ମର୍ଚ୍ଚାଣ୍ଟ ଖଣି ଲିଜ ବୃଦ୍ଧି ପ୍ରସ୍ତାବକୁ ଶିଳ୍ପର ବିରୋଧ

ନୂଆଦିଲ୍ଲୀ,୪-୬:ଅଣକ୍ୟାପ୍ଟିଭ ବା ମର୍ଚ୍ଚାଣ୍ଟ ଖଣିର ଲିଜ୍‌ ଅବଧି ବଢାଇବା ଲାଗି ଖଣିଜ ସଂଘ ଫିମି ପକ୍ଷରୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗକୁ ଦିଆଯାଇଥିବା ପ୍ରସ୍ତାବକୁ ଇସ୍ପାତ ଏବଂ ପେଲେଟ ନିର୍ମାତାମାନେ ବିରୋଧ କରିଛନ୍ତି। ଲିଜ ଅବଧି ଆସନ୍ତା ବର୍ଷ ମାର୍ଚ୍ଚରେ ସୁରୁଥିବାରୁ ଲୁହା ପଥର ଯୋଗାଣରେ ଏହା ଅସୁବିଧା ସୃଷ୍ଟି କରିବ ବୋଲି ଫିମି ସରକାରଙ୍କୁ କହିଛି। ମାତ୍ର ଫେମି ପକ୍ଷରୁ ସରକାରଙ୍କୁ ଯେଉଁ ପ୍ରସଙ୍ଗରେ କୁହାଯାଇଛି ତାହା ବିଭ୍ରାନ୍ତିକର ବୋଲି ପେଲେଟ୍‌ ମାନୁଫାକଚରର ଆସୋସିଏଶନ ଅଫ୍‌ ଇଣ୍ଡିଆ(ପିଏମ୍‌ଏଆଇ) ନୀତି ଆୟୋଗକୁ ଚିଠି ଯୋଗେ ଜଣାଇଛି। ଯଦି ମର୍ଚ୍ଚାଣ୍ଟ ମାଇନରମାନେ ପରିବେଶ ମଞ୍ଜୁରୀ ସୀମା ମୁତାବକ ଲୁହା ପଥର ଉତ୍ପାଦନ କରିବେ ତେବେ ୨୦୨୦ ପରେ କଞ୍ଚାମାଲର ଅଭାବ ରହିବ ନାହିଁ ବୋଲି ପିଏମ୍‌ଏଆଇ ଚିଠିରେ ଉଲ୍ଲେଖ କରିଛି। ୨୦୨୦ପରେ ପ୍ରାୟ ୨୦୦ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଖଣି ପରିଚାଳିତ ହେଉଥିବ। ଖଣି ଗୁଡିକର ନିଲାମ ପରେ ଶିଳ୍ପଗୁଡିକ ଅଧିକ କଞ୍ଚାମାଲ ପାଇବା ଲାଗି ସୁବିଧା ହେବ ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି। ଲିଜ ଅବଧି ବଢାଇବା ପ୍ରସ୍ତାବ ଯୁକ୍ତିଯୁକ୍ତ ନୁହେଁ। ଏପରି ସ୍ଥଳେ ଲିଜ ଅବଧି ବଢିଲେ ସରକାରଙ୍କ ରାଜସ୍ବ ହାନି ହେବ ବୋଲି ପିଏମ୍‌ଏଆଇ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri