ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ସ୍ଥାନ ନିରୂପଣକୁ ବିରୋଧ: ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

କେନ୍ଦୁଝର, ୧୦ା୧ (ସ୍ବ.ପ୍ର.)- କେନ୍ଦୁଝର ପାୈରପାଳିକା ପକ୍ଷରୁ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପକୁ ପୁରୁଣା ସହରର ବସଷ୍ଟାଣ୍ଡ ନିକଟରେ ପ୍ରତିଷ୍ଠା କରିବା ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି ା ଏ ନେଇ ଶୁକ୍ରବାର ସ୍ଥାନୀୟ ଲୋକେ ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନାଙ୍କୁ ଲିଖିତ ଦାବିପତ୍ର ଦେଇ ସେଠାରେ ପ୍ରକଳ୍ପ ନ କରିବାକୁ କହିିଛନ୍ତି ା ସେଠାରେ ପ୍ରକଳ୍ପ ହେଲେ ବସ ଷ୍ଟାଣ୍ଡ ଓ ଏହା ଆଖପାଖ ସାହିବସ୍ତିର ପରିବେଶ ପ୍ରଦୂଷିତ ହେବ ବୋଲି ସେମାନେ ଦର୍ଶାଇଛନ୍ତି।
ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଦାସ କହିଛନ୍ତି ଯେ, ବିନା ପଲ୍ଲିସଭାରେ ବସଷ୍ଟାଣ୍ଡ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନ ନିକଟରେ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ନିର୍ମାଣ କରାଯିବା ଠିକ ନୁହେଁ ା ବସ ଷ୍ଟାଣ୍ଡର ଉନ୍ନତୀକରଣ ପରିବର୍ତ୍ତେ ଏହାକୁ ଆବର୍ଜନା ସ୍ଥଳିରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ା ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବ ବୋଲି ଅଭିଯୋଗକାରୀମାନେ ମତବ୍ୟକ୍ତ କରିଛନ୍ତି ା ଅନ୍ୟପକ୍ଷେ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ ସ୍ଥାନରେ ଆଗରୁ ଟ୍ୟାକ୍ସି ଷ୍ଟାଣ୍ଡ ପ୍ରତିଷ୍ଠା ପାଇଁ ଯୋଜନା ରହିଥିଲା । ଏହି ଅଞ୍ଚଳରେ ମତ୍ସ୍ୟ ବିଭାଗ, ରେଶମ ବିଭାଗ କାର୍ଯ୍ୟାଳୟ ଥିବା ବେଳେ ପ୍ରଣୀଧନ ଚିକିତ୍ସାଳୟ ସମେତ ପୁରାତନ ସିଦ୍ଧ ବଳଦେବଜୀଉ ମନ୍ଦିର ଓ ବହୁ ସଂଖ୍ୟାରେ ବସ୍ତି ରହିଛି। ଏଭଳି ପ୍ରକଳ୍ପ ହେଲେ ସାୈନ୍ଦର୍ଯ୍ୟହାନୀର କାରଣ ହେବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri