Posted inକଟକ

ଭୁବନେଶ୍ୱର ରେଳଧାରଣାରେ ୫୫କିମି ଚାଲି ଚାଲି ଆସିଲେ ରାଧାକିଶୋରପୁର

ଖୁଣ୍ଟୁଣୀ,୨୮ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱ ଏବେ ଅଚଳାବସ୍ଥା ହୋଇପଡ଼ିଛି। ଅଚାନକ ଲକଡାଉନ ଘୋଷଣା ହେବା ପରେ ଅନେକ ଲୋକ ନିଜ ଗନ୍ତବ୍ୟସ୍ଥଳରେ ନ ପହଞ୍ଚତ୍ପାରି ଅଧାବାଟରେ ଫସିଯାଇଛନ୍ତି। ସେହିଭଳି ପଶ୍ଚିମବଙ୍ଗର ଜଣେ ଦିନ ମଜୁରିଆ ପୁରଲିଆର ବିକ୍ରମ ରବାନୀ(୩୦) କ୍ଷେତ୍ରରେ ଦେଖିବାକୁ ମିଳିଛି। ଶୁକ୍ରବାର ସେ ଭୁବନେଶ୍ୱରରୁ ରେଳଧାରଣାରେ ୫୫କିମି ଚାଲି ଚାଲି ଆସି ଖୁଣ୍ଟୁଣୀସ୍ଥିତ ରାଧାକିଶୋରପୁର ଗ୍ରାମରେ ସନ୍ଧ୍ୟାରେ ପହଞ୍ଚତ୍ ଥିବାବେଳେ ଲୋକଙ୍କ ନଜରଙ୍କୁ ଆସିଥିଲେ। ଏହି ସମୟରେ କେତେକ ଗଣମାଧ୍ୟମ ବିକ୍ରମଙ୍କୁ ଦେଖି ସ୍ଥାନୀୟ ରେଳସୁରକ୍ଷା କର୍ମୀଙ୍କୁ ଜଣାଇଥିଲେ। ପରେ ତାଙ୍କୁ କିଛି ଖାଇବା ଦେବା ସହ ୨ଶହ ଟଙ୍କା ଦେଇ ଖୁଣ୍ଟୁଣୀ ଥାନାକୁ ଜିମା ଦେଇଥିଲେ। ଖୁଣ୍ଟୁଣୀ ଥାନାଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ ତାଙ୍କଠାରୁ ସବୁ ଘଟଣା ଜାଣିବା ପରେ କିଛି ଆର୍ଥତ୍କ ସାହାଯ୍ୟ ଦେଇ ଏକ ଟ୍ରକ ଯୋଗେ ମଙ୍ଗୁଳି ପଠାଇଥିଲେ। ପରେ ମଙ୍ଗୁଳି ଫାଣ୍ଡି ପୋଲିସ ସହାୟତାରେ ଏକ ଟ୍ରାନ୍ସପୋର୍ଟ ଟକ୍ରରେ କଲିକତା ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ବିକ୍ରମ ୫/୬ଦିନ ତଳେ ଜଣେ ଠିକାଦାରଙ୍କ ଅଧୀନରେ କାମ କରିବା ପାଇଁ ଭୁବନେଶ୍ୱରକୁ ଆସିଥିଲେ। ହେଲେ ସମ୍ପୃକ୍ତ ଠିକାସଂସ୍ଥାଟି ଲକ୍‌ଡାଉନ ଘୋଷଣା ଯୋଗୁ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଫଳରେ ବିକ୍ରମ ୨/୩ ଦିନ ପାଖରେ ରଖିଥିବା ଟଙ୍କାରେ କଷ୍ଟେମଷ୍ଟେ ଚଳିଯାଇଥିଲେ। ଗତ ୨ ଦିନ ହେବ ଉପାସ ରହିବା ପରେ ଚାଲି ଚାଲି ଗ୍ରାମ ଅଭିମୁଖେ ଯିବାକୁ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

ଚାଉଳ ଚୋରି କରି ଧରାପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ

ଆଠଗଡ଼,୧୨।୧୨: କଟକ ଜିଲା ଆଠଗଡ଼ ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri