Posted inଖେଳ

ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ

ପୋର୍ଟ ଅଫ୍‌ ସ୍ପେନ୍‌,୧୧।୮(ପି.ଟି.)- ବର୍ଷା ଯୋଗୁ ପ୍ରଥମ ଦିନିକିଆ ଧୋଇଯିବା ପରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ରବିବାର ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ତ୍ରିନିଦାଦ୍‌ର ପୋର୍ଟ ଅଫ୍‌ ସ୍ପେନ୍‌ସ୍ଥିତ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଭାରତୀୟ ବ୍ୟାଟିଂ ଅର୍ଡରର ୪ ନମ୍ବର ସ୍ଥାନକୁ ନେଇ ଏବେ ବି ଆକଳନ ଜାରି ରହିଛି। ଏହି ନମ୍ବରରେ ବ୍ୟାଟିଂ କରିବାକୁ ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଭାରତ ପ୍ରସ୍ତୁତୀ କରିପାରି ନାହିଁ। ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଦ୍ୱିତୀୟ ଦିନିକିଆରେ ଏହି ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ହାସଲ କରିବେ ବୋଲି ଆଶା କରାଯାଉଛି। ଗତ ଟି୨୦ ସିରିଜରେ ଆୟାର ବ୍ୟାଟିଂ କରିବାର ସୁଯୋଗ ହାସଲ କରି ନ ଥିଲେ। ପ୍ରଥମ ଦିନିକିଆରେ ଅନ୍ତିମ ଏକାଦଶରେ ସାମିଲ ହୋଇଥିଲେ ମଧ୍ୟ ଆୟାର ଖେଳିବାର ସୁଯୋଗ ପାଇ ନ ଥିଲେ। କାରଣ ୧୩ ଓଭରରେ ପରେ ବର୍ଷା ଯୋଗୁ ମ୍ୟାଚ୍‌କୁ ବାତିଲ କରିବାକୁ ପଡିଥିଲା। ନିଜର ଦକ୍ଷତା ପ୍ରମାଣ କରିବା ପାଇଁ ୨ଟି ମ୍ୟାଚ୍‌ ଯଥେଷ୍ଟ ନୁହଁ। ତେବେ ଏହି ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରିଲେ ଆୟାରଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ ଏବଂ ତାଙ୍କ ଉପରୁ ଚାପ କମିବ। ଭାରତ ଏ’ ଦଳ ତରଫରୁ ଖେଳି ସେ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ତେଣୁ ସେ ସୁଯୋଗର ସଦ୍‌ବ୍ୟବହାର କରିବା ଆଶା କରାଯାଉଛି।
ଅଧିନାୟକ ବିରାଟ କୋହଲିଙ୍କ ଦିଶା ନିର୍ଦ୍ଦେଶ ଓ ଉପ- ଅଧିନାୟକ ରୋହିତ ଶର୍ମାଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଆୟର ଆଶାନୁରୂପ ପ୍ରଦର୍ଶନ କରିବେ। ଯଦି ଆୟାରଙ୍କୁ ସୁଯୋଗ ମିଳେ ତେବେ ଲୋକେଶ ରାହୁଲଙ୍କୁ ବେଞ୍ଚ୍‌ରେ ବସିବାକୁ ପଡିବ। ପ୍ରଥମ ମ୍ୟାଚ୍‌ରେ ଭାରତର ଟିମ୍‌ କମ୍ବିନେଶନ ଦେଖିବାକୁ ଗଲେ ଓ ଗତ ବିଶ୍ୱକପ୍‌ରେ କେତୋଟି ଦମ୍‌ଦାର ଇନିଂସ ଖେଳିବା ପରେ ରାହୁଲଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଜଣେ ସ୍ପେଶାଲିଷ୍ଟ ଓପନର ଭାବେ ବିବେଚନା କରୁଛି। ଫଳରେ ଦୁଇ ସ୍ପେଶାଲିଷ୍ଟ ଓପନର ଶିଖର ଧାଓ୍ବନ ଓ ରୋହିତଙ୍କ ମଧ୍ୟରୁ ଜଣେ ଆହତ ହେଲେ ରାହୁଲ ଖେଳିବାର ସୁଯୋଗ ହାସଲ କରିବେ। ଏହି ସିରିଜ କେଦାର ଯାଦବଙ୍କ ପାଇଁ ମଧ୍ୟ ବେଶ୍‌ ଗୁରୁତ୍ୱ ବହନ କରୁଛି। ଦୀନେଶ କାର୍ତ୍ତିକଙ୍କ ପରେ ସେ ଦଳରେ ନିଜର ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବେ। ଏପଟେ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରି ଦଳରେ ସ୍ଥାନ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ତାଙ୍କ ବ୍ୟାଟିଂ କ୍ରମ ନେଇ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ଚିନ୍ତିତ ଥିବେ। କେଦାର ଯାଦବଙ୍କ ନିକଟରେ ଉଚ୍ଚକୋଟୀର ଟେକ୍‌ନିକ ନ ଥିବା ବିଚାର କରାଯାଉଛି। ପୁଣି ଜୋରଦାର ଶଟ୍‌ ଖେଳି ଛକା ମାରିବାର ଦକ୍ଷତା ବା ଶକ୍ତି ତାଙ୍କ ନିକଟରେ କମ ରହିଛି ବୋଲି ଭାରତୀୟ କ୍ରିକେଟ ପଣ୍ଡିତମାନେ ବିଚାର କରନ୍ତି। ଟପ୍‌ ଅର୍ଡର ବିଫଳ ହେବାବେଳେ କେଦାର ଏପର୍ଯ୍ୟନ୍ତ ଗୋଟିଏ ଦୃଷ୍ଟାନ୍ତମୂଳକ ଇନିଂସ ଖେଳିପାରି ନାହାନ୍ତି। ତାଙ୍କର ସାଇହ ହ୍ୟାଣ୍ଡ ଅଫ୍‌ ସ୍ପିନ୍‌ ମଧ୍ୟ ସେତେଟା ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରି ନାହିଁ। ପୁଣି ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଦଳରେ ରହିଥିବା ବେଳେ କେଦାରଙ୍କ ବୋଲିଂର ଆବଶ୍ୟକତା କମ୍‌ ରହିଛି।
ବୋଲିଂରେ ଅଭିଜ୍ଞ ଭୁବନେଶ୍ୱର କୁମାର ଯଦି ବିଶ୍ରାମ ନେବେ ତାହେଲେ ନବଦୀପ ସଇନିଙ୍କୁ ସୁଯୋଗ ମିଳିପାରେ। ୟୁଜବେନ୍ଦ୍ର ଚହଲ ଅତିରିକ୍ତ ସ୍ପିନର ଭାବେ ଦଳରେ ସ୍ଥାନ ପାଇପାରନ୍ତି। ଯୁବ ଦ୍ରୁତ ବୋଲର ଖଲିଲ ଅହମ୍ମଦ ଅନ୍ତିମ ଏକାଦଶରୁ ବାଦ୍‌ ପଡିବେ। ପ୍ରଥମ ଦିନିକିଆରେ ୩ ଓଭର ବୋଲିଂରେ ସେ ୨୭ ରନ ବ୍ୟୟ କରି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍‌ନର କ୍ରିସ୍‌ ଗେଲ ଓ ଇନ୍‌ଫର୍ମ ଇଭିନ ଲୁଇସ୍‌ ଭାରତ ପାଇଁ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ପ୍ରଥମ ମ୍ୟାଚ୍‌ରେ ଗେଲ ୩୧ଟି ବଲ୍‌ ଖେଳି ମାତ୍ର ୪ ରନ କରି କୁଲଦୀପ ଯାଦବଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ଗେଲଙ୍କ ଏହି ଇନିଂସ ଅବଶ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଗେଲଙ୍କୁ ଘରୋଇ ମ୍ୟାଟିରେ ବିଦାୟୀ ବା ଫେୟାରଓ୍ବେଲ ଟେଷ୍ଟ ଖେଳିବାର ସୁଯୋଗ ମିଳିନାହିଁ। କାରଣ ତାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇ ନାହିଁ। ତେଣୁ ୩ ମ୍ୟାଚ୍‌ବିଶିଷ୍ଟ ସିରିଜର ବାକି ଦୁଇଟି ମ୍ୟାଚ୍‌ରେ ଗେଲ କିଛି କରି ଦେଖାଇବେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ନବଦୀପ ସଇନି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ ଗେଲ୍‌, ରନ କ୍ୟାମ୍ପବେଲ, ଇଭିନ ଲୁଇସ୍‌, ସାଇ ହୋପ୍‌, ଶିମରନ ହେଟମେୟର, ନିକୋଲାସ ପୁରନ, ରୋଷ୍ଟନ ଚେଜ୍‌, ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ୍‌, କିମୋ ପଲ, ଶେଲଡନ କଟ୍ରେଲ, ଓଶେନ ଥୋମାସ ଓ କେମର ରୋଚ୍‌।
ସ୍ଥାନ: ପୋର୍ଟ ଅଫ୍‌ ସ୍ପେନ୍‌
ସମୟ: ସନ୍ଧ୍ୟା ୭ଟା
ସିଧା ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri