Categories: ପୁରୀ

ଭୋକିଲା ମୁହଁରେ ଫୁଟିଲା ହସ

ପୁରୀ ଅଫିସ,୨୯ା୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ଏଭଳି ଏକ ଦୁଃସ୍ଥିତି ସମୟରେ ଅନେକ ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ଦୁଇମୁଠା ଖାଇବାକୁ ପାଉନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଭୋକିଲା ମୁହଁରେ ହସ ଫୁଟାଇଛି। ଅଚାନକ ଲକ୍‌ ଡାଉନ ଘୋଷଣା ହେବା ପରେ ଟ୍ରେନ୍‌ ଓ ବସ୍‌ ଚଳାଚଳ ବନ୍ଦ ହୋଇଯାଇଛି। ତେଣୁ ରାଜ୍ୟ ବାହାରର ଅନେକ ଲୋକ ପୁରୀରେ ରହିଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଦୋକାନ ବଜାର, ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ ରହୁଥିବାରୁ ଏହି ଲୋକମାନେ ରହିବା, ଖାଇବା ଆଦିରେ ଅସୁବିଧାରେ ପଡ଼ିଛନ୍ତି। ପ୍ରଶାସନ ଏଭଳି ଲୋକଙ୍କୁ ସହଯୋଗ କରିବା ଲାଗି ଆଗେଇ ଆସିଛି। ଏଥିପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ସ୍ବେଚ୍ଛାସେବୀଙ୍କ ସହାୟତାରେ ଏହି ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ରହିବା, ଖାଇବାର ବନ୍ଦୋବସ୍ତ କରିଛି ପ୍ରଶାସନ।