ମଙ୍ଗୁଳି ଜେନା ହତ୍ୟା ଘଟଣା ଫାଇଲରେ ଡୋରି

ଖୋର୍ଦ୍ଧା ଅଫିସ, ୧୪।୩: ଖୋର୍ଦ୍ଧା ଜିଲା ସଦର ମହକୁମାରେ ଗତ ୨୦୧୯ ଏପ୍ରିଲ ୧୪ରେ ଭାଜପା ନେତା ମଙ୍ଗୁଳି ଜେନାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ଘଟଣା ଆଜକୁ ୧୧ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ତଦନ୍ତ ଚାଲିଛି କହି ଫାଇଲରେ ଡୋରି ବାନ୍ଧି ଦେଇ ଚୁପ୍‌ ହୋଇ ବସିପଡିଛି। ଏ ନେଇ ଜେନାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିବାର ତ ଦୂରର କଥା ତାଙ୍କୁ ମାନସିକ ନିର୍ଯାତନା ଆଘାତ ଦେଇଛି। ତେବେ ତାଙ୍କ ପରିବାର ଲୋକେ ଓ ସମର୍ଥକମାନେ ମିଶି ଗଣ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇସାରିଲେଣି। ପ୍ରଥମ ପର୍ଯ୍ୟାୟରେ ସେମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ହେଲା ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି। ଗ୍ରୀଷ୍ମର ପ୍ରକୋପରେ ଜାତୀୟ ରାଜପଥ କଡରେ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ପଡି ରହିଛନ୍ତି। ସେହି ରାସ୍ତା ଦେଇ ଜିଲାର ପ୍ରମୁଖ ଅଧିକାରୀ, ପୋଲିସ ବିଭାଗ ଅଧିକାରୀମାନଙ୍କଠାରୁ ଆରମ୍ଭ କରି ବହୁ ନେତା ଓ ମନ୍ତ୍ରୀ ଯାତାୟାତ କରୁଛନ୍ତି। ହେଲେ ଆନ୍ଦୋଳନକାରୀଙ୍କୁ କେହି ଜଣେ ମଧ୍ୟ ଏଯାଏ ଭେଟି ନାହାନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିବା ତ ଦୂରର କଥା ଏତେବଡ ଘଟଣାରେ ପୋଲିସ୍‌ କିଭଳି ନୀରବ ଦ୍ରଷ୍ଟା ସାଜୁଛି ତାହା ଅଞ୍ଚଳରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ପ୍ରାପ୍ତ ସୂଚନା ଅନୁସାରେ, ଖୋର୍ଦ୍ଧା ସହରରେ ନବୀନବାଗଠାରେ ୨୦୧୯ ଏପ୍ରିଲ ୧୪ ରାତିରେ ଭାଜପାର ପ୍ରମୁଖ ନେତା ମଙ୍ଗୁଳିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହାର ପ୍ରତିବାଦରେ ମଙ୍ଗୁଳିଙ୍କ ସମର୍ଥକମାନେ ଖୋର୍ଦ୍ଧା ଆଦର୍ଶ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ସେତେବେଳେ ପୋଲିସ ପ୍ରଶାସନ ପକ୍ଷରୁ ଜଡିତ ଥିବା ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପରେ ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସମୟରେ ବହୁ ବ୍ୟକ୍ତି ବିଶେଷଙ୍କ ନିକଟରୁ ବୟାନ ରେକର୍ଡ କରାଯାଇଥିଲା। ପରେ ଏହି ହତ୍ୟା ଘଟଣାକୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପଡି ଚାପି ଦିଆଯାଇଛି ବୋଲି ବଡପୋଖରିଆ ଗ୍ରାମର ୯ ନଂ. ଜୋନର ଜିଲାପରିଷଦ ସଭ୍ୟା ମମତା ଜେନା, ଜୋତ୍ସ୍ନାରାଣୀ ଜେନା, ଛେତ ଜେନା, ଅନୁପମା ବଇରିଗଞ୍ଜନ, ଜମୁନା ଜେନା ଓ ସରୋଜିନୀ ଦଳସିଂହରାୟଙ୍କ ସହ ଗ୍ରାମର ଶତାଧିକ ଲୋକଙ୍କ ଦସ୍ତଖତ ଥାଇ ଏକ ଦାବିପତ୍ର ଖୋର୍ଦ୍ଧା ଏସ୍‌ପି ଓ ଜିଲାପାଳଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri