‘ଭୂତାଣୁରୁ ରକ୍ଷା କରିବ ଅଶ୍ୱଗନ୍ଧା’

ନୂଆଦିଲ୍ଲୀ, ୧୬ା୫: ପ୍ରାଣଘାତୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟିକରିଛି। ଏପର୍ଯ୍ୟନ୍ତ ଏନେଇ କୌଣସି ସଫଳ ଔଷଧ ମଧ୍ୟ ବାହାରି ନାହିଁ। ବିଭିନ୍ନ ଦେଶରେ ପ୍ରୟାସ ଜାରି ରହିଛି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ଭରସା କରାଯାଉଛି। ହେଲେ ଆୟୁର୍ବେଦିକ ଔଷଧ ଅଶ୍ୱଗନ୍ଧା ଯେ, କରୋନା ଭୂତାଣୁରୁ ରକ୍ଷା କରିପାରିବ, ସେନେଇ ସମ୍ଭାବନା ସୃଷ୍ଟିି ହୋଇଛି। ଭାରତରେ କେନ୍ଦ୍ରର ମୋଦି ସରକାରଙ୍କ ନିର୍ଦ୍ଦେଶକ୍ରମେ ଏନେଇ ଗବେଷଣା ଜାରି ରହିଛି। ଆୟୁଷ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ସ(ୟୁଜିସି) ଓ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ବୈଜ୍ଞାନିକ ଓ ଗବେଷକମାନେ ଏହାର ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଭଳି ଅଶ୍ୱଗନ୍ଧା କାମ କରୁଛି କି ନାହିଁ ଓ ଏହା ଭୂତାଣୁରୁ ରକ୍ଷା କରିବାରେ ସଫଳ ହେବକି ନାହିଁ, ତାହା ଗବେଷଣା କରାଯାଉଥିବା ୟୁଜିସିର ଉପାଧ୍ୟକ୍ଷ ଭୂଷଣ ପଟ୍‌ବର୍ଦ୍ଧନ ପ୍ରକାଶ କରିଛନ୍ତି।
ଅଶ୍ୱଗନ୍ଧା ଭଳି ଆୟୁର୍ବେଦିକ ଔଷଧ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ସବୁଠାରୁ ବଡ଼କଥା ହେଲା ଏହା ବ୍ୟବହାର କରିବା ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ। କରୋନା ଭୂତାଣୁ କ୍ଷେତ୍ରରେ ଏହା ସଫଳ ହୋଇପାରେ ବୋଲି ପଟ୍‌ବର୍ଦ୍ଧନ କହିଛନ୍ତି। ୪୦୦ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଏହାର ପରୀକ୍ଷା କରାଯିବ। ଅଧା ସ୍ବାସ୍ଥ୍ୟକର୍ମୀଙ୍କୁ ଅଶ୍ୱଗନ୍ଧା ଓ ଅନ୍ୟ ଅଧାଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଦିଆଯାଇ କାହାର ରୋଗ ପ୍ରତିରୋଧକ ଶକ୍ତି କେତେ, ତାହା ପରୀକ୍ଷା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଯାହାହେଉ, ମ୍ୟାଲେରିଆ ଜ୍ୱର ପ୍ରତିରୋଧକ ଔଷଧ ଓ ଏହାର ବିକଳ୍ପ ସମ୍ପର୍କରେ ଗବେଷଣା କରାଯିବାର ଆବଶ୍ୟକତା ରହିଛି। ଭାରତ ଓ ଆମେରିକା ଭଳି କେତେକ ଦେଶରେ କରୋନାରୁ ବର୍ତ୍ତିବା ଲାଗି ବହୁଳ ମାତ୍ରାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର କରାଯାଉଥିବା ବେଳେ ଏହାର ମାତ୍ରାଧିକ ବ୍ୟବହାର ଶରୀର ପ୍ରତି ହାନିକାରକ ବୋଲି ଦର୍ଶାଯାଉଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ବ୍ୟବହାର କରିବା ଠିକ୍‌ ନୁହେଁ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ ଗତ ମାର୍ଚ୍ଚ ମାସରୁ କୁହାଯାଇଛି। ମାର୍ଚ୍ଚ ୨୫ରେ ଆଇସିଏମ୍‌ଆର୍‌ ଇପିଡେମିଓଲୋଜି ମୁଖ୍ୟ ଡାକ୍ତର ରାମନ୍‌ ଗଙ୍ଗଖେଡ୍‌କର ଖବରଦାତା ସମ୍ମିଳନୀରେ ଏନେଇ ସତର୍କ କରିସାରିଛନ୍ତି।
ଅନ୍ୟପକ୍ଷରେ ଅଶ୍ୱଗନ୍ଧା ଭୂତାଣୁର ପ୍ରତିକାର ଲାଗି ସଫଳ ଔଷଧ ଭାବେ କାମ କରିପାରିବ ବୋଲି ଆୟୁଷ ସଚିବ ରାଜେଶ୍‌ କୋଟେଚା କହିଛନ୍ତି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଓ ଅଶ୍ୱଗନ୍ଧା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରିବାରେ ସଫଳ ହୋଇଥାନ୍ତି ବୋଲି ୨୦୧୦ ଗବେଷଣାରୁ ଜଣାପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି। କେତେକ ଜର୍ନାଲରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। ତଥାପି ଅଶ୍ୱଗନ୍ଧାର ଅଧିକ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଥିବା କୋଟେଚା ପ୍ରକାଶ କରିଛନ୍ତି। ଏନେଇ ଗବେଷଣା ଚାଲିଛି ଓ ଆଗାମୀ ୩ ମାସ ମଧ୍ୟରେ ଅଶ୍ୱଗନ୍ଧା ପରୀକ୍ଷା ଶେଷ ହେବ। ଏହି ଔଷଧ କରୋନା ଭୂତାଣୁରୁ ରକ୍ଷାକରିବା ଲାଗି କେତେ ସହାୟକ ହେବ, ତାହା ଜଣାପଡ଼ିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri