ଭାଲୁ ଆକ୍ରମଣରେ ୫ ଆହତ

ଠାକୁରମୁଣ୍ଡା,୨୩ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡ଼ିହା ପଞ୍ଚାୟତର କୋଇଲିପାଳ ଗ୍ରାମ ନିକଟ ଜଙ୍ଗଲରେ ଗୁରୁବାର ସକାଳେ ଏକ ଭାଲୁ ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗୁରା ପୂର୍ତ୍ତି, ମଙ୍ଗୁଲୁ ଶୁଣ୍ଢି, ଜଗବନ୍ଧୁ ପୂର୍ତ୍ତି, ସାନଗି ପୂର୍ତ୍ତି ଓ ପାତର ପୂର୍ତ୍ତି। ଗୁରା ଓ ମଙ୍ଗୁଲୁଙ୍କ ଅବସ୍ଥା ଗୁରୁତର ରହିଛି। ଚିକିତ୍ସାପାଇଁ ସମସ୍ତଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳେ ମଙ୍ଗୁଲୁ ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥ୍‌ତ୍ଲା। ସେ ଚିତ୍କାର କରିବାରୁ ନିକଟରେ ଥିବା ସେହି ଗ୍ରାମର କେତେକ ଲୋକ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ହିଂସ୍ର ଭାଲୁଟି ଆକ୍ରମଣ କରି ୫ ଜଣଙ୍କୁ ଘାଇଲା କରି ପକାଇଥିଲା। ସେମାନଙ୍କର ହାତ, ଗୋଡ, ଛାତିକୁ ଭାଲୁ କାମୁଡି କ୍ଷତାକ୍ତ କରିଛି।