Posted inଖେଳ

ଭେଟେଲ ଜିତିଲେ ସିଙ୍ଗାପୁର ଗ୍ରାଁ ପ୍ରି

ସିଙ୍ଗାପୁର, ୨୩।୯(ଏଏଫପି)- ଫେରାରୀର ସେବାଷ୍ଟିଆନ ଭେଟେଲ ରବିବାର ଅନୁଷ୍ଠିତ ସିଙ୍ଗାପୁର ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଦୀର୍ଘ ୧ ବର୍ଷ ଟାଇଟଲ ଶୂନ୍ୟତାର ଅନ୍ତ ଘଟାଇ ଭେଟେଲ ଏଠାରେ ଚାମ୍ପିୟନ ହୋଇଛନ୍ତି। ଭେଟେଲଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଅନ୍ୟତମ ଫେରାରୀ ଡ୍ରାଇଭର ତଥା ପୋଲ ପୋଜିଶନର ଅଧିକାରୀ ଚାଲର୍‌ସ ଲେକ୍‌ରେକ୍‌। ମାତ୍ର ୪ ଥର ବିଶ୍ୱ ଚାମ୍ପିୟନ ଭେଟେଲ ଅଭିଜ୍ଞତାର ଉପଯୋଗ କରି ବାଜି ମାରିଛନ୍ତି। ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମର୍ସିଡିଜ୍‌ର ଲୁଇସ ହାମିଲଟନ, ଭାଲଟେରୀ ବୋଟ୍ଟାସ, ରେଡ୍‌ବୁଲ୍‌ର ଆଲେକଜାଣ୍ଡର ଆଲବନ, ମ୍ୟାକଲରେନର ଲାନ୍‌ଡୋ ନୋରିସ, ଟୋରୋ ରୋସୋର ପିଏରେ ଗାସ୍‌ଲେ, ରେନଲ୍ଟର ନିକୋ ହକେନବର୍ଗ ଓ ଆଲ୍‌ଫା ରୋମିଓର ଆଣ୍ଟୋନିଓ ଜିଓଭିନାଜି ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏହି ରେସ୍‌ପରେ ମର୍ସିଡିଜ୍‌ର ହାମିଲଟନ ୨୯୬ ପଏଣ୍ଟ ସହିତ ଡ୍ରାଇଭର ଷ୍ଟାଣ୍ଡିଂରେ ପ୍ରଥମସ୍ଥାନ ବଜାୟ ରଖିଛନ୍ତି। ମର୍ସିଡିଜ୍‌ର ଅନ୍ୟତମ ଡ୍ରାଇଭର ବୋଟ୍ଟାସ ୨୩୧ ଏବଂ ଫେରାରୀର ଲେକ୍‌ରେକ ଓ ରେଡବୁଲ୍‌ର ଭର୍ଷ୍ଟାପେନ ୨୦୦ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ୨ୟରୁ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। କନ୍‌ଷ୍ଟ୍ରକ୍ଟର ଷ୍ଟାଣ୍ଡିଂରେ ମର୍ସିଡିଜ୍‌ ୫୨୭ ପଏଣ୍ଟ ସହିତ ପ୍ରଥମ ଏବଂ ଫେରାରୀ ୩୯୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଟିଲାଗଡ଼ ସହରରେ ହାତୀ ଆତଙ୍କ: ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶି…

ଟିଟିଲାଗଡ଼, ୧/୯ (ସଞ୍ଜୟ କୁମାର ବେହେରା): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ସକାଳୁ ଟିଟିଲାଗଡ଼ ସହରର ମାଳଗୋଦାମପଡ଼ା ନିକଟସ୍ଥ ରେଳ ଲାଇନ…

ରୁହନ୍ତୁ ସତର୍କ! ନୂଆ ମାସ ଆରମ୍ଭରୁ ୩ ରାଶିଙ୍କ ପଛା ଛାଡିବନି ସମସ୍ୟା, ଶୁକ୍ର-ଶନିଙ୍କ ଷଡ଼ାଷ୍ଟକ ଯୋଗ ପଡିବ ଭାରି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦୁଇ ଗ୍ରହଙ୍କ ମଧ୍ୟରେ ଗଠିତ ହେଉଥିବା ଏକ ବିଶେଷ ଯୋଗର ପ୍ରଭାବ କିଛି ରାଶିଙ୍କ ଜୀବନରେ ନକାରାତ୍ମକ ଭାବେ ପଡ଼ିପାରେ। ଏହି ସମୟରେ…

ନେପାଳ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା, ଏବେବି ନିଖୋଜ ଅଛନ୍ତି…

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି। ବନ୍ୟାରେ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

କଳ୍ପନା, ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସର ଜୋରଦାର ଚଢ଼ାଉ

ଭୁବନେଶ୍ୱର,୧।୯: ରାଜଧାନୀ ଭୁବନେଶ୍ୱରର କଳ୍ପନା ଓ ଲକ୍ଷ୍ମୀସାଗର ଅଞ୍ଚଳରେ କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଗଞ୍ଜେଇ, ଗୁଟ୍‌ଖା ଓ ପାନ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର,୧।୯: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ…

ଚାରି ବର୍ଷ ଧରି ଟିମ ଇଣ୍ଡିଆକୁ ଫେରିପାରିନାହାଁନ୍ତି ମୟଙ୍କ ଅଗ୍ରୱାଲ; ଏବେ, ଖେଳିବା ପାଇଁ ଏହି ଦେଶକୁ ଯିବେ

ନୂଆଦିଲ୍ଲୀ,୧।୯: ଗତ ଚାରି ବର୍ଷ ଧରି ଟିମ ଇଣ୍ଡିଆକୁ ଫେରିବା ପାଇଁ ଆଶା ରଖିଥିବା ମୟଙ୍କ ଅଗ୍ରୱାଲ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଇଂଲଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri