ଭୁବନେଶ୍ୱର ମିନି ଅଟୋ ଏକ୍ସପୋ -୨୦୧୯

ଭୁବନେଶ୍ୱର,୧୪-୧୨: ମିନି ଅଟୋ ଏକ୍ସପୋ ୨୦୧୯ ସ୍ଥାନୀୟ ଶହୀଦନଗରସ୍ଥିତ ଦୁର୍ଗାପୂଜା ପଡିଆଠାରେ ଶୁକ୍ରବାର ଶୁଭାରମ୍ଭ ହୋଇଛି। ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଏକ୍ସପୋ ରେସପନ୍ସ ମାର୍କେଟିଂ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆରମ୍ଭ ଆୟୋଜନ କରାଯାଇଛି। ଏକ୍ସପୋକୁ ବିଧାୟକ ଅନନ୍ତ ନରାୟଣ ଜେନା ଉନ୍ମୋଚନ କରିଥିଲେ। ଏଠାରେ ୨୫ରୁ ଊର୍ଦ୍ଧ୍ୱ ଶୀର୍ଷ ଅଟୋମୋବାଇଲ ପ୍ଲେୟର ସେମାନଙ୍କ କାର ଏବଂ ଟୁହ୍ବିଲର୍ସ ପ୍ରଦର୍ଶନ କରିବା ସହ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି। ଏକ୍ସପୋରେ ୩୦ ଷ୍ଟଲ ସ୍ଥାପନ କରାଯାଇଛି। ଏହା ପୂର୍ବାହ୍ନ ୧୧ଟା ଠାରୁ ରାତି ୯ଟା ଯାଏ ଚାଲିବ। ଲୋକମାନେ ଏକ୍ସପୋ ବୁଲିବା ସହ ପ୍ରଡକ୍ଟ ଦେଖିବା ଏବଂ ଅଫର ଲାଭ ନେଇ ପାରିବେ ବୋଲି ରେସ୍‌ପନ୍ସର ଏମ୍‌ଡି ଏନ୍‌.ରବି ଶଙ୍କର ସୂଚନା ଦେଇଛନ୍ତି। ଏଠାରେ ପ୍ରମୁଖ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକ ମଧ୍ୟ ସେମାନଙ୍କ ଷ୍ଟଲ ସ୍ଥାପନ କରିଛନ୍ତି। ଲୋକଙ୍କୁ ଆବଶ୍ୟକତା ମୁତାବକ ଫାଇନାନ୍ସ ସୁବିଧା ଏଠାରେ ପ୍ରଦାନ କରାଯାଉଛି। ଅଟୋମୋବାଇଲ କମ୍ପାନୀମାନେ ଏକ୍ସଚେଞ୍ଜ ମେଳାରେ ରିହାତି ପ୍ରଦାନ କରୁଥିବା ଜଣାପଡିଛି। ସେହିଭଳି ଗ୍ରାହକଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ଏହି ଅବସରରେ ଆୟୋଜନ କରାଯାଉଛି। ଏଥିରେ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ଜିତିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri