ପୁରୀ ଅଫିସ, ୨୩ା୧: ଘରୁ ବିମୁଖ ହୋଇ ଭୁବନେଶ୍ୱରର ଉଚ୍ଚଶିକ୍ଷିତ ଯୁବକ ଗିରିଜା ଶଙ୍କର ମିଶ୍ର ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରକୁ ଚାଲିଆସି ଭିକ୍ଷାବୃତ୍ତି କରିବା ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଏଭଳି ଏକ ଖବର ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ନିକଟ ଏକ ମଠରେ ପୁଅ ବେଶରେ ସଜେଇ ହୋଇ ରହୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଜିଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ) ଉଦ୍ଧାର କରିଛି। ଏହି ପିଲା ଜଣକ ପୁଅ ନୁହେଁ ବରଂ ଝିଅ ବୋଲି ଜଣାପଡ଼ିବା ପରେ ମଠ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ। କୌଣସି ସମସ୍ୟା ସୃଷ୍ଟି ହେବା ଆଶଙ୍କାରେ ସେ ନିଜସ୍ବ ଖର୍ଚ୍ଚରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ କର୍ମକର୍ତ୍ତାଙ୍କ ଜରିଆରେ ସମ୍ପୃକ୍ତ ନାବାଳିକାଙ୍କୁ ରାତିଅଧିଆ ତାଙ୍କ ଘରକୁ ପଠାଇ ଦେଇଥିବା ଜଣାପଡ଼ିିଛି।
ସୂଚନା ଅନୁଯାୟୀ, କିଛି ମାସ ତଳେ କଟକ ଅଞ୍ଚଳର ଏହି ନାବାଳିକା ଜଣକ କୌଣସି କାରଣରୁ ଘରୁ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ପୁରୀରେ କାମଧନ୍ଦା ଖୋଜି ଥିଲେ। ମାତ୍ର ନ ପାଇବାରୁ ନିଜକୁ ବ୍ରାହ୍ମଣ ବେଶରେ ସଜାଇ ଭିକ୍ଷାବୃତ୍ତି କରି ଚଳୁୁଥିଲେ। ସେ ଦେଖିବାକୁ ସୁନ୍ଦର ହୋଇଥିବାବେଳେ କଥାରେ ମିଷ୍ଟତା ଯୋଗୁ ଅଳ୍ପ ଦିନରେ ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିଥିଲେ। ଉକ୍ତ ମଠ ନିକଟରେ ଥିବା ଚା’ ଦୋକାନୀ ସମ୍ପୃକ୍ତ ମଠର ମହନ୍ତଙ୍କୁ ଏହି ବ୍ରାହ୍ମଣ ବେଶଧାରୀ ପିଲାଙ୍କୁ ଦେଖାଇ କହିଥିଲେ ଯେ, ଭଲ ପିଲାଟିଏ, ମନ୍ତ୍ର ପାଠ ଜାଣିଛି। ମଠରେ ରହିବ, ଠାକୁର ଓ ଆପଣଙ୍କ ସେବା କାର୍ଯ୍ୟ କରିବ। ମଠ ମହନ୍ତ ତାଙ୍କ ଚାଲିିଚଳଣ ଓ ବ୍ୟବହାରରେ ସନ୍ତୁଷ୍ଟ ହୋଇ ମଠରେ ରହିବାକୁ ଅନୁମତି ଦେଇଥିଲେ। ସମ୍ପୃକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଦିନରେ ମଠରେ କାମ କରୁଥିଲେ। ରାତିରେ ଖାଇପିଇ ସେଠାରେ ଶୋଇଯାଉଥିଲେ। ତେବେ କୌଣସି ସୂତ୍ରରୁ ଉକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଜଣଙ୍କ ସମ୍ପର୍କରେ ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍ର ଏକ ଟିମ୍ ସୋମବାର ରାତିରେ ଅଚାନକ ମଠରେ ପହଞ୍ଚି ମହନ୍ତଙ୍କ ସହ ଆଲୋଚନା କରିଥିଲେ। ସେହି ବେଶଧାରୀ ପିଲା ଜଣଙ୍କ ପୁଅ ନୁହେଁ ବରଂ ଝିଅ ଏବଂ ସେ ନାବାଳିକା ବୋଲି ଜଣାଇଥିଲେ। ଏକଥା ଶୁଣି ମଠ ମହନ୍ତ ଚମକି ପଡ଼ିିଥିଲେ। ସମ୍ପୃକ୍ତ ବେଶଧାରୀ ପିଲାଙ୍କୁ ପଚରାଉଚୁରା କରିବାରୁ ସବୁ କଥା ଜଣାପଡ଼ିଥିଲା। ସେ ନିଜ ପରିଚୟ ଦେବା ସହ ଘର ଠିକଣା ବି କହିଥିଲେ। ଏହାପରେ କାଳେ କିଛି ସମସ୍ୟା ଉପୁଜିବ ଏବଂ ଗଣମାଧ୍ୟମ ନିକଟରେ ଖବର ପହଞ୍ଚିଯିବ ସେହି ଭୟରେ ମଠ ମହନ୍ତ ଗାଡ଼ି ଭଡ଼ା ଦେଇ ତାଙ୍କୁ ଗ୍ରାମକୁ ତୁରନ୍ତ ପଠାଇ ଦେବାକୁ ଚାହିଁଥିଲେ। ଶିଶୁ ସୁରକ୍ଷା ୟୁନିଟ୍ର ସଦସ୍ୟା ସଦସ୍ୟମାନେ ତାଙ୍କୁ ସେଠାରୁ ରାତିରେ ଉଦ୍ଧାର କରି ତାଙ୍କ ଘରକୁ ପଠାଇ ଦେଇଥିଲେ।
ଲୋକକଳା ପାଇଁ ଦିନଟିଏ
ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…
ହାତୀ ଆକ୍ରମଣରେ ଜଣେ ଗୁରୁତର
ରୁପ୍ରାରୋଡ୍,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…
ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…
ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି
ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…
ଥଲାପତି ବିଜୟଙ୍କୁ ବଡ଼ ଝଟ୍କା: ଅନୁରୋଧ କରି କହିଲେ…
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…
ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା
ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…
ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା
ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…
Archives

