ମରାମତି ଓ ପ୍ରଶସ୍ତୀକରଣ ଦାବି କରି ରାସ୍ତାରୋକୋ

ବାଲିଆପାଳ,୩୧।୭(ସ୍ବ.ପ୍ର.): ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ମରାମତି ଓ ପ୍ରଶସ୍ତୀକରଣ ନ ହେବାରୁ ବୁଧବାର ପୂର୍ବାହ୍ନରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମାନ୍ଧାତା ପଞ୍ଚୁପାଲି ରାସ୍ତାର ପଞ୍ଚୁପାଲି ଛକ ନିକଟରେ ଗ୍ରାମବାସୀ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ। ଏହି ରାସ୍ତାଟି ଜଳସେଚନ ବିଭାଗ ଅଧୀନରେ ଥିଲେ ବି ରକ୍ଷଣାବେକ୍ଷଣ ଓ ମରାମତି ନ ହେବାରୁ ଏକପ୍ରକାର ମରଣଯନ୍ତା ପାଲଟିଛି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଲୋକେ ମୃତ୍ୟୁମୁଖରେ ପଡୁଥିଲେ ବି ପ୍ରଶାସନର ନିଦ ଭାଙ୍ଗୁନି। ରାସ୍ତା ସମ୍ପୂର୍ଣ୍ଣ ଖାଲଖମାରେ ପୂରି ଥିବାରୁ ୫କି.ମି. ଦୂର ଅତିକ୍ରମ କରିବାକୁ ଯାନବାହନକୁ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏହା ଏ ଅଞ୍ଚଳର ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶହଶହ ଗାଡ଼ିମୋଟର, ବସ୍‌, ଆମ୍ବୁଲାନ୍ସ, ଦମକଳଗାଡ଼ି ସମେତ ସ୍କୁଲକଲେଜ ଛାତ୍ରୀଛାତ୍ର ଯିବା ଆସିବା କରୁଛନ୍ତି। ରାସ୍ତାର ଦୁରବସ୍ଥା ସମ୍ପର୍କରେ ଅଞ୍ଚଳବାସୀ ସ୍ଥାନୀୟ ନେତା ଓ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ଲୋକ ଦେଖାଣିଆ ମାଟି ମିଶା ମୋରମ ପକାଇ ପ୍ରଶାସନ ଦାୟିତ୍ୱ ସାରି ଦେଉଛି। ଏଭଳି ତାଳିପକା ଓ ଅସ୍ଥାୟୀ କାମକୁ ଅଞ୍ଚଳବାସୀ ବିରୋଧ କରି ଏହାକୁ ସ୍ଥାୟୀ ଓ ପ୍ରଶସ୍ତ ପକ୍କା ରାସ୍ତାରେ ପରିଣତ କରାଯାଉ ବୋଲି ଦାବି କରିଆସୁଛନ୍ତି। ବୁଧବାର ରାସ୍ତାରୋକୋ ଆନ୍ଦୋଳନ କରିଥିବା ଲୋକେ ଏହି ଦାବି ନେଇ ଜିଦ୍‌ରେ ଅଡିବସିଥିଲେ। ବିଭାଗୀୟ ଜେଇ ଜୟକୃଷ୍ଣ ବେହେରା ଘଟଣାସ୍ଥଳକୁ ଆସି ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହିତ ଏହାକୁ ସ୍ଥାୟୀ ପକ୍କା ରାସ୍ତା କରିବା ଲାଗି ଉଚ୍ଚପଦସ୍ଥ ବିଭାଗୀୟ ଅଫିସରଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗ୍ରାମରୁ ଏକ ପ୍ରତିିନିଧିଦଳ ଇରିଗେସନ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଖା କରି ଆଲୋଚନା କରିବା ସକାଶେ ବେହେରା ପରାମଶ ର୍ଦେଇଥିଲେ। ସୁବଳ ଚନ୍ଦ୍ର ଦାସ, ଶାରଦା ଗିରି, ଗୋପାଳ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ମାନ୍ଧାତା ଓ ପଞ୍ଚୁପାଲି ଅଞ୍ଚଳର ଗ୍ରାମବାସୀ ଆନ୍ଦୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଦରକାର।…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର: ସାମ୍ନାକୁ ଆସିଲା ଭୟଙ୍କର ଦୁର୍ଘଟଣା ଦୃଶ୍ୟ

ଭୁବନେଶ୍ୱର,୧୪।୨: ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ବ୍ରିଟ କଲୋନୀ ମୁଖ୍ୟ ରାସ୍ତାରେ। ଏଥିରେ ୪ ଆହତ ହୋଇଥିବା ବେଳେ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri