ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧାରା ପଡିଛନ୍ତି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ପ୍ରାୟ ୭ ଲକ୍ଷ ମୂଲ୍ୟର ବାକି ଥିବା ବିଲ୍ କରାଇବା ପାଇଁ ଭୁବନେଶ୍ୱରର ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଲାଞ୍ଚ ଦାବି ଏବଂ ଗ୍ରହଣ କରିଥିଲେ।

ଏକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇ ଦାସ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରିଥିଲେ। ସେ ଭୁବନେଶ୍ୱରର ଗ୍ରାମୀଣ କାର୍ଯ୍ୟ (ଜନସ୍ୱାସ୍ଥ୍ୟ) ବିଭାଗରେ କାର୍ୟ୍ୟରତ।

ଭିଜିଲାନ୍ସ ଦାସଙ୍କଠାରୁ ୧.୨୬ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା। ଏହା ପରେ, ଭିଜିଲାନ୍ସ ଦଳ ତାଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ତଲାସ କରିଥିଲା। ଏହି ସମ୍ପର୍କରେ, ଅଭିଯୁକ୍ତ ଦାସଙ୍କ ବିରୁଦ୍ଧରେ ଭୁବନେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ୫/୨୦୨୫ ୟୁ/ଏସ୍-୭ପିସି (ସଂଶୋଧନ) ଆଇନ, ୨୦୧୮ ରୁଜୁ କରାଯାଇଛି।
ମାମଲାର ଅଧିକ ତଦନ୍ତ ଜାରି ରହିଛି।

Share