ଭୁବନେଶ୍ୱରରେ ଇଏସ୍‌ଆଇସି ମେଡିକାଲ କଲେଜ ସ୍ବପ୍ନ ମଉଳିଲା

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଶ୍ରମିକମାନଙ୍କ ପାଇଁ ଭୁବନେଶ୍ୱରରେ ହେବାକୁ ଥିବା ପ୍ରସ୍ତାବିତ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ମେଡିକାଲ କଲେଜ ହେବ ନାହିଁ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶ୍ରମ ଓ କର୍ମଚାରୀ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଏଠାରେ ଆୟୋଜିତ ଆଞ୍ଚଳିକ ଶ୍ରମ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତ, ହସ୍ପିଟାଲ ସ୍ଥାପନ କରିବାକୁ ଶ୍ରମ ବିଭାଗ ଉପରେ କଟକଣା ଲଗାଯାଇଛି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ହସ୍ପିଟାଲ ସ୍ଥାପନ କରିବା ନୁହେଁ, ଶ୍ରମିକମାନଙ୍କ କଲ୍ୟାଣ ଉପରେ ଦୃଷ୍ଟିଦେବା ଶ୍ରମ ବିଭାଗର କାମ। ପାରାଦୀପ, ଜୟପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ସର୍ତ୍ତ ପୂରଣ କରିପାରିଲେ ହସ୍ପିଟାଲ କରିବା ନେଇ ବିଚାର କରାଯିବ। ଭୁବନେଶ୍ୱରରେ ଏକ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଗତ ବର୍ଷ ବିଧାନସଭାରେ ସୂଚନା ଦେଇଥିଲେ। ୨୦୦୮ ଅକ୍ଟୋବର ୭ ତାରିଖରେ ଇଏସ୍‌ଆଇସି ରାଜଧାନୀ ଉପକଣ୍ଠରେ ଏକ ମେଡିକାଲ କଲେଜ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। କେନ୍ଦ୍ରର ଉପା ସରକାର ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେଇଥିଲେ। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀଙ୍କ ମେଡିକାଲ କଲେଜ ସ୍ଥାପନକୁ ପ୍ରତ୍ୟାଖ୍ୟାନ ପରେ ଭୁବନେଶ୍ୱରେ ଇଏସ୍‌ଆଇସି ହସ୍ପିଟାଲର ଭବିଷ୍ୟତ ଶୀତଳଭଣ୍ଡାରକୁ ଚାଲିଯାଇଛି। ଏହି ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କାର୍ଯ୍ୟ ଜାରି ରଖିଛନ୍ତି। କେବଳ ସର୍ବନିମ୍ନ ମଜୁରି ଆଇନରେ ସଂଶୋଧନ କରାଯାଇଛି। ପ୍ରତ୍ୟେକ ଜିଲାରେ ଇଏସ୍‌ଆଇ ହସ୍ପିଟାଲ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଯେଉଁଠି ଆବଶ୍ୟକ ସେଠାରେ ଇଏସ୍‌ଆଇ ହସ୍ପିଟାଲ ହେବ। ଯେଉଁଠି ୨୦ ହଜାର ଶ୍ରମିକ କାର୍ଯ୍ୟ କରୁଥିବେ ସେଠାରେ ହସ୍ପିଟାଲ ଖୋଲିବ। ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଅଞ୍ଚଳରେ ୧୦୦ ବେଡ୍‌ର ହସ୍ପିଟାଲ ଖୋଲାଯିବ। ସର୍ବନିମ୍ନ ମଜୁରି ରାଜ୍ୟ ସରକାରଙ୍କ ସହମତିରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ପାରାଦୀପ, ଜୟପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ କେନ୍ଦ୍ରକୁ ବାରମ୍ବାର ଜଣାଇଛୁ। ଭୁବନେଶ୍ୱରରେ ମେଡିକାଲ କଲେଜ ଖୋଲିବାକୁ ମଧ୍ୟ ଦାବି କରାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ସ୍ଥାନରେ ଇଏସ୍‌ଆଇସି ମେଡିକାଲ କଲେଜ ହସ୍ପିଟାଲ କରୁଛନ୍ତି। ଆମ ଦାବି ଉପରେ କେନ୍ଦ୍ର ବିଚାର କରିବାକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି। ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ସମନ୍ବିତ ପ୍ରୟାସ କରିବା ଦରକାର। ଶ୍ରମ ଆଇନକୁ ସରଳୀକରଣ କରିବା ସହ କେନ୍ଦ୍ର ସରକାର ଅଣସଂଗଠିତ କ୍ଷେତ୍ରର ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଓ ସ୍ବାବଲମ୍ବୀ ଲୋକଙ୍କ ପାଇଁ ପେନ୍‌ସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ପାଖାପାଖି ୩୩ ଲକ୍ଷ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ପେନ୍‌ସନ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ଏହି ଯୋଜନାରେ ପ୍ରାୟ ୪୦କୋଟି ଶ୍ରମିକଙ୍କୁ ଯୋଡ଼ିବା ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ବୋଲି ଗଙ୍ଗଓ୍ବାର କହିଛନ୍ତି। ଇପିଏଫ୍‌ଓ ଏବଂ ଇଏସ୍‌ଆଇସି ସେବାରେ ଉନ୍ନତି ଆଣିବା ଲାଗି ସୂଚନା ପ୍ରଯୁକ୍ତିର ପ୍ରୟୋଗ କରାଯାଉଛି। ଏଥିରେ ଅଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଆସିପାରିବ। ଏହି ସମ୍ମିଳନୀରେ ଓଡ଼ିଶା,ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଆଦି ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri