ୍ଥଳରେ ରାମେଶ୍ୱରୀ ସମ୍ପତ୍ତି ଦାନ ପାଇଁ ଆଗେଇ ଆସିବା ନିଶ୍ଚିତ ବଡ଼ କଥା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri