Bhubaneswar: Odisha Chief minister Naveen Patnaik greets NDA's presidential candidate Ram Nath Kovind at a meeting at Odisha assembly in Bhubaneswar on Friday. Kovind visited Odisha to meet BJD and BJP legislators as part of his campaign ahead of the Presidential election. Union Minister J P nadda also seen in the photo. PTI Photo(PTI7_14_2017_000109B)
ଭୁବନେଶ୍ୱର,୨୪।୬(ବ୍ୟୁରୋ): ବୁର୍ଲାସ୍ଥିତ ଭିମ୍ସାର ନର୍ସିଂ କଲେଜ ଓ କଟକ ଏସ୍ସିବି ନର୍ସିଂ କଲେଜ ପାଇଁ ୭୦ ନୂତନ ପଦବୀ ସୃଷ୍ଟି କରିବା ନିମନ୍ତେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭିମ୍ସାର ସରକାରୀ ନର୍ସିଂ କଲେଜରେ ୨୪ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିବା ବେଳେ ୭ ସହାୟକ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ୧ ପ୍ରିନ୍ସିପାଲ ପଦବୀ, ୧ ଭାଇସ୍ ପ୍ରିନ୍ସିପାଲ, ୧ ପ୍ରଫେସର, ୩ ଆସୋସିଏଟ ପ୍ରଫେସର, ୮ ଅଧ୍ୟାପକ ଓ ୧୦ ଟିଉଟର ପଦବୀ ରହିଛି। ସେହିପରି ଏସ୍ସିବି ନର୍ସିଂ କଲେଜରେ ୩୨ ଶିକ୍ଷକ ପଦବୀ ଓ ୭ ସହାୟକ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ୧ ପ୍ରିନ୍ସିପାଲ ପଦବୀ, ୧ ଭାଇସ୍ ପ୍ରିନ୍ସିପାଲ, ୧ ପ୍ରଫେସର, ୪ ଆସୋସିଏଟ ପ୍ରଫେସର, ୬ ଅଧ୍ୟାପକ ଓ ୧୯ ଟିଉଟର ପଦବୀ ରହିଛି।