ଭୁବନେଶ୍ୱରରେ ପହଞ୍ଚିଲେ ୬୧୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୩ା୬ (ବ୍ୟୁରୋ)- ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଅବତରଣ କରିଛି। ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ ଓଡ଼ିଶା ଫେରଛନ୍ତି। ସକାଳ ୮.୨୫ରେ ମୁମ୍ବାଇ, ଦିନ ୨. ୪୦ରେ ଇମ୍ଫାଲ୍‌ ଓ ରାତି ୧୧.୩୦ରେ ଗୋହାଟୀରୁ ଆସିଥିବା ବିମାନ ଭୁବନେଶ୍ୱରରେ ପହଞ୍ଚିଛି। ବର୍ତ୍ତମାନ ପ୍ରତିଦିନ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଆସି ପହଞ୍ଚୁଥିବାବେଳେ ଆସୁଥିବା ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସେମାନଙ୍କୁ ବାହାରକୁ ଅଣାଯାଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟିମ୍‌ ସହ ସ୍ବାସ୍ଥ୍ୟ ବିଭାଗ, କମିଶନରେଟ୍‌ ପୁଲିସ ଓ ବିମାନବନ୍ଦର କର୍ତ୍ତୃପକ୍ଷ ଏନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯାତ୍ରୀମାନେ ଆସିବା ପରେ ସେମାନଙ୍କୁ ୨୦ ଜଣ ଲେଖା କରି ସାମାଜିକ ଦୂରତ୍ୱ ରକ୍ଷା କରି ଅଣାଯାଇଥିଲା। ସେହିପରି ପରେ ସେମାନଙ୍କୁ ହାତରେ ଷ୍ଟାମ୍ପ୍‌ ଲଗାଯାଇ ନାମ ପଞ୍ଜିକରଣ କରାଯାଇଥିଲ। ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ ସହ ପେଡ୍‌ କ୍ୱାରେଣ୍ଟାଇନ୍‌ ଆଦି ବିଷୟରେ ସବୁ ଯାତ୍ରୀଙ୍କୁ ସୂଚନା ଦିଆଯିବା ପରେ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ମୁମ୍ବାଇରୁ ୧୮୫ଜଣ, ଇମ୍ଫାଲରୁ ୧୩୮ ଏବଂ ଗୌହାଟିରୁ ୧୩୭ ମୋଟ ୪୬୦ଜଣ ପ୍ରବାସୀ ଓଡ଼ିଆ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ଛନ୍ତି। ଅନ୍ୟପକ୍ଷରେ ଓମାନରୁ ୧୫୮ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଉଏକ ସ୍ବତନ୍ତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚତ୍ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?