Posted inଖେଳ

ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୨୯।୫(ପିଟି): ଆସନ୍ତା ୧୫ ତାରିଖରୁ ଜାପାନର ହିରୋଶିମାଠାରେ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଖେଳାଯିବ। ଏଥିଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ବୁଧବାର ରାଣୀ ରାମ୍‌ପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରାଣୀଙ୍କୁ ଗୋଲକିପର ସବିତା ଉପଅଧିନାୟକ ଭାବେ ସାହାଯ୍ୟ କରିବେ। ଦଳରେ ୩ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା ଓ ଲିଳିମା ମିଞ୍ଜ। ଅଭିଜ୍ଞ ସବିତା ଓ ରଜନୀ ଇତିମାର୍ପୁ ଭାରତୀୟ ଦଳର ଗୋଲକିପିଂ ଦାୟିତ୍ୱରେ ରହିବେ। ଡିଫେନ୍ସ ଭାଗରେ ଦୀପଗ୍ରେସ, ନିଶା, ଗୁରଜିତ କୌର, ସାଲିମା ଟେଟେ ଓ ସୁନୀତା ଲାକ୍ରା। ସେହିଭଳି ମୋନିକା, ନିକି ପ୍ରଧାନ, ଲିଲିମା ମିଞ୍ଜ, ନେହା ଗୋୟଲ ଓ ସୁଶୀଲା ଚାନୁ ପୁଖରାମବାମ ମିଡ୍‌ଫିଲ୍ଡ ବିଭାଗ ସମ୍ଭାଳିବେ। ଫରଓ୍ବାର୍ଡ ତଥା ଦଳର ଆକ୍ରମଣ ବିଭାଗରେ ଅଧିନାୟିକା ରାଣୀ, ବନ୍ଦନା କାଟାରିୟା, ନବଜୋତ କୌର, ଲାଲରେସିଆମି ଓ ଜ୍ୟୋତି ସ୍ଥାନ ପାଇଛନ୍ତି। ଆମ ନିକଟରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଏକ ଭଲ ଦଳ ରହିଛି। ଆହତ ରିନା ଖୋକରଙ୍କ ବଦଳରେ ମିଡ୍‌ଫିଲ୍ଡର ବିଭାଗରେ ନିଶାଙ୍କୁ ଦଳରେ ସାମିଲ କରାଯାଇଛି। ଅଭ୍ୟାସରେ ସେ ଭଲ ପ୍ରଦର୍ଶନ କରିଥିଲେ। ନିଜ ଦାୟିତ୍ୱ ଠିକ୍‌ ରୂପେ ତୁଲାଇବେ ବୋଲି ମୋର ଆଶା। ଟୁର୍ନାମେଣ୍ଟ ପାଇଁ ଆମେ ଭଲ ଭାବେ ପ୍ରସ୍ତୁତ ବୋଲି ମହିଳା ଦଳର ମୁଖ୍ୟ ଜୋର୍ଡ ମାରିଜନେ କହିଛନ୍ତି। ଭାରତୀୟ ମହିଳା ହକି ଦଳ: ସବିତା (ଉପଅଧିନାୟିକ), ରଜନୀ ଇତିମାର୍ପୁ। ଡିଫେଣ୍ଡର: ଦିପ ଗ୍ରେସ ଏକ୍କା, ନିଶା, ସୁନୀତା ଲାକ୍ରା, ଗୁରଜିତ କୌର, ସାଲିମା ଟେଟେ। ମିଡ୍‌ଫିଲ୍ଡର: ମୋନିକା, ନିକି ପ୍ରଧାନ, ଲିଲିମା ମିଞ୍ଜ, ନେହା ଗୋୟଲ, ସୁଶୀଲା ଚାନୁ ପୁଖରାମବାମ। ଫରଓ୍ବାର୍ଡ: ରାଣୀ (ଅଧିନାୟିକା), ବନ୍ଦନା କାଟାରିୟା, ନବନିତ କୌର, ଲାଲରେସିଆମି ଓ ଜ୍ୟୋତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri