ମରୁଡି ଘୋଷଣା ଦାବି, ବୋଡେନ ବ୍ଲକ ଭାଜପାର ତହସିଲ ଅଫିସ ଘେରାଉ

ନୂଆପଡା ଅଫିସ/ବୋଡେନ,୩୦ା୭: ନୂଆପଡା ଜିଲା ପ୍ରତିବର୍ଷ ମରୁଡି କବଳିତ ହେଉଥିବାବେଳେ ଏଠାରେ ଚାଷୀଙ୍କ ଗୁହାରି ଶୁଣିବାକୁ କର୍ତ୍ତୃପକ୍ଷ ହେଳା କରୁଥିବା ଅଭିଯୋଗ କରି ବୋଡେନ ବ୍ଲକ ଭାଜପା ତରଫରୁ ତହସିଲ ଅଫିସ ଘେରାଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ୧୨ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ବୋଡେନ ବ୍ଲକ ପାତାଳ ଗଙ୍ଗା ମଣ୍ଡଳ ସଭାପତି ନୀଳାମ୍ବର ମେହେରଙ୍କ ନେତୃତ୍ୱରେ ଶତାଧିକ ଭାଜପା କକର୍ମକର୍ତ୍ତାମାନେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରୁ ଏକ ରାଲିରେ ବାହାରିଥିଲେ। ବୋଡେନ ବସ୍ତି ପରିକ୍ରମା କରି ସରକାରଙ୍କ କୃଷୀ ଏବଂ କୃଷକ ମାରଣାନୀତି ଉପରେ ବିଭିନ୍ନ ସ୍ଲୋଗାନମାନେ ଦେଇଥିଲେ। ଶେଷରେ ବୋଡେନ ତହସିଲ ଗେଟ ସମ୍ମୁଖରେ ଠୁଳ ହୋଇ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ସ୍ଥାନୀୟ ତହସିଲଦାର ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବୋଡେନ ସମେତ ସମଗ୍ର ନୂଆପଡା ଜିଲାକୁ ମରୁଡି ଘୋଷଣା କରିବା, ଗତ ୨୦୧୭-୧୮ବର୍ଷର କୃଷୀ ବୀମା, ୨୦୧୮ର ମରୁଡି ସହାୟତା, ଜଳ ସେଚନର ସୁବିଧା, ପ୍ରଧାନମନ୍ତ୍ରୀ ସମ୍ମାନିଧି ଯୋଜନାରେ ସାମିଲ କରିବା ଆଦି ୧୨ ଦଫା ଦାବି କରାଯାଇଛି । ଏହାକୁ ତୁରନ୍ତ ପୂରଣ କରାଯିବାକୁ ଦାବି କରାଯାଇଥିଲା । ଏହି ଆନ୍ଦୋଳନରେ ଜିଲା ସଭାପତି ଶିବ ପ୍ରସାଦ ମୁଣ୍ଡ, ଅନନ୍ତରାମ ଚିନ୍ଦା, ଜିଲା ସାଧାରଣ ସମ୍ପାଦକ ସୁବ୍ରତ ଠାକୁର, ଅତିନ୍ଦ୍ର ଜିତ ସିଂ ମଲ୍ଲିକ, କିର୍ତନ ବାଗ, ମନିଜର ଆର୍ଯ୍ୟ, ବିଜୟ କୁମାର ବେହେରା, ଅମର ମାଝି, ଅଜୟ ଦାସ, ମୂରଲୀ ହଂସ, ରାଧା ପଟେଲ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri