ଭୀତି ବଢାଉଛି ଅଶାନ୍ତ ସମୁଦ୍ର

ଭୋଗରାଇ/ବାଲେଶ୍ୱର ଅଫିସ, ୯।୧୧(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ବୁଲବୁଲ’ ଆଗକୁ ଆଗକୁ ଯେତିକି ଅଗ୍ରସର ହେଉଛି ସେତିକି ସମୁଦ୍ର ଉତ୍ତାଳ ହୋଇଉଠୁଛି। ଶୁକ୍ରବାର ସନ୍ଧ୍ୟାରୁ ପବନର ବେଗ ବଢିବା ସହ ଜୁଆର ଉଚ୍ଚତା ବଢୁଥିବାରୁ ଉପକୂଳବାସୀ ଆତଙ୍କିତ ହୋଇଉଠୁଛନ୍ତି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ହେଲେ ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ସୂଚନା ମିଳିଛି। ଏହା ମଧ୍ୟରେ ଓଡ୍ରାଫ ଓ ଏନଡିଆରଏଫ ଟିମ୍‌ ଆସି ଉପକୂଳବର୍ତ୍ତୀ ଭୋଗରାଇ ଅଞ୍ଚଳରେ ପହଞ୍ଚିଛନ୍ତି। ବାତ୍ୟା ସମ୍ପର୍କୀୟ ସୂଚନା ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଇ ଦିଆଯାଉଛି। ସମୁଦ୍ର ଜୁଆର ମାଡରେ ଦିଗହରା ହୋଇ ପଶ୍ଚିମବଙ୍ଗର କେତେକ ବୋଟ ବାଲେଶ୍ୱରଠାରୁ ଭଦ୍ରକ ଉପକୂଳ ମଧ୍ୟରେ କେତେକ ସ୍ଥାନରେ ଲାଗିଥିବା ଜଣାପଡିଛି। ବାତ୍ୟା ‘ବୁଲବୁଲ’ ସୁନ୍ଦରବନ ଦେଇ ବାଂଲାଦେଶରେ ଲ୍ୟାଣ୍ଡଫଲ୍‌ କରିବା ସମ୍ଭାବନା ଥିଲେ ମଧ୍ୟ ଏହା ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ବହିବା ଆଶଙ୍କା ରହିଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ସୂଚନା ଦେଇଛି। ଏଥିପାଇଁ ଭୟଭୀତ ନ ହୋଇ ପ୍ରଶାସନକୁ ସହଯୋଗ କରି ପରିସ୍ଥିତି ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି।
ଶୁକ୍ରବାର ପୂର୍ବାହ୍ନରୁ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିଥିଲା। ପରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ସୀମା ଦୀଘା ଉପକୂଳଠାରୁ ବାଲେଶ୍ୱର ଉପକୂଳ ଯାଏ ସମୁଦ୍ରର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ସମୁଦ୍ରକୁ ଯାଇଥିବା ଅନେକ ମତ୍ସ୍ୟଜୀବୀ ଏହି ସମୟ ଭିତରେ ଫେରିଆସିଥିବା ସୂଚନା ମିଳିଛି। ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଡଗରା, ଚୌମୁଖ, ବାହାବଳପୁର, କଷାଫଳ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଶତାଧିକ ମାଛଧରା ଡଙ୍ଗାକୂଳରେ ଲାଗିଥିବା ଜଣାପଡିଛି। ବାତ୍ୟାର ସେଭଳି ପ୍ରଭାବ ନ ରହିଲେ ମଧ୍ୟ ବର୍ଷା ହେଲେ ଅମଳ ହେବାକୁ ଥିବା ଖରିଫ୍‌ ଧାନ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ଚାଷୀକୁଳକୁ ଚିନ୍ତିତ କରିଛି। ସେହିପରି ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା ବ୍ଲକ ସମେତ ଜିଲାରେ ବହୁ ନଡ଼ାଛପର ଘରେ ରହୁଥିବା ଗରିବ ପରିବାର ଆଶଙ୍କିତ ହୋଇ ରହିଛନ୍ତି। ଉଦୟପୁର, ତାଳସାରୀ, ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ ପର୍ଯ୍ୟଟନସ୍ଥଳୀ ନିକଟ ସମୁଦ୍ର ଉପକୂଳ ଏକପ୍ରକାର ଶୂନଶାନ ହୋଇପଡିଛି। ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ଜିଲାରେ ଥିବା ସମସ୍ତ ମେରାଇନ୍‌ ଥାନା ଓ ଥାନା ପୋଲିସ କର୍ମଚାରୀଙ୍କ ସହିତ ବିଡ଼ିଓ, ତହସିଲଦାର, ଜିଲା ପ୍ରଶାସନ ସମୁଦ୍ରକୂଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଭିଡ଼ିଓ କନଫରେନ୍ସ ଜରିଆରେ ବାତ୍ୟା ମୁକାବିଲା ପାଇଁ ସତର୍କ ରହିବା ସକାଶେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪ଟି ଓଡ୍ରାଫ୍‌ ଟିମ୍‌ ସୋର, ଜଳେଶ୍ୱର, ବାଲିଆପାଳ ଏବଂ ଭୋଗରାଇକୁ ପଠାଯାଇ ଥିବାବେଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସଜାଗ ରହିଛି। ପ୍ରତ୍ୟେକ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବିସ୍କୁଟ୍‌, ଚୂଡ଼ା, ଗୁଡ଼, ମହମବତୀ, ଛତୁଆ, କିରୋସିନ, ପଲିଥିନ୍‌ ମହଜୁଦ ରଖିବା ସହ ମାଗଣା ରୋଷେଇ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ରହିଥିବାର ଜିଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?