ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ସ୍ଥାନ ନିରୂପଣକୁ ବିରୋଧ: ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- କେନ୍ଦୁଝର ପାୈରପାଳିକା ପକ୍ଷରୁ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପକୁ ପୁରୁଣା ସହରର ବସଷ୍ଟାଣ୍ଡ ନିକଟରେ ପ୍ରତିଷ୍ଠା କରିବା ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି ା ଏ ନେଇ ଶୁକ୍ରବାର ସ୍ଥାନୀୟ ଲୋକେ ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନାଙ୍କୁ ଲିଖିତ ଦାବିପତ୍ର ଦେଇ ସେଠାରେ ପ୍ରକଳ୍ପ ନ କରିବାକୁ କହିିଛନ୍ତି ା ସେଠାରେ ପ୍ରକଳ୍ପ ହେଲେ ବସ ଷ୍ଟାଣ୍ଡ ଓ ଏହା ଆଖପାଖ ସାହିବସ୍ତିର ପରିବେଶ ପ୍ରଦୂଷିତ ହେବ ବୋଲି ସେମାନେ ଦର୍ଶାଇଛନ୍ତି।
ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଦାସ କହିଛନ୍ତି ଯେ, ବିନା ପଲ୍ଲିସଭାରେ ବସଷ୍ଟାଣ୍ଡ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନ ନିକଟରେ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ନିର୍ମାଣ କରାଯିବା ଠିକ ନୁହେଁ ା ବସ ଷ୍ଟାଣ୍ଡର ଉନ୍ନତୀକରଣ ପରିବର୍ତ୍ତେ ଏହାକୁ ଆବର୍ଜନା ସ୍ଥଳିରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ା ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବ ବୋଲି ଅଭିଯୋଗକାରୀମାନେ ମତବ୍ୟକ୍ତ କରିଛନ୍ତି ା ଅନ୍ୟପକ୍ଷେ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ ସ୍ଥାନରେ ଆଗରୁ ଟ୍ୟାକ୍ସି ଷ୍ଟାଣ୍ଡ ପ୍ରତିଷ୍ଠା ପାଇଁ ଯୋଜନା ରହିଥିଲା । ଏହି ଅଞ୍ଚଳରେ ମତ୍ସ୍ୟ ବିଭାଗ, ରେଶମ ବିଭାଗ କାର୍ଯ୍ୟାଳୟ ଥିବା ବେଳେ ପ୍ରଣୀଧନ ଚିକିତ୍ସାଳୟ ସମେତ ପୁରାତନ ସିଦ୍ଧ ବଳଦେବଜୀଉ ମନ୍ଦିର ଓ ବହୁ ସଂଖ୍ୟାରେ ବସ୍ତି ରହିଛି। ଏଭଳି ପ୍ରକଳ୍ପ ହେଲେ ସାୈନ୍ଦର୍ଯ୍ୟହାନୀର କାରଣ ହେବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri