Posted inଖେଳ

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି କଳିଙ୍ଗ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ସ କ୍ବାଲିଫାୟର୍ସ ମ୍ୟାଚରେ ଭାରତ ୧-୪ ଗୋଲରେ ଆମେରିକାଠାରୁ ପରାଜିତ ହୋଇଥିଲେ ହେଁ ଶୁକ୍ରବାର ୫-୧ ଗୋଲରେ ବିଜୟୀ ହୋଇଥିବାରୁ ଅଲିମ୍ପିକ୍ସ ଟିକେଟ ପାଇଛି ୨ ମ୍ୟାଚ ଶେଷରେ ଆମେରିକା ବିପକ୍ଷରେ ଭାରତ ୬-୫ ଗୋଲରେ ଅଗ୍ରଣୀ ରହି ଆଗକୁବଢ଼ିଛି ଆମେରିକା ଗୋଲକିପର କେଲସି ବିଙ୍ଗ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ଟୋକିଓ ଅଲିମ୍ପିକ୍ସ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ ୯ ପଯର୍ୟନ୍ତ ଅନୁଷ୍ଠିତ ହେବ
ଶୁକ୍ରବାର ୫-୧ ଗୋଲରେ ପରାସ୍ତ ହୋଇଥିବା ଆମେରିକା ଶନିବାର ଦ୍ୱିତୀୟ ମ୍ୟାଚରେ କିନ୍ତୁ ଭିନ୍ନ ପ୍ରଦର୍ଶନ କରିଥିଲା ରଣନୀତି ଅନୁସାରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା ଏହି ଦଳ ଅନ୍ୟପକ୍ଷରେ ପ୍ରଥମ ତିନି କ୍ବାର୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଫିକା ରହିଥିଲା ଡିଫେନ୍ସ, ମିଡ୍ଫିଲ୍ଡ ଏବଂ ଫରଓ୍ୱାର୍ଡ ଲାଇନ୍ କୌଣସି ଗୋଟିଏ ବିଭାଗରେ ମଧ୍ୟ ଦଳ ଦକ୍ଷତା ଅନୁସାରେ ଖେଳିପାରି ନ ଥିଲା ଦଳର ପାସିଂ ମଧ୍ୟ ଖରାପ ରହିଥିଲା ଏହାର ଫାଇଦା ଉଠାଇଥିଲା ଆମେରିିକା ୪ର୍ଥ ମିନିଟରେ କ୍ରମାଗତ ୨ଟିି ପେନାଲ୍ଟି କର୍ନରକୁ ମିସ୍ କରିିଥିଲେ ହେଁ ୫ମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଆମଣ୍ଡା ମାଗାଡାନ ଆମେରିକାକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ ଏହାପରେ ଖେଳାଳିଙ୍କ ମନରେ ଜୋସ୍ ଭରି ଯାଇଥିଲା ପ୍ରଥମ କ୍ବାର୍ଟର ଶେଷ ହୋଇ ଆସୁଥିବାବେଳେ ଭାରତ ଡିି ଏରିଆ ମଧ୍ୟରେ ବଲ୍ ପାଇଁ ସଂଘର୍ଷ ସମୟରେ ଅଧିନାୟିକା କାଥଲିନ ଶାର୍କି ଗୋଲ ଦେଇ ଆମେରିକା ଗୋଲ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଆମେରିକା ଚମତ୍କାର ପ୍ରଦର୍ଶନ କରିିଥିଲା ୨ ଗୋଲରେ ପଛରେ ରହିବାରୁ ଭାରତୀୟ ଖେଳାଳିମାନେ ଚାପକୁ ଚାଲି ଆସିଥିଲେ ୨୦ତମ ମିନିଟରେ ଆଲିସା ପାର୍କର ଫିଲ୍ଡ ଗୋଲ ଦେଇ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇଥିବାବେଳେ ୨୮ତମ ମିନିଟରେ ଆମଣ୍ଡା ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲ ଦେଇ ଆମେରିକାର ଅଲିମ୍ପିକ୍ସ ଆଶା ଉଜ୍ଜୀବିତ କରିଥିଲେ ୨୬ତମ ମିନିଟରେ ସୁଶିଳା ପୋଖରାମବାମ୍ ଏବଂ ୨୭ତମ ମିନିଟରେ ନବଜୋତ କୌର କାର୍ଡ ପାଇବାରୁ କିଛି ସମୟ ପାଇଁ ଭାରତ ୯ ସଦସ୍ୟ ବିଶିଷ୍ଟ ହୋଇ ଯାଇଥିଲା ତୃତୀୟ କ୍ବାର୍ଟରରେ ଭାରତ ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରି ନ ପାରିବାରୁ କୋଚ୍ ଜୋର୍ଡ ମାରିଜନେଙ୍କ ଚିନ୍ତା ବଢ଼ିଥିଲା ଏହି କ୍ବାର୍ଟରରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାର ସଦ୍ବ୍ୟବହାର କରିପାରି ନ ଥିଲେ ଅନ୍ତିମ କ୍ବାର୍ଟରରେ ଅସଲ ଖେଳ ହୋଇଥିଲା ଅଲିମ୍ପିକ୍ସ ଯୋଗ୍ୟତା ପାଇ ଅତିକମ୍ରେ ଗୋଟିଏ ଗୋଲ ଆବଶ୍ୟକ କରୁଥିବା ଭାରତ ଆକ୍ରମଣକୁଜୋରଦାର କରିଥିଲା ମ୍ୟାଚର ୪୯ତମ ମିନିଟରେ ଭାରତ ପାଇଁ ଶୁଭକ୍ଷଣ ଆସିଥିଲା ଅଧିନାୟିକା ରାଣୀ ରାମପାଲ ଗୋଲ ସ୍କୋର କରି ଭାରତ ପାଇଁ ଆଶା ଦୃଢ଼ୀଭୂତ କରିଥିଲେ ଗୋଲ ବ୍ୟବଧାନ ବଢ଼ାଇବା ପାଇଁ ଆମେରିକା ସବୁମତେ ଚେଷ୍ଟା କରିଥିଲା ମାତ୍ର ଭାରତୀୟ ଡିିଫେନ୍ସ ବିଭାଗ ତାହାକୁ ସଫଳ ପ୍ରତିହତ କରିଥିଲା ୫୭ତମ ମିନିଟରେ ଆମେରିକା ପାଇଁ ଶେଷ ସୁଯୋଗ ସଦୃଶ ପେନାଲ୍ଟି କର୍ନର ମିଳିଥିଲା ମାତ୍ର ତାହାକୁ ଭାରତୀୟ ଗୋଲକିପର ଓ ଡିଫେଣ୍ଡର ହେବାକୁ ଦେଇ ନ ଥିଲେ ଶେଷ ୨ମିନିଟର ଖେଳରେ ଉତ୍ତେଜନା ଭରିଥିଲେ ହେଁ ଭାରତ ଆଉ ଗୋଲ ବରଣ କରି ନ ଥିଲା ଅମ୍ପାୟରଙ୍କ ଶେଷ ହ୍ବିସିଲ ବାଜିବାକ୍ଷଣି ଭାରତୀୟ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri