ଭିତ୍ତିଭୂମି ବିକାଶ ଲାଗି ରେଲଓ୍ବେ ଖର୍ଚ୍ଚ କରିବ ୧୮ ହଜାର କୋଟି

ନୂଆଦିଲ୍ଲୀ,୨୩-୧୦: ରେଲଓ୍ବେ ପକ୍ଷରୁ ଏକ ନୂଆ ଯୋଜନାରେ ୧୮ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭିତ୍ତିଭୂମି ଉନ୍ନତୀକରଣରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାପଡିଛି। ବିଶେଷ କରି ଟ୍ରେନଗୁଡିକର ସ୍ପିଡକୁ ଘଣ୍ଟା ପ୍ରତି ୧୬୦ କିମି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଅନ୍ତର୍ଗତ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-କଲିକତା ରୁଟର ଭିତ୍ତିଭୂମି କାର୍ଯ୍ୟ ହାତକୁ ନିଆଯିବ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ କେଭି ଯାଦବ କହିଛନ୍ତି। ପ୍ରକଳ୍ପ କାର୍ଯ୍ୟ ୪ ବର୍ଷରେ ଶେଷ କରିବାକୁ ଯୋଜନା ରହିଥିବା ଅନ୍ତର୍ଜାତୀୟ ରେଳ ସମ୍ମିଳନୀ-୨୦୧୯କୁ ଉଦଘାଟନ କରି ସେ କହିଛନ୍ତି ଯେ, ଦୁଇଟି ବର୍ଗରେ ଦ୍ରୁତଗାମୀ ରେଳ ଚଳାଚଳ କରାଇବାକୁ ଯୋଜନା ରଖାଯାଇଛି। ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-କଲିକତା ରୁଟରେ ଘଣ୍ଟା ପ୍ରତି ୧୬୦ କିମି ଏବଂ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପରେ ଘଣ୍ଟା ପ୍ରତି ୩୨୦ କିମି ବେଗରେ ଟ୍ରେନ ଚଳାଚଳ ନେଇ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଟ୍ରେନର ସର୍ବାଧିକ ହାରାହାରି ବେଗ ଘଣ୍ଟା ପ୍ରତି ୯୯ କିମି ରହିଛି। ଦିଲ୍ଲୀ-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସର ହାରାହାରି ବେଗ ଦିଲ୍ଲୀ-କାନପୁର ସେକ୍ସନରେ ୧୦୪ କିମି ରହିଛି। ନୂଆ ଯୋଜନା ମୁତାବକ ଟ୍ରାକର ଉନ୍ନତୀକରଣ, ସିଗନାଲିଂ ଏବଂ ମାନବବିହୀନ ଲେଭଲ କ୍ରସିଂ ବାଦ ଦେବା ଭଳି ବିଭିନ୍ନ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

୪୪ ଡିଗ୍ରୀ ଖରାରେ ଚାଷୀଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ନବରଙ୍ଗପୁର,୨୪।୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ ବଜରଙ୍ଗ ଦଳ ସଦସ୍ୟ କହୁଥିବା କିଛି ବ୍ୟକ୍ତି…

ଶୁଭେନ୍ଦୁଙ୍କ ବଡ ଆକ୍ସନ, ଖୋଲୁଛନ୍ତି ନୂଆ ‘ଡିଟେନ୍ସନ ସେଣ୍ଟର’, ଜାଣନ୍ତୁ କେଉଁମାନଙ୍କୁ ଏଠି ଅଟକ ରଖାଯିବ

କୋଲକାତା,୨୪।୫: ପଶ୍ଚିମବଙ୍ଗର ଗୃହ ଏବଂ ପାହାଡ଼ି ବ୍ୟାପାର ବିଭାଗ ସମସ୍ତ ଜିଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଧରାପଡ଼ିଥିବା ବିଦେଶୀ ନାଗରିକ ଏବଂ ଜେଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri