ମହାନଦୀରେ ବନ୍ୟା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ): ଲଗାଣ ବର୍ଷା ଓ ବନ୍ୟାରେ ପଶ୍ଚିମ ଓଡ଼ିଶାରେ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗୋଟିଏ ଗେଟ୍‌ ଖୋଲାଯାଇଥିବାବେଳେ ଗୁରୁବାରଠାରୁ ମହାନଦୀକୁ ଅଧିକ ବନ୍ୟାଜଳ ନିଷ୍କାସନ କରାଯିବ। ଏହାପୂର୍ବରୁ ମହାନଦୀରେ ବନ୍ୟା ଆସିଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର,ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୋଳ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ୧୧ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମହାନଦୀରେ ଯେଉଁଭଳି ବନ୍ୟା ଆଶଙ୍କା କରାଯାଉଥିଲା ସେଭଳି ହୋଇନାହିଁ। ମଧ୍ୟମ ଧରଣର ବନ୍ୟା ଆସିଥିବା ସେଠୀ ସୂଚନା ଦେଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା ସେ ଜଣାଇଛନ୍ତି।
ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି, ବୁଧବାର ବର୍ଷା ପରିମାଣ ପୂର୍ବାପେକ୍ଷା ହ୍ରାସ ପାଇଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି। ତେଲନଦୀ ଜଳସ୍ତର ହ୍ରାସ ପାଉଛି। ମଙ୍ଗଳବାର ମଧ୍ୟରାତିରେ ମହାନଦୀର ଖଇରମାଳରେ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲାବେଳେ ଜଳସ୍ତର ହ୍ରାସ ପାଉଛି। ଏହି ଅନୁସାରେ କଟକ ମୁଣ୍ଡଳିଠାରେ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ। ଉପକୂଳ ଓଡ଼ିଶାରେ ବର୍ଷା କମ୍‌ ଥିବାରୁ ସେଭଳି ବଡ଼ ବନ୍ୟା ଆଶଙ୍କା ନାହିଁ। ନଦୀର ଜଳସ୍ତରକୁ ଦେଖି ହୀରାକୁଦର ଗେଟ୍‌ ଖୋଲାଯିବ। ଏହାସହ ନଦୀବନ୍ଧଗୁଡ଼ିକ ଉପରେ ଅନବରତ ନଜର ରଖିବାକୁ ସରକାର ସତର୍କତା ଜାରି କରିଛନ୍ତି। ସମସ୍ତ ଜିଲାର ଜିଲାପାଳ ଓ ଏସ୍‌ପିମାନଙ୍କୁ ସତର୍କ କରିଦିଆଯାଇଛି। ମୁଣ୍ଡଳିରେ ବନ୍ୟାଜଳ ୬ରୁ ସାଢେ ୬ ଲକ୍ଷ କ୍ୟୁସେକ୍‌ ଭିତରେ ସୀମିତ ରଖିବା ପାଇଁ ହୀରାକୁଦର ଗେଟ୍‌ ଖୋଲାଯିବା ସଂଖ୍ୟା ବଢ଼ାଯିବ ଓ କମାଯିବ। ଏ ନେଇ ଲୋକେ ଭୟଭୀତ ନ ହେବା ପାଇଁ ସଚିବ ଜେନା ପରାମର୍ଶ ଦେଇଛନ୍ତି।
ତେବେ ମିଳିଥିବା ସୂଚନାନୁସାରେ, କଟକ ମୁଣ୍ଡୁଳିଠାରେ ବନ୍ୟାଜଳ ପହଞ୍ଚତ୍ବା ପୂର୍ବରୁ ବୁଧବାର ସନ୍ଧ୍ୟାସୁଦ୍ଧା ନୟାଗଡ଼ ଓ କଟକ ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ନୟାଗଡ଼ ଜିଲାର ଗଣିଆ ବ୍ଲକ ୫ ପଞ୍ଚାୟତର ୭୩ ଗାଁ ଜଳବନ୍ଦୀ ହୋଇଛି। ଭାପୁର ବ୍ଲକ୍‌ର ୨ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ଖଣ୍ଡପଡ଼ାର କେତେକ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ସେହିଭଳି କଟକ ଜିଲା ନରସିଂହପୁର ବ୍ଲକ୍‌ର ପଦାପାଳ, ବାରବାଟୀ ବ୍ରିଜ ଓ ଡିମିରିଆ ବ୍ରିଜ ଉପରେ ବନ୍ୟାଜଳ ଚାଲୁଛି। ତିଗିରିଆ ଓ ବାଙ୍କୀର ଉତ୍ତରକୁଲାଟ ଅଞ୍ଚଳରେ ବନ୍ୟାଜଳ ମାଡ଼ିଯାଇଛି। ବଡ଼ମ୍ବା ବ୍ଲକ୍‌ର ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ ହୋଇଛି। ମା’ ଭଟ୍ଟାରିକା ମନ୍ଦିର ଭିତରେ ବନ୍ୟାଜଳ ପଶିଯାଇଥିବାବେଳେ ଭଜନ ମଣ୍ଡପ ବୁଡିଯାଇଥିବାରୁ ମା’ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ବୁଧବାର ୨୪ ଘଣ୍ଟାରେ ବଲାଙ୍ଗୀର ଓ ବରଗଡ଼ ଜିଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗୀର ବ୍ଲକରେ ସର୍ବାଧିକ ୫୫୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ୧୭ ବ୍ଲକରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି। ଲଗାଣ ବର୍ଷାରେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥିତିର ମୁକାବିଲା ପାଇଁ ୧୫ ଓଡ୍ରାଫ, ୩ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ବୋଲି ଏସ୍‌ଆର୍‌ସି ସେଠୀ କହିଛନ୍ତି।
ସେପଟେ ଲଘୁଚାପ ଝାଡ଼ଖଣ୍ଡ ମୁହାଁ ହୋଇଛି। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ଯାଏ ବର୍ଷା ଜାରି ରହିବ। ୭ ଜିଲା ପାଇଁ ରେଡ୍‌ ୱାର୍ନିଂ ଜାରି କରାଯାଇଛି। ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡା ଏବଂ ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?