Posted inଜାତୀୟ

ମଲା ମୂଷାକୁ ୧୦ ଘଣ୍ଟା ଧରି ଜଗି ବସିଲା ପୋଲିସ

ନୂଆଦିଲ୍ଲୀ, ୨୭।୫: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ମଲା ମୂଷା ପାଇଁ ପୋଲିସ ୧୦ ଘଣ୍ଟା କାଳ ପ୍ରହରା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୋବିନ୍ଦପୁର ଇଲାକାରେ ଥିବା ଏକ ବନ୍ଦ ଘରୁ ଜୋରରେ ଦୁର୍ଗନ୍ଧ ବାହାରିବାରୁ କୌଣସି ହତ୍ୟାକାଣ୍ଡ ହୋଇଥାଇପାରେ ଭାବି ସ୍ଥାନୀୟ ଲୋକେ ପୋଲିସକୁ ରବିବାର ରାତି ପ୍ରାୟ ୧୨.୩୦ରେ ଫୋନ୍‌ କରିଥିଲେ। ପୋଲିସ ତୁରନ୍ତ ଆସି ପହଞ୍ଚି ଦେଖିବାରୁ ଉକ୍ତ ଘରେ ତାଲା ପଡିଥିଲା। ଘର ମାଲିକ ବି କିଛିଦିନ ହେବ କୁଆଡେ ପଳେଇ ଥିଲେ। ଘର ମାଲିକଙ୍କୁ ଫୋନ କଲେ ତାଙ୍କ ନମ୍ବର ଅଫ୍‌ ଥିଲା। ୪ଜଣ ପୋଲିସ ବନ୍ଦ ଘରକୁ ରାତିସାରା ଜଗିବସିଥିଲେ। ଆଉ କିଛିଜଣ ପୋଲିସ ମାଲିକଙ୍କୁ ଖୋଜାଖୋଜି କରିବା ପାଇଁ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାରେ ଲାଗିପଡିଥିଲେ। ସ୍ଥାନୀୟ ଅଞ୍ଚଳରେ ଘଟଣାଟି ଖେଳିଯିବା ପରେ ଉକ୍ତ ଘର ସାମ୍ନାରେ ଭିଡ ଜମିଥିଲା। ସକାଳ ହେବା କ୍ଷଣି ମାଲିକଙ୍କ କୌଣସି ସନ୍ଧାନ ନ ମିଳିପାରିବାରୁ ପୋଲିସ ଟିମ୍‌ ସମସ୍ତଙ୍କ ସାମ୍ନାରେ ଘରର ତାଲା ଭାଙ୍ଗିଥିଲା। ଘର ଭିତରେ ଏକ ବଡ ମୂଷା ମରିଥିବାର ଦେଖି ପୋଲିସ ଆଶ୍ୱସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri