ମସଜିଦ୍‌ରେ ପଶିଲେ ୧୭ ବିଦେଶୀ ନାଗରିକ: ତଦନ୍ତ କଲା ପୋଲିସ

କୁଜଙ୍ଗ,୧।୧୧(ସ୍ବ.ପ୍ର.): ସାରା ଦେଶରେ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବାବେଳେ କୁଜଙ୍ଗର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନରେ ଏହି ଦିବସ ପାଳନ କରାଯାଇଛି। ତେବେ ଏହି ଅବସରରେ ସନ୍ଧ୍ୟା ସାଢେ ୭ଟାରେ କୁଜଙ୍ଗ ବଜାରର ଏକ ମସ୍‌ଜିଦ୍‌ରେ ୧୭ଜଣ ବିଦେଶୀ ନାଗରିକ ପ୍ରବେଶ କରିଥିବା ପ୍ରଚାର ହୋଇଥିଲା। ଯେହେତୁ କୁଜଙ୍ଗ-ପାରାଦୀପ ଭଳି ଉପକୂଳ ଅଞ୍ଚଳ ପ୍ରତି ଆତଙ୍କବାଦୀ ପ୍ରବେଶ ଭୟ ରହିଥିବା ପୂର୍ବରୁ ଗୁଇନ୍ଦା ବିଭାଗ ସତର୍କତା ଜାରି କରିଥିଲା, ତେଣୁ ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ଖବରପାଇ କୁଜଙ୍ଗ ଥାନା ଅଧିକାରୀ ଦିଲୀପ କୁମାର ସାହୁ ସଦଳବଳ ଉକ୍ତ ମସ୍‌ଜିଦ୍‌କୁ ଯାଇ ତଦନ୍ତ କରିବା ପରେ ଏହି ୧୭ ଜଣ ବିଦେଶୀ ନାଗରିକ ଇଣ୍ଡୋନେସିଆ ଓ ମାଲେସିଆ ପର୍ଯ୍ୟଟକ ବୋଲି ଜାଣିବାକୁ ପାଇଥିଲେ। ସେମାନେ ହେଲେ ଇଣ୍ଡୋନେସିଆର ମହମଦ୍‌ ଫରିଦ୍‌, ମୁସ୍‌କାର, ଅରାଫ୍‌, କାଡେମୀ, ସାଣ୍ଡି ରୋହନୀ, ଅବଦୁଲ ରହିମ, ଜଫାରଦ୍ଦିନ, ଏସ୍‌.ଏମତ୍‌ କାର୍ସୋ ଆଟ୍‌ମୀ, ସ୍ୟାମସୁରଜାଲ, ଲା ଓଡେ ତାଜ୍‌ଲନ୍‌, ଜଭେଦ୍‌ ଫର୍ଣ୍ଣାଡୋ, ନଦଜୀବ୍‌, କଡୋରିନ୍‌, ସୁୟାନୋ ଓ ଅନ୍ୟ ୩ ଜଣ ହେଲେ ମାଲେସିଆର କମଲ ସୁଆଜିଦ୍‌ ବିନ୍‌ ମହମଦ୍‌ କମଲ, ମହାଦୁଜିମ୍‌ ମିନ୍‌ ମାଟ୍‌ ଦାଉଦ୍‌, ଅବଦୁଲ ରହିମ ବିନ୍‌ ବକର। ଏହି ପର୍ଯ୍ୟଟକମାନେ ୨୩ରୁ ୨୭ ତାରିଖ ଜଗତ୍‌ସିଂହପୁର ଥାନାର ୫ ମସ୍‌ଜିଦ୍‌, ତିର୍ତ୍ତୋଲର ୨, ରଘୁନାଥପୁରର ୧, ବିରିଡ଼ିର ୧, କୁଜଙ୍ଗର ୧ ଓ ପାରାଦୀପର ୨ ମସଜିଦ୍‌ ଭ୍ରମଣ କରିବାର ଯୋଜନା ରହିଛି। ସେମାନେ ଗସ୍ତ ସମ୍ପର୍କରେ ପୂର୍ବରୁ ଜଗତ୍‌ସିଂହପୁର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ସୂଚନା ଦେଇଥିବା ବେଳେ ଗୁରୁବାର କୁଜଙ୍ଗରେ ପହଞ୍ଚତ୍ଥିଲେ। ଏହି ଅବସରରେ କୁଜଙ୍ଗ ଥାନା ପକ୍ଷରୁ ବିଦେଶୀ ନାଗରିକମାନେ ଆଣିଥିବା ବ୍ୟାଗ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଯାଞ୍ଚ କରାଯାଇଥିଲା। ସେମାନଙ୍କ ପାଖରେ ଥିବା ଭିସା ସହ ଅନ୍ୟାନ୍ୟ କାଗଜ ପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri