ଭୁଲ୍‌ରେ ଖସାଇଥିଲୁ ୟୁକ୍ରେନ ବିମାନ: ବୋଇଂ ୭୩୭ ଦୁର୍ଘଟଣା ନେଇ ଦୋଷ ମାନିଲା ଇରାନ

ତେହେରାନ, ୧୨ା୧ (ଏଏଫ୍‌ପି/ ଆଇଏଏନ୍‌ଏସ୍‌): ଶେଷରେ ଦୋଷ ସ୍ବୀକାର କରିଛି ଇରାନ। ୮ ତାରିଖରେ ୟୁକ୍ରେନ ବିମାନକୁ ଭୁଲବଶତଃ ମିଶାଇଲ ମାଡ଼ କରି ଖସାଇଦେଇଥିବା ଶନିବାର ମାନିଯାଇଛି। ତେବେ ଏହା ଉଦ୍ଦେଶ୍ୟମୂଳକ ଭାବେ ନୁହେଁ, ବରଂ ଅଜାଣତରେ ହୋଇଥିତ୍ବା ମାନବକୃତ ତ୍ରୁଟି ବୋଲି ସଫେଇ ଦେଇଛି ଏହି ପଶ୍ଚିମ ଏସୀୟ ଇସ୍‌ଲାମିକ୍‌ ରାଷ୍ଟ୍ର। ରାଷ୍ଟ୍ରପତି ହାସନ ରୁହାନି ଏହାକୁ ଏକ ଅକ୍ଷମଣୀୟ ଭୁଲ ବୋଲି ସ୍ବୀକାର କରିଥିବାବେଳେ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନି ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ଘଟେ ସେଥିପାଇଁ ସତର୍କ ହେବାକୁ ସଶସ୍ତ୍ର ବଳକୁ ନିର୍ଦ୍ଦେଶ ଦେଇଛନ୍ତି। ୧୭୬ ଜଣଙ୍କ ଜୀବନ ଯାଇଥିବା ଏହି ମାନବକୃତ ଦୁର୍ଘଟଣା ପାଇଁ ଇରାନ କ୍ଷମାମାଗୁ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ୟୁକ୍ରେନ ଓ କାନାଡା ପକ୍ଷରୁ ଦାବି କରାଯାଇଛି।
ଇରାକ ରାଜଧାନୀ ବାଗଦାଦରେ ଥିବା ବିମାନବନ୍ଦରରେ ଗତ ୩ ତାରିଖରେ ଆମେରିକା ସେନା ରକେଟ ମାଡ଼ କରିଥିଲା। ଏଥିରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ଓ ଅନ୍ୟ କେତେଜଣ ଅଧିକାରୀ ନିହତ ହୋଇଥିଲେ। ଏହାର ସପ୍ତାହେ ନ ପୂରୁଣୁ ଇରାନ ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଇରାକସ୍ଥିତ ଆମେରିକାର ଦୁଇଟି ସେନାଘାଟିକୁ ଟାର୍ଗେଟ କରିଥିଲା। ଏହାର କିଛି ସମୟ ପରେ ୟୁକ୍ରେନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ବିମାନରେ ଥିବା ସମସ୍ତ ୧୭୬ ଯାତ୍ରୀ ପ୍ରାଣ ହରାଇଥିଲେ। ଇରାନ ସମେତ ଅନ୍ୟ ଦେଶଗୁଡ଼ିକ ପ୍ରଥମେ ଏହାକୁ ଯାନ୍ତ୍ରିକ ତ୍ରୁଟିଜନିତ ବୋଲି ଧରିନେଇଥିଲେ। କିନ୍ତୁ ଇରାନର ମିଶାଇଲ ଆକ୍ରମଣ ପରେ ବିମାନ ଦୁର୍ଘଟଣା ଘଟିଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଆମେରିକା ଏହି ଦୁର୍ଘଟଣାରେ ଇରାନର ହାତ ଥିବା କହୁଥିବାବେଳେ ଅଭିଯୋଗକୁ ବାରମ୍ବାର ଖଣ୍ଡନ କରୁଥିଲା ତେହେରାନ। ତେବେ ଶୁକ୍ରବାର ନ୍ୟୁୟର୍କ ଟାଇମ୍ସ ଏବଂ ସିଏନ୍‌ଏନ୍‌ ସମେତ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ବିମାନ ଦୁର୍ଘଟଣା ବେଳର ଭିଡିଓ ଜାରି କରାଯିବାର ଦିନକ ପରେ ଇରାନ ନିଜ ଦୋଷ ସ୍ବୀକାର କରିବାକୁ ବାଧ୍ୟ ହୋଇଛି। ଇରାନର ସଶସ୍ତ୍ର ବଳ ଜେନେରାଲ ଷ୍ଟାଫ୍‌ ପକ୍ଷରୁ ଏକ ବିବୃତିରେ ଶନିବାର କୁହାଯାଇଛି ଯେ ବୁଧବାର ବିମାନ ଦୁର୍ଘଟଣା ଘଟିବା ସମୟରେ ସୁରକ୍ଷା ବଳ ହାଇଏଷ୍ଟ ଆଲର୍ଟରେ ରହିଥିଲା। ସ୍ଥିତି ଅତ୍ୟନ୍ତ ଜଟିଳ ଥିବାବେଳେ ଆମେରିକା ନିର୍ମିତ ବୋଇଂ ୭୩୭-୮୦୦ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ସାମରିକ କେନ୍ଦ୍ରର ଅତି ସମ୍ବେଦନଶୀଳ ଅଞ୍ଚଳର ନିକଟତର ହୋଇଥିଲା। ଏଥିଯୋଗୁ ଏହା ଶତ୍ରୁପକ୍ଷର ବିମାନ ବୋଲି ମନେକରି ଏହାକୁ ମିଶାଇଲ ଆକ୍ରମଣ କରାଯାଇଥିଲା। ଆଗକୁ ଯେମିତି ଏଭଳି ଭୁଲ ନ ହେବ ସେ ଦିଗରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯିବ। ଇରାନର ବହିର୍ବ୍ୟାପାର ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ ଏହି ଭୁଲ ପାଇଁ କ୍ଷମାମାଗିଛନ୍ତି। ଅମେରିକା ଦ୍ୱାରା ସୃଷ୍ଟି କରାଯାଇଥିବା ସଙ୍କଟ ଯୋଗୁ ଏହି କୃତ୍ରିମ ଦୁଃସାହିକ ପଦକ୍ଷେପ ନିଆଯାଇଥିଲା, ଯାହାକି ବିପର୍ଯ୍ୟୟ ଆଣିଦେଇଥିଲା ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ରୁହାନି ମଧ୍ୟ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଏହି ଅକ୍ଷମଣୀୟ ଭୁଲ୍‌ ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସୁନିଶ୍ଚିତ କରିବା ଲାଗି ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ ଓ କାନାଡା ଏହି ଦୁର୍ଘଟଣା ପାଇଁ ଇରାନକୁ ଉତ୍ତରଦାୟୀ କରାଯାଉ ବୋଲି ଦାବି କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବିମାନ ଖସାଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି। ଇରାନ ଖୁବ୍‌ଶୀଘ୍ର ଦୋଷୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାଇବା ନେଇ ସେ ଆଶାବାଦୀ ଥିବା ଭୋଲୋଡିମିର ଫେସ୍‌ବୁକରେ ପୋଷ୍ଟ କରିଛନ୍ତି। ସେହିପରି କାନାଡା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ମଧ୍ୟ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ଦୁର୍ଘଟଣାକୁ ସେ କାନାଡାବାସୀଙ୍କ ପାଇଁ ଏକ ଜାତୀୟ ବିପର୍ଯ୍ୟୟ ଭାବେ ଅଭିହିତ କରିଛନ୍ତି। ପ୍ରକାଶ ଯେ, ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୭୬ ମୃତକଙ୍କ ମଧ୍ୟରେ ଇରାନର ୮୨ ଏବଂ କାନାଡାର ୬୩ ଜଣ ଥିଲେ। ସେହିପରି ସ୍ବିଡେନର ୧୦, ଆଫଗାନିସ୍ତାନର ୪, ଜର୍ମାନୀର ୩, ଓ ବ୍ରିଟେନର ୩ ଜଣଙ୍କ ଜୀବନ ଯାଇଛି। ୯ ବିମାନ କର୍ମଚାରୀଙ୍କ ସମେତ ୧୧ ଜଣ ହେଉଛନ୍ତି ୟୁକ୍ରେନ ବାସିନ୍ଦା। ଦୁର୍ଘଟଣାଗ୍ରସ୍ତ ବିମାନ ୨୦୧୬ରେ ନିର୍ମିତ ହୋଇଥିଲା ଏବଂ ବୋଇଂ ଫ୍ୟାକ୍ଟ୍ରିରେ ଦୁଇଦିନ ତଳେ ଏହାକୁ ଯାଞ୍ଚ କରାଯାଇଥିଲା ବୋଲି ୟୁକ୍ରେନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?