ମଦ ବିକ୍ରି: ଅମଙ୍ଗ କାହିଁକି

ଜ୍ୟୋତିରଞ୍ଜନ ମହାପାତ୍ର, ଭୁବନେଶ୍ୱର,୫।୫(ବ୍ୟୁରୋ): ସରକାରୀ ଲାଇସେନ୍ସଧାରୀ ମଦ ଦୋକାନୀମାନେ ମଦ ବିକ୍ରି କରିବାର ଅବଧିକୁ ବଢ଼ାଇବାକୁ ସରକାରଙ୍କୁ ଅନୁରୋଧ କରିବା ସହ ଅନେକେ ବର୍ତ୍ତମାନ ବିକ୍ରି ପାଇଁ ଅମଙ୍ଗ ହେଉଛନ୍ତି, ଯାହାକୁ ନେଇ ଜନସାଧାରଣ ତଥା ବୁଦ୍ଧୀଜୀବୀ ମହଲରେ ଭିନ୍ନ ମତ ପ୍ରକାଶ ପାଉଛି। ଲାଇସେନ୍ସଧାରୀ ଦୋକାନୀମାନେ ମଦ ବିକ୍ରି କରିବାକୁ ଅମଙ୍ଗ ହେବାର କାରଣ ପଛରେ ଅନେକ ରହସ୍ୟ ଲୁଚିରହିଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ ଲାଭ ପାଇଁ ନୁହେଁ ବରଂ ଅନେକ ଦୋକାନୀ ଭିନ୍ନ କାରଣରୁ ଦୋକାନ ଖୋଲିବାକୁ ଭୟଭୀତ ହୋଇ ଏପରି ବାହାନା କରୁଥିବା ଚର୍ଚ୍ଚା ଜୋର ଧରିଛି।
ସମଗ୍ର ଦେଶରେ ଲକ୍‌ଡାଉନ ଲାଗୁ ହେବାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଦେଶୀ, ବିଦେଶୀ ମଦ ଦୋକାନ ସମେତ ବାର୍‌କୁ ବନ୍ଦ କରାଯାଇଥିଲା। କୋଭିଡ-୧୯ ମୁକାବିଲାର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସରକାରଙ୍କ ଆଭିମୁଖ୍ୟ ଘେଷଣା କରିବା ସହ ମଦ ନ ଛୁଇଁବାକୁ ରାଜ୍ୟବୀସୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ଅନେକ ସରକାରୀ ଲାଇସେନ୍ସଧାରୀ ଅସାଧୁ ମଦ ଦୋକାନୀ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଲୋକଙ୍କ ଜୀବନ ସହ ଖେଳ ଖେଳିଛନ୍ତି। ଦୋକାନ ସିଲ୍‌ ହୋଇ ନ ଥିବାରୁ ବିଳମ୍ବିତ ରାତିରେ ଅନେକ ମଦ ଦୋକାନରୁ ବେଆଇନ ଭାବେ ପେଟି ପେଟି ମଦ ବାହାର କରାଯାଇଛି। ଏଥିସହ ମନଇଚ୍ଛା ଚଢ଼ା ଦରରେ ଦୋକାନୀମାନେ ବେଆଇନ ଭାବେ ଖୁଚୁରା ଚୋରା ମଦ ବେପାରୀଙ୍କୁ ବିକ୍ରି କରିଦେଇଛନ୍ତି, ଯାହାକି ଟୁଇନ୍‌ସିଟି କମିଶନରେଟ ପୋଲିସ ସମେତ ବିଭିନ୍ନ ଜିଲା ପୋଲିସ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଦେଶୀ, ବିଦେଶୀ ମଦ ସମେତ କାର୍‌ ଜବତ କରାଯିବା ଘଟଣାରୁ ସ୍ପଷ୍ଟ ହୋଇଥିଲା। ଟୁଇନ୍‌ସିଟି କଟକ, ଭୁବନେଶ୍ୱରରେ ଅନେକ ଅସାଧୁ ବ୍ୟକ୍ତି ଲକ୍‌ଡାଉନ ସମୟରେ ନାମୀଦାମୀ କାର୍‌ରେ ପୋଲିସ ପାସ୍‌ ବ୍ୟବହାର କରି ମଦ ଚାଲାଣ ବେଳେ ଧରାପଡିବା ସହ ଜେଲ ଯାଇଛନ୍ତି। ରାତିଅଧରେ ଦୋକାନ ଖୋଲି ଚୋରାରେ ମଦ ବିକ୍ରି ହୋଇଯାଇଥିବାରୁ ଦୋକାନୀଙ୍କ ପାଖରେ ଯଥେଷ୍ଟ ପରିମାଣର ମଦ ନ ଥିବା ଜଣାପଡ଼ିଛି। ମଦ ଦୋକାନ ଖୋଲିଲେ ସେମାନେ ଗ୍ରାହକଙ୍କ ଆକ୍ରୋଶର ଶିକାର ହେବାର ଭୟ ରହିଛି। ତେଣୁ ମଦ ଫ୍ୟାକ୍ଟ୍ରିରୁ ମଦ ସପ୍ଲାଇ ଆରମ୍ଭ ପରେ ଦୋକାନ ଖୋଲିବାକୁ ଅନେକେ ଯୋଜନା କରୁଛନ୍ତି। ଏପରିକି ଅନେକ ଦୋକୀନୀ ଅବକାରୀ ବିଭାଗୀୟ କର୍ମଚାରୀଙ୍କୁ ଧରି ଷ୍ଟକ୍‌ କାଗଜପତ୍ର ସଜାଡିବାରେ ଲାଗି ପଡିଛନ୍ତି ବୋଲି ହାଇକୋର୍ଟର ଯୁବ ଆଇନଜୀବୀ ବିସ୍ମୟ କୁମାର ଷ୍ଟାଲିନ୍‌ କହିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ ସମୟରେ ସମଗ୍ର ରାଜ୍ୟରେ ଯେତେ ବିଦେଶୀ ଓ ଦେଶୀ ମଦ ପୋଲିସ ଏବଂ ଅବକାରୀ ବିଭାଗ ଜବତ କରିଛି ସେଥିରେ ଓଡ଼ିଶା ସରକାରଙ୍କ ଲୋଗୋ ଥାଇ ସିଲ୍‌ ହୋଇଛି, ଯାହାକି ଓଡ଼ିଶାର ବିଭିନ୍ନ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରୁ ଲୁଚା ଛପାରେ ଉଠାଇ ଚୋରାରେ ବିକ୍ରି କରାଯାଉଥିଲା ବୋଲି ସ୍ପଷ୍ଟ ହୋଇଯାଇଛି। ତେଣୁ ପୋଲିସ ଓ ଅବକାରୀ ବିଭାଗ ଉକ୍ତ ଘଟଣା ଉପରେ ସବିଶେଷ ତଦନ୍ତ କରିଲେ କେଉଁ ଲାଇସେନ୍ସଧାରୀ ଦୋକାନୀ ବିକ୍ରି କରିଛନ୍ତି ତାହା ସ୍ପଷ୍ଟ ହୋଇପାରିବ। କାରଣ ମଦ ବିକ୍ରିକରି ଧରାପଡିଥିବା ଜଣେ ଅଭିଯୁକ୍ତ କହିଛନ୍ତି ଯେ, ସେ ମଦ ଦୋକାନୀଙ୍କଠାରୁ ଦୁଇ ଗୁଣା ଦରରେ ମଦ କିଣିଆଣି ତିନି ଗୁଣା ଦରରେ ବଜାରରେ ବିକ୍ରି କରୁଥିଲେ। କିନ୍ତୁ ଦୋକାନୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅବକାରୀ ବିଭାଗ ଗୁରୁତ୍ୱ ଦେଉନି। ମାତ୍ର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗଡ଼ିକରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳୁଛି। ଲକ୍‌ଡାଉନ ସମୟରେ ପଣ୍ଡିଚେରୀରେ ଅନେକ ଚୋରାମଦ କାରବାର ବୃଦ୍ଧି ପାଇଥିଲା। ପଣ୍ଡିଚେରୀ ରାଜ୍ୟପାଳ କିରଣ ବେଦୀ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଅବକାରୀ ବିଭାଗ ସଚିବ ସୁରବିନ୍ଦର ସିଂଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ୧୫୦ ମଦ ଦୋକାନୀଙ୍କ ଷ୍ଟକ୍‌ ଖାତା ଯାଞ୍ଚ ପରେ ନିୟମ ଉଲ୍ଲଂଘନକାରୀ ୧୪ ମଦ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା। ମାର୍ଚ୍ଚ ୨୪ରେ ସେଠାରେ ମଦ ଦୋକାନଗୁଡ଼ିକ ବନ୍ଦ ସମୟରେ ଦୋକାନରେ ମହଜୁଦ ଥିବା ମଦର ପରିମାଣକୁ ଆକଳନ କରିବା ପରେ ଦୋକାନକୁ ସିଲ୍‌ କରାଯାଇଥିଲା। ମାତ୍ର ଏପ୍ରିଲ ୧୩ ତାରିଖ ମଧ୍ୟରେ ଉକ୍ତ ୧୪ ମଦ ଦୋକାନୀ ଅସାଧୁ ଉପାୟରେ ମଦ ବିକ୍ରି କରିଥିଲେ, ଯାହାକି ଷ୍ଟକ୍‌ ବା ଜମାଖାତା ଯାଞ୍ଚ ବେଳେ ଧରାପଡ଼ିଥିଲା। ତେଣୁ ୧୪ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେଣୁ ଆମ ରାଜ୍ୟରେ ଯେଉଁମାନେ ନିୟମ ଉଲ୍ଲଂଘନ କରିଛନ୍ତି, ତାହାର ତଦନ୍ତ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଦାବି ହେଉଛି। ଅପରପକ୍ଷରେ କଟକରେ ସୋମବାର ଦିନତମାମ ମଦଦୋକାନ ଆଗରେ ଲୋକଙ୍କ ଭିଡ଼ ଜମିଥିଲେ ମଧ୍ୟ କୌଣସି ଦୋକାନ ଖୋଲି ନ ଥିଲା। ଏନେଇ କଟକ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅଶୋକ କୁମାର ଶତପଥୀ କହିଛନ୍ତି, କଟକରେ ମଦ ଦୋକାନ ଖୋଲିବା ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଆସିବା ପରେ ଦୋକାନ ଖୋଲିବ। ତେବେ ଦେଶର ସମସ୍ତ ଗ୍ରୀନ୍‌ ଜୋନ୍‌ରେ ମଦ ଦୋକାନ ଖୋଲୁଥିବାବେଳେ ରାଜ୍ୟରେ ଦୋକାନ ବନ୍ଦ ରହିବା ଘଟଣାକୁ ଅନେକ ସନ୍ଦେହ କରିଛନ୍ତି।
ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବା ହେଲା, ସରକାରଙ୍କ ତରଫରୁ ଲକ୍‌ଡାଉନ ସମୟରେ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଥିଲା। ତେଣୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜଧାନୀର ସମସ୍ତ ସରକାରୀ ମଦ ଦୋକାନ ଓ ବାର୍‌ଗୁଡିକ ବନ୍ଦ କରାଯାଇଥିବା ବେଳେ ତାହାକୁ ସିଲ୍‌ କରାଯାଇ ନ ଥିଲା। ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରି ଦୋକାନ ଖୋଲି ମଦ ବିକ୍ରି କରିଥିବା ଷ୍ଟକ୍‌ ଯାଞ୍ଚ ବେଳେ ଜଣାପଡ଼େ ସେମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଅବକାରୀ ବିଭାଗ କମିଶନର ଅଞ୍ଜନ କୁମାର ମାନିକ୍‌ ଉକ୍ତ ପ୍ରସଙ୍ଗ ସମ୍ପର୍କରେ ଜାଣିବା ପରେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ମାନିକ୍‌ କହିଛନ୍ତି, ଏନ୍‌ଫୋର୍ସମେଣ୍ଟ ଟିମ୍‌ ରାଜ୍ୟର ବିଭିନ୍ନ ସ୍ଥାନେରେ ମଦ ଚୋରା କାରବାର ଉପରେ ନଜର ରଖିବା ସହ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ମାତ୍ର ଯଦି କେହି ଲାଇସେନ୍ସଧାରୀ ଦୋକାନୀ ଏପରି କାର୍ଯ୍ୟ କରିଥାନ୍ତି, ତାହା ତଦନ୍ତ ପରିସରଭୁକ୍ତ ହେବା ସହ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ପାଇଁ ମଦ ଦୋକାନ ବନ୍ଦ ହେବାବେଳେ ଷ୍ଟକ୍‌ ଯାଞ୍ଚ କରାଯିବା ସହ ଅନେକ ସ୍ଥାନରେ ସିଲ୍‌ କରାଗଲା, ତେବେ ଓଡ଼ିଶାରେ କାହିଁକି ଏଭଳି କରାଗଲା ନାହିଁ। ଅବକାରୀ ବିଭାଗର ଏଭଳି ଖାମଖିଆଲ ମନୋଭାବ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri