Posted inଖେଳ

ମଲିକଙ୍କ ପାଇଁ ସାନିଆ ଗର୍ବିତ

କରାଚୀ,୬।୭: ଭେଟେରାନ ପାକିସ୍ତାନ ଅଲ୍‌ରାଉଣ୍ଡର ଶୋଏବ ମଲିକ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇଛନ୍ତି। ଲଡର୍‌ସଠାରେ ପାକିସ୍ତାନ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବା ପରେ ମଲିକ ଏହି ଘୋଷଣା କରିଛନ୍ତି। ତାଙ୍କ ପତ୍ନୀ ତଥା ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଟୁଇଟର ଯୋଗେ ମଲିକଙ୍କ ପାଇଁ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି। ଏକ ଭାବବିହୂଳପୂର୍ଣ୍ଣ ପୋଷ୍ଟରେ ଲେଖିଛନ୍ତି, ପୂର୍ବତନ ପାକିସ୍ତାନ ଅଧିନାୟକଙ୍କ ଲାଗି ଏହା ନୂଆ ଆରମ୍ଭ। ପ୍ରତ୍ୟେକ ଗଳ୍ପର ଶେଷ ଅଛି। କିନ୍ତୁ ଜୀବନରେ ପ୍ରତ୍ୟେକ ଅନ୍ତରେ ନୂଆ ଆରମ୍ଭ ରହିଛି। ତୁମେ ୨୦ ବର୍ଷ ଧରି ଦେଶ ପାଇଁ ଖେଳିଛ। ଏଥିପାଇଁ ମୁଁ ଓ ପୁଅ ଇଝାନ ଗର୍ବିତ। କ୍ରିକେଟ ବିଶ୍ୱକପ୍‌ର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ମଲିକଙ୍କୁ ସାଥୀ ଖେଳାଳି ଗାର୍ଡ ଅଫ୍‌ ଅନର ଦେଉଛନ୍ତି। ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ ୩୭ ବର୍ଷୀୟ କ୍ରିକେଟରଙ୍କ ଅନ୍ତିମ ଦିନିକିଆ ଥିଲା। ସେ ୨୮୭ଟି ମ୍ୟାଚ୍‌ ଖେଳି ୩୪.୫୫ ଆଭରେଜ୍‌ରେ ୭,୫୩୪ ରନ୍‌ କରିଛନ୍ତି। ତାଙ୍କ କ୍ୟାରିୟରରେ ୯ ଶତକ ଓ ୩୩ ଅର୍ଦ୍ଧଶତକ ରହିଛି। ସେ ୧୫୮ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

ତାରିକ ରହମାନ ଆସିବା ପରେ ସୁଧୁରୁଛି ସମ୍ପର୍କ.., ବାଂଲାଦେଶ ପୁଣି ଭାରତ ପାଇଁ ଆରମ୍ଭ କରିବ ଏହି ସେବା, ତାରିଖ ଆସିଲା ସାମ୍ନାକୁ!

ନୂଆଦିଲ୍ଲୀ/ଢାକା,୨୨।୨: ନୂତନ ସରକାର ଗଠନ ହେବା ସହିତ, ବାଂଲାଦେଶ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

Video: ରାଜସ୍ଥାନରେ ଘୋଡ଼ା ଉପରେ ବ୍ଲିଙ୍କିଟ ଡେଲିଭରି! ବୃଦ୍ଧ ଡେଲିଭରି ବୟଙ୍କ ଭିଡିଓ ଭାଇରାଲ, ଲୋକେ କହିଲେ ଏଠି ଯୁବକଙ୍କୁ ମିଳୁନି…

ଜୟପୁର,୨୨।୨: ରାଜସ୍ଥାନରେ, ଯେଉଁଠାରେ ଘୋଡ଼ା ଏବଂ ଓଟଙ୍କୁ ପରମ୍ପରା, ଗର୍ବ ଏବଂ ବୀରତ୍ୱର ପ୍ରତୀକ ଭାବରେ ବିବେଚନା କରାଯାଏ, ସେଠାରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା…

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

‘କଂଗ୍ରେସ ପ୍ରଥମରୁ ଉଲଗ୍ନ,’ କାହିଁକି କଂଗ୍ରେସ ନେତାଙ୍କୁ ଏମିତି ସମାଲୋଚନା କଲେ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନକୁ ନେଇ କଂଗ୍ରେସ ଦଳ…

ବେଆଇନ ଭାବରେ ଅନ୍‌ଲୋଡିଂ ହେଉଥିଲା ଶହଶହ ଜିଞ୍ଜର ବୋତଲ, ମାଡ଼ିବସିଲା ଅବକାରୀ ବିଭାଗ

ବାଲେଶ୍ୱର,୨୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍‌ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସୋର ଥାନା ଅନ୍ତର୍ଗତ ଦୟାନିଧିପୁର ନିକଟ ଖେଳପଡ଼ିଆରେ ବେଆଇନ ଭାବେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri