ଭାରତ ସହ ଔପଚାରିକ ଭାବେ ବାଣିଜ୍ୟ ସମ୍ପର୍କ ଛିନ୍ନ

ଇସଲାମାବାଦ୍‌,୧୧-୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ପ୍ରତିବାଦରେ ଭାରତ ସହ ସମସ୍ତ ପ୍ରକାର ବାଣିଜ୍ୟ ସମ୍ପର୍କକୁ ପାକିସ୍ତାନ ଔପଚାରିକଭାବେ ଶେଷ କରିଛି। ସ୍ଥାନୀୟ ଖବରକାଗଜ ‘ଡନ୍‌’ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ, ରାଷ୍ଟ୍ରୀୟ ସୁରକ୍ଷା କମିଟି ବୈଠକ ଏବଂ ପାର୍ଲାମେଣ୍ଟର ଯୁଗ୍ମ ଅଧିବେଶନରେ ଉକ୍ତ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ତେବେ ଏହାଦ୍ୱାରା ଭାରତ ଅପେକ୍ଷା ପାକିସ୍ତାନ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ପୂର୍ବରୁ ଭାରତୀୟ ଉଦ୍ୟୋଗୀମାନେ ମତପ୍ରକାଶ କରିସାରିଛନ୍ତି। ସୂଚନାଥାଉ କି, ଦୁଇ ଦେଶର ବାଣିଜ୍ୟ ସମ୍ପର୍କ ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ଥିଲା। ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ ଭାରତ ୨୦୦ ପ୍ରତିଶତ ସୀମାଶୁଳ୍କ ଆଦାୟ ଆରମ୍ଭ କରିଛି। ଫଳସ୍ବରୂପ, ଚଳିତବର୍ଷ ପାକିସ୍ତାନରୁ ଭାରତ ଆମଦାନୀ ୯୨ ପ୍ରତିଶତ ହ୍ରାସ ପାଇ ୨୮.୪୦ ଲକ୍ଷ ଡଲାରରେ ପହଞ୍ଚତ୍ୟାଇଛି। ଭାରତ ସହିତ ଔପଚାରିକ ଭାବେ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ନେଇ ସରକାରଙ୍କ ପକ୍ଷରୁ ଦୁଇଟି ଅଧିସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri