‘ଭାରତୀୟ ସଂସ୍କୃତି ପ୍ରତି ବିଶ୍ୱ ଆକର୍ଷିତ

ଛତ୍ରପୁର,୨୭।୬(ଡି.ଏନ.ଏ.)-ଭାରତର ସଂସ୍କୃତି ଓ ଆଧ୍ୟାମତ୍ିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ପୂର୍ବରୁ ବିଭିନ୍ନ ଦେଶର ବିଦ୍ୱାନମାନେ ଆସି ନିଜକୁ ଏଥିରେ ସମର୍ପି ଦେଇଛନ୍ତି। ଭାରତର ସନ୍ଥ, ମୁନି ଋଷିମାନେ ବିଶ୍ୱରେ ଚୈତନ୍ୟ ଭରି ଦେଇଛନ୍ତି। ତେଣୁ ସମସ୍ତ ଭାରତୀୟ ଗର୍ବ ଅନୁଭବ କରନ୍ତୁ ବୋଲି ଗୁରୁବାର ଅପରାହ୍ନରେ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଏଠାର ଚିଦାନନ୍ଦ ଦିବ୍ୟ ଧାମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଆହୁରି କହିଥିଲେ ଯେ, ପୂର୍ବ-ପଶ୍ଚିମ ସବୁ ଅପସରି ଯାଇଛି। ଏବେ ନୂଆ ଯୁଗର ଆରମ୍ଭ ହେଉଛି। ଭାରତୀୟ ସଂସ୍କୃତିର ଅନୁପମ ପୁଷ୍ପ ସାରା ବିଶ୍ୱରେ ସୁଗନ୍ଧିତ କରୁଛି। ପ୍ରଭୁ ଜଗନ୍ନାଥ ଓ ରଘୁନାଥଙ୍କ ଦେଶରେ କେହି ଅନାଥ କେମିତି ହେବେ। ଜସାଧାରଣଙ୍କୁ ସ୍ବଚ୍ଛ ପାଣି କିଭଳି ମିଳିବ ଏବଂ ମା,ଭଉଣୀ ଓ ଝିଅ କିଭଳି ସୁରକ୍ଷିତ ରହିବେ ଆମେ ଉଦ୍ୟମ କରିବା ଜରୁରୀ। ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ମିଳିବା ଜନସାଧାରଣଙ୍କ ଅଧିକାର ବୋଲି ରାଜ୍ୟପାଳ ତାଙ୍କ ସମ୍ଭାଷଣରେ କହିଥିଲେ। ରାଜ୍ୟପାଳ ପ୍ରଥମେ ନବନିର୍ମିତ ଚିଦାନନ୍ଦ ହୋମ, ସନ୍ଥ ନିବାସ, ଡିଭାଇନ୍‌ ହୋମ, ବଶିଷ୍ଠ ସଦନ ଓ ପରାଶର ସଦନ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ଅନୁଷ୍ଠାନ, ସନ୍ଥ, ମୁନିମାନେ ମାନବ ସମ୍ବଳକୁ ଠିକ୍‌ କାର୍ଯ୍ୟ କରିବାକୁ ବାଟ ଦେଖାଉଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆଧ୍ୟାମତ୍ିକ ଚିନ୍ତାଧାରା ପରିପ୍ରକାଶ କରୁଥିବା ଉକ୍ତ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ। ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସ୍ବାମୀ ବ୍ରହ୍ମସାକ୍ଷାତକାରାନନ୍ଦ ସରସ୍ବତୀ ଆଶୀର୍ବଚନ ଦେଇଥିଲେ। ଏହି ଅବସରରେ ଗୋପାଳକୃଷ୍ଣ ପାତ୍ର ଓ ଡ. କେଦାର ନାଥ ତ୍ରିପାଠୀଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ରାଜ୍ୟପାଳ, ବ୍ରହ୍ମପୁର ଏମ୍‌ପି, ଛତ୍ରପୁର ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧ୍ୟକ୍ଷ ସୁବାସ ମହାରଣାଙ୍କୁ ଚିଦାନନ୍ଦ ଦିବ୍ୟଧାମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟି କେ ଶ୍ରୀଧର ଦାସ ସ୍ବାଗତ ସମ୍ଭାଷଣ, ପ୍ରତିଷ୍ଠାତା ତଥା ସଭାପତି ବିପ୍ର ଚରଣ ପାତ୍ର ସଂକ୍ଷିପ୍ତ ବିବରଣୀ, ପ୍ରଫୁଲ କୁମାର ରଥ ଧନ୍ୟବାଦ ଦେଇଥିଲେ। ଇନ୍ଦିରା ଅଧିକାରୀ, ଗୋପୀନାଥ ମହାରଣା, ରାଜେଶ ପାତ୍ର, ପତିତପାବନ କରଣ, ରଶ୍ମି ରଞ୍ଜନ ସାମନ୍ତରାୟ, ଜଗନ୍ନାଥ ଆଚାର୍ଯ୍ୟ, ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri