ମତ୍ସ୍ୟଜୀବୀଙ୍କ ପାଇଁ ୫ ବର୍ଷୀୟା ଯୋଜନା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାରତରେ ପାରମ୍ପରିକ କୃଷିକୁ ଛାଡ଼ି ଦେଲେ ଅନେକ ଲୋକ ମତ୍ସ୍ୟଜୀବୀ ଭାବେ ଜୀବିକା ନିର୍ବାହ କରିଥାନ୍ତି। କୃଷି ଭଳି ମତ୍ସ୍ୟଜୀବୀଙ୍କୁ ଅଧିକ ସଶକ୍ତୀକରଣ ସହ ସେମାନଙ୍କ ରୋଜଗାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ଖୁବଶୀଘ୍ର ରାଜ୍ୟଗୁଡ଼ିକ ସହ ଆଲୋଚନା କରାଯାଇ ଖସଡା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ବିଶେଷ କରି ତାମିଲନାଡୁ, କର୍ନାଟକ, କେରଳ, ଗୋଆ, ଓଡ଼ିଶା,ଆନ୍ଧ୍ର, ତେଲଙ୍ଗାନା, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟର ମାଛ ଧରାଳି ଏହା ଦ୍ୱାରା ଉପକୃତ ହେବେ ବୋଲି କୁହାଯାଉଛି।
ନ୍ୟାଶନାଲ ଫେଡେରେଶନ ଅଫ୍‌ ଫିସର୍ସ କୋଅପରେଟିଭ୍‌ ଲିଃ ପକ୍ଷରୁ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫେଡେରେଶନର ଜାତୀୟ ଆପେକ୍ସ ବଡି ପକ୍ଷରୁ ଏହାର ରୂପରେଖ ପ୍ରସ୍ତୁତ କରାଯିବ। ପାଞ୍ଚବର୍ଷିୟା ଯୋଜନା ଉପରେ ଫେଡେରେଶନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଦେଶର ସମସ୍ତ ମତ୍ସ୍ୟଜୀବୀଙ୍କୁ ଯେପରି ଆଜୀବନ ବୀମାଭୁକ୍ତ କରାଯାଇପାରିବ, ସେ ନେଇ ଧ୍ୟାନ ଦିଆଯାଉଛି। ସାରା ଦେଶରେ ପେସାଗତ ଭାବେ ୧.୬ କୋଟି ମତ୍ସ୍ୟଜୀବୀ ରହିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେବଳ ୩୦ ଲକ୍ଷଙ୍କୁ ବୀମାଭୁକ୍ତ କରାଯାଇଛି। ନିକଟରେ ବେଙ୍ଗାଲୁରୁରେ ଫେଡେରେଶନର ୧୬୯ତମ ବୋର୍ଡ ଅଫ୍‌ ଡିରେକ୍ଟର୍ସ ବୈଠକରେ ମତ୍ସ୍ୟଜୀବୀଙ୍କ ସମସ୍ୟା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିବା ଜଣାପଡିଛି। ଟି. ପ୍ରସାଦ ରାଓ ଦୋରା ଏହି ବୈଠକର ଅଧ୍ୟକ୍ଷତା କରିଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ମୁକେଶ ଯୋଗଦାନ କରିଥିଲେ। ଫେଡେରେଶନ ଦ୍ୱାରା ସାରା ଦେଶରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମତ୍ସ୍ୟଜୀବୀଙ୍କୁ ସାମିଲ କରାଯାଇଛି। ତେଣୁ ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ୧୪ ଲକ୍ଷ ୮୦ ହଜାର ୭୦୪(ପ୍ରାୟ ୧୫ ଲକ୍ଷ) ମତ୍ସ୍ୟଜୀବୀ ରହିଥିବା ଜଣାପଡିଛି। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତଙ୍କୁ ଉପଯୁକ୍ତ ଚିହ୍ନଟ କରାଯାଇପାରିନାହିଁ। ବଡ଼ ମତ୍ସ୍ୟଜୀବୀ, ଟ୍ରଲର, ଡଙ୍ଗା ଏବଂ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା କେତେକ ବର୍ଗ ହିଁ ଉପକୃତ ହେଉଛନ୍ତି। ଏହି ବର୍ଗର ମତ୍ସ୍ୟଜୀବୀମାନେ ହିଁ ବୀମାଭୁକ୍ତ ହୋଇଛନ୍ତି। ତେଣୁ ରାଜ୍ୟରେ କ୍ଷୁଦ୍ର ମତ୍ସ୍ୟଜୀବୀମାନଙ୍କ ଚିହ୍ନଟ ପ୍ରକ୍ରିୟା ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଥରେ ଉପଯୁକ୍ତ ମତ୍ସ୍ୟଜୀବୀ ଚିହ୍ନଟ ପ୍ରକ୍ରିୟା ହେବା ପରେ ସେମାନଙ୍କ ପାଇଁ ସ୍ଥାୟୀ ଯୋଜନା ଆବଶ୍ୟକ ରହିଥିବା କେତେକ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri