ଭିନ୍ନ ଭଙ୍ଗୀ: ଚର୍ଚ୍ଚାରେ ମାଧବ

ବଅଁରପାଳ, ୪।୨ (ଡି.ଏନ.ଏ.)

୫୫ ନମ୍ବର ଜାତୀୟ ରାଜପଥର ବଅଁରପାଳ ବସ୍‌ଷ୍ଟାଣ୍ଡ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ହୋମଗାର୍ଡ ମାଧବ ଗୋଚ୍ଛାୟତ ଏବେ ଚର୍ଚ୍ଚାରେ। ଟ୍ରାଫିକ ନିୟନ୍ତ୍ରଣରେ ଭିନ୍ନ ଅଙ୍ଗଭଙ୍ଗୀ ତାଙ୍କୁ ଅନ୍ୟ ହୋମଗାର୍ଡମାନଙ୍କଠାରୁ ସ୍ବତନ୍ତ୍ର କରିଦେଇଛି। ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଗାଡ଼ି ଚାଳକ ଓ ସାଧାରଣ ଲୋକଙ୍କୁ ମଧ୍ୟ ମାଧବଙ୍କ ଭିନ୍ନ ଶୈଳୀ ବେଶ୍‌ ପସନ୍ଦ ଆସିଛି।
ଜନଗହଳିପୂର୍ଣ୍ଣ ବଅଁରପାଳ ବସ୍‌ଷ୍ଟାଣ୍ଡଠାରେ ୫୫ ନମ୍ବର ଜାତୀୟ ରାଜପଥ ୧୪୯ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଦୈନିକ ହଜାର ହଜାର ସଂଖ୍ୟାରେ ଭାରିଯାନ ଏହି ଛକଦେଇ ଚଳାଚଳ କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ପରିବର୍ତ୍ତେ କେତେଜଣ ହୋମଗାର୍ଡଙ୍କ ଉପରେ ଦାୟିତ୍ୱ ଛାଡ଼ିଦିଆଯାଇଛି। ସମ୍ପୃକ୍ତ ହୋମଗାର୍ଡମାନଙ୍କ ମଧ୍ୟରେ ରହିଛନ୍ତି ବଅଁରପାଳ ଥାନାରେ କାର୍ଯ୍ୟ କରୁଥିବା ମାଧବ ଗୋଚ୍ଛାୟତ। ତାଙ୍କ ଘର ସ୍ଥାନୀୟ ତୁଳସୀପାଳ ଗ୍ରାମରେ। ଏଠାରେ ଡ୍ୟୁଟି ସମୟରେ ମାଧବ କରୁଥିବା ଭିନ୍ନ ଅଙ୍ଗଭଙ୍ଗୀ ତାଙ୍କୁ ଅନ୍ୟମାନଙ୍କ ନିକଟରେ ପରିଚିତ କରିପାରିଛି। କେତେବେଳେ ସେ ନୃତ୍ୟ ଶୈଳୀରେ ତ କେତେବେଳେ ନଇଁପଡ଼ି ଟ୍ରାଫିକ ପରିଚାଳନା କରୁଥିବା ଦେଖାଯାଉଛି। ବଅଁରପାଳ ଥାନାରେ ଦୀର୍ଘବର୍ଷ ଧରି ଚାକିରି କରିଥିବା ମାଧବ ଏହି ଛକରେ ମଧ୍ୟ ବହୁଦିନ ହେଲା ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ଏଠାରେ କାର୍ଯ୍ୟରତ ହୋମଗାର୍ଡମାନଙ୍କ ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ସେମାନେ ବିପଦସଙ୍କୁଳ ଅବସ୍ଥାରେ ଟ୍ରାଫିକ ପରିଚାଳନା କରୁଥିବା ଦେଖାଯାଉଛି। ଛକରେ ଥିବା ଟ୍ରାଫିକ ପୋଷ୍ଟ ଦୀର୍ଘ ଦିନ ହେବ ଭଗ୍ନ ଅବସ୍ଥାରେ ପଡ଼ିଥିଲେ ବି ନୂତନ ବ୍ୟବସ୍ଥା କରାଯାଉ ନାହିଁ। ଏ ସମ୍ପର୍କରେ ମାଧବ କୁହନ୍ତି, ଦୀର୍ଘ ଦିନ ଧରି ଏହି ଟ୍ରାଫିକ ଛକରେ କାର୍ଯ୍ୟ କରୁଛି। ଗାଡ଼ି ଚାଳକମାନଙ୍କୁ ଏହି ଭିନ୍ନ ଶୈଳୀ ପସନ୍ଦ ଆସୁଥିବା ଦେଖି ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ ନେଇ ତାତିଲା ବିଜେଡି: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଭୁବନେଶ୍ୱର,୨୧।୩(ସୁନିତ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ…

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri