ମଧ୍ୟାହ୍ନଭୋଜନରେ ପୁଷ୍ଟିକର ଖାଦ୍ୟ ଦେବା ଲକ୍ଷ୍ୟ : ୧୮୫ ବିଦ୍ୟାଳୟରେ କିଚେନ ଗାର୍ଡେନ ବ୍ୟବସ୍ଥା

ନୟାଗଡ଼ ଅଫିସ,୧୬ା୯: ରାଜ୍ୟରେ ବିଭିନ୍ନ ସମୟରେ ମଧ୍ୟାହ୍ନଭୋଜନରେ ଛାତ୍ରୀଛାତ୍ରଙ୍କୁ ଭାତ ସହିତ ପାଣିଆ ଡାଲି ଦିଆଯାଉଥିବା ଅଭିଯୋଗ ହୋଇଥାଏ। ପିଲାଙ୍କୁ ଯେପରି ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ ସେ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିଦ୍ୟାଳୟରେ କିଚେନ ଗାର୍ଡେନ (ନ୍ୟୁଟ୍ରିଶନ୍‌ ଗାର୍ଡ଼େନ) ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲାରେ ୨୨୮ ବିଦ୍ୟାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଚିହ୍ନଟ କରାଯାଇଛି। ତନ୍ମଧ୍ୟରୁ ୧୮୫ ବିଦ୍ୟାଳୟରେ ଏହା କାର୍ଯ୍ୟକ୍ଷମ ହେଉଛି। ଅବଶିଷ୍ଟ ୪୩ ବିଦ୍ୟାଳୟ କୌଣସି ରିପୋର୍ଟ ଦେଇ ନ ଥିବା ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ବ୍ୟବସ୍ଥା ଅନୁଯାୟୀ ବିଦ୍ୟାଳୟ ପରିସରରେ ଥିବା ଖାଲି ଜାଗାରେ ପିଲାମାନେ ଅମୃତଭଣ୍ଡା, କଦଳୀ, ଲେମ୍ବୁ, ବାଇଗଣ ଆଦି ପନିପରିବା ଗଛ ଲଗାଇ ଏଥିରୁ ଉତ୍ପାଦିତ ପରିବା ମଧ୍ୟାହ୍ନଭୋଜନ ରୋଷେଇରେ ବ୍ୟବହାର କରିବେ।
୨୬ ନଭେମ୍ବର ୨୦୧୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିଜ ଜିଲାରେ ଥିବା ବିଭିନ୍ନ ବିଦ୍ୟାଳୟରେ କିଚେନ ଗାର୍ଡ଼େନ ତିଆରି କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ ବିଦ୍ୟାଳୟରେ ପ୍ରସ୍ତୁତ କରାଯାଉଥିବା ମଧ୍ୟାହ୍ନଭୋଜନରେ ପନିପରିବା ଆବଶ୍ୟକ ରହିଥିବା ବେଳେ ଏହା ଖାଦ୍ୟକୁ ପୋଷଣରେ ଭରି ଦେଇଥାଏ। ଯେଉଁ ବିଦ୍ୟାଳୟରେ ପାଚେରୀ ବ୍ୟବସ୍ଥା ସହ ଖାଲି ଜାଗା ଓ ପାନୀୟ ଜଳ ବ୍ୟବସ୍ଥା ଥିବ ସେଠାରେ କିଚେନ ଗାର୍ଡ଼େନ କରାଯିବା ପାଇଁ କୁହାଯାଇଥିଲା। ନୟାଗଡ଼ ଜିଲାରେ ମୋଟ ୧୧୬୦ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ଷମ ହେଉଥିବା ବେଳେ ୨୨୮ଟି ସ୍କୁଲରେ ମଧ୍ୟାହ୍ନ ଭୋଜନ ଲାଗି ନ୍ୟୁଟ୍ରିଶନ୍‌ ଗାର୍ଡ଼େନ ପାଇଁ ଚିହ୍ନଟ କରାଯାଇଥିଲା। ଗଣିଆ ବ୍ଲକରେ ୧୭, ଦଶପଲ୍ଲାରେ ୨୨, ଭାପୁରରେ ୧୪, ଖଣ୍ଡପଡ଼ାରେ ୨୪, ନୟାଗଡ଼ରେ ୪୦, ନୂଆଗାଁରେ ୨୫, ଓଡ଼ଗାଁରେ ୪୨ ଓ ରଣପୁରରେ ୪୪ ବିଦ୍ୟାଳୟକୁ ଚିହ୍ନଟ କରାଯାଇଥିଲା। ଦଶପଲ୍ଲା ବ୍ଲକର ୫, ଭାପୁରର ୫, ନୟାଗଡ଼ର ୧୯, ନୂଆଗାଁର ୧୧ ଓ ରଣପୁରର ୩ ଏହିଭଳି ୪୩ ବିଦ୍ୟାଳୟ ଏ ନେଇ ରିପୋର୍ଟ ଦାଖଲ କରିନାହାନ୍ତି। ନ୍ୟୁଟ୍ରିଶନ୍‌ ଗାର୍ଡ଼େନ ବ୍ୟବସ୍ଥା ଦ୍ୱାରା ପିଲାମାନେ ନିଜେ ପନିପରିବା ଗଛକୁ ବଢ଼ାଇ ଏହାରି ଫଳକୁ ମଧ୍ୟାହ୍ନ ଭୋଜନରେ ରୋଷେଇ କରି ଖାଉଛନ୍ତି। ବିଦ୍ୟାଳୟ ପରିସରରେ ଥିବା ଖାଲି ଜାଗାରେ ବିଭିନ୍ନ ପନିପରିବା ଗଛ ଲଗାଇ ଏଥିରେ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ପ୍ରତିଦିନ ଖେଳ ପିରିୟଡ଼ରେ ପାଣି ଦେଉଥିବା ଦେଖିବାକୁ ମିଳୁଛି। ଜିଲାରେ ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri