ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି ନିର୍ବାଚିତ ନକ୍ଷତ୍ର ଓ ସେଗୁଡ଼ିକର ଗ୍ରହଗୁଡ଼ିକର ନାମକରଣ କରିବାକୁ ଚାହଁିଲା। ଏଥିପାଇଁ ଏହା ପ୍ରତିଯୋଗିତା ମାଧ୍ୟମରେ ନାମ ସ୍ଥିର କରିବାକୁ ବିଭିନ୍ନ ଦେଶକୁ କହିଥିଲା। ଆମ ଭାରତ ଭାଗରେ HD 86081 ନକ୍ଷତ୍ର ଓ ଏହାକୁ ପରିକ୍ରମଣ କରୁଥିବା ଗ୍ରହ HD 86081ରେ ନାମକରଣ କରିବାକୁ ପଡ଼ିଲା। ବିଭିନ୍ନ ପ୍ରସ୍ତାବ ଆସିବା ପରେ ଶେଷରେ ନକ୍ଷତ୍ରର ନାମ ଭାରତର ଜଣେ ପଦାର୍ଥ ବିଜ୍ଞାନୀ ବିଭା ଚୌଧୁରୀଙ୍କ ନାମାନୁଯାୟୀ ‘ବିଭା’ ରଖାଗଲା।“

ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୨୦୧୯ ମସିହା ଡିସେମ୍ବର ୧୭ ତାରିଖରେ ବିଶେଷ ଭାବେ ଜଣା ନ ଥିବା ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀଙ୍କ ନାମରେ ଗୋଟିଏ ନକ୍ଷତ୍ରର ନାମକରଣ କରି ତାଙ୍କୁ ଗୌରବାନ୍ବିତ କରିଛି। ସେକ୍‌ଟାନ୍‌ସ ନକ୍ଷତ୍ର ମଣ୍ଡଳରେ ଥିବା ଏହି ନକ୍ଷତ୍ର ହେଉଛି HD 86081 ଏବଂ ଏହା ଆମଠାରୁ ୩୧୦ ଆଲୋକବର୍ଷ ଦୂରରେ ଅଛି। ଏହାର ଆକାର ହେଉଛି ସୂଯର୍‌ୟ ଆକାରର ୧.୫୫ ଗୁଣ। ଏହାର ବସ୍ତୁତ୍ୱ ହେଉଛି ସୂର୍ଯ୍ୟ ବସ୍ତୁତ୍ୱର ୧.୨୧ ଗୁଣ। ଏହା ସୂର୍ଯ୍ୟଠାରୁ ୧.୭୫ ଗୁଣ ଉଜ୍ଜ୍ୱଳ। ଏହାର ପୃଷ୍ଠ ତାପମାତ୍ରା ହେଉଛି ୬୦୦୦ କେଲ୍‌ଭିନ୍‌। ଏହାକୁ କେବଳ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହୁଏ।
ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ ତାରିଖରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି ନିର୍ବାଚିତ ନକ୍ଷତ୍ର ଓ ସେଗୁଡ଼ିକର ଗ୍ରହଗୁଡ଼ିକର ନାମକରଣ କରିବାକୁ ଚାହଁିଲା। ଏଥିପାଇଁ ଏହା ପ୍ରତିଯୋଗିତା ମାଧ୍ୟମରେ ନାମ ସ୍ଥିର କରିବାକୁ ବିଭିନ୍ନ ଦେଶକୁ କହିଥିଲା। ଆମ ଭାରତ ଭାଗରେ HD 86081 ନକ୍ଷତ୍ର ଓ ଏହାକୁ ପରିକ୍ରମଣ କରୁଥିବା ଗ୍ରହ HD 86081ରେ ନାମକରଣ କରିବାକୁ ପଡ଼ିଲା। ବିଭିନ୍ନ ପ୍ରସ୍ତାବ ଆସିବା ପରେ ଶେଷରେ ନକ୍ଷତ୍ରର ନାମ ଭାରତର ଜଣେ ପଦାର୍ଥ ବିଜ୍ଞାନୀ ବିଭା ଚୌଧୁରୀଙ୍କ ନାମାନୁଯାୟୀ ‘ବିଭା’ ରଖାଗଲା। ଏହି ନାମକୁ ସୁରଟସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାର ୨୨ ବର୍ଷର ଛାତ୍ରୀ ଅନନ୍ୟା ଭଟ୍ଟାଚାର୍ଯ୍ୟ ପ୍ରସ୍ତାବ ଦେଇଥିଲେ। ସେହିପରି ଗ୍ରହର ନାମକୁ ପୁଣେର ଜଣେ ୧୩ ବର୍ଷର ଛାତ୍ର ବିଦ୍ୟାସାଗର ଦାଉଦାଙ୍କ ପ୍ରସ୍ତାବ ଅନୁଯାୟୀ ‘ସନ୍ତାମାସ’ ରଖାଯାଇଛି। ଏହା ଗୋଟିଏ ସଂସ୍କୃତ ଶବ୍ଦ ଯାହାର ଅର୍ଥ ହେଉଛି ଅନ୍ଧକାର। ଏହି ଗ୍ରହଟିର ଆକାର ହେଉଛି ବୃହସ୍ପତି ଆକାରର ୧.୪୮ ଗୁଣ ଏବଂ ଏହା ବୃହସ୍ପତି ପରି ହେଉଛି ଗୋଟିଏ ଗ୍ୟାସୀୟ ଗ୍ରହ। ଏହାକୁ ୨୦୦୬ ମସିହାରେ ଆବିଷ୍କାର କରାଯାଇଥିଲା।
ବିଭା ଚୌଧୁରୀଙ୍କୁ ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ଦ୍ୱାରା ସ୍ବୀକୃତି ମିଳିବା ପୂର୍ବରୁ ଅଳ୍ପ ଭାରତୀୟ ତାଙ୍କ ବିଷୟରେ ଜାଣିଥିବେ, ଯଦିଓ ସେ ଜଣେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଥିଲେ। ସେ ୧୯୧୩ ମସିହାରେ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୩୬ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ସେହିବର୍ଷ ବିଶ୍ୱବିଦ୍ୟାଳୟରେ ଏମ୍‌.ଏସ୍‌ସି. ଡିଗ୍ରୀ ପାଇବାରେ ସେ ଏକମାତ୍ର ମହିଳା ଥିଲେ। ସେ ଏହାପରେ ସେଠାରେ ଦେବେନ୍ଦ୍ର ମୋହନ ବୋଷଙ୍କ ଅଧୀନରେ ଗବେଷଣା କଲେ। ବୋଷ ସେଠାରେ ପାଲିତ ପ୍ରଫେସର ଥିଲେ। ବୋଷ ଏହାପରେ ନିର୍ଦ୍ଦେଶକ ଭାବେ କଲିକତାର ‘ବୋଷ ଅନୁଷ୍ଠାନ’ରେ ଯୋଗଦେବା ପରେ ବିଭା ମଧ୍ୟ ସେହି ଅନୁଷ୍ଠାନରେ ଯୋଗଦେଲେ। ସେ ସେଠାରେ ବୋଷଙ୍କ ସହ ମିଶି ମେସନ୍‌ କଣିକା ଆବିଷ୍କାର କରିଥିଲେ ଏବଂ ୧୯୩୮ରୁ ୧୯୪୨ ମସିହା ମଧ୍ୟରେ ‘ନେଚର’ ପତ୍ରିକାରେ ଏହା ଉପରେ ତିନୋଟି ନିବଦ୍ଧ ପ୍ରକାଶ କରିଥିଲେ। ସେ ୧୯୪୫ ମସିହାରେ ଇଂଲଣ୍ଡର ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରେ ନୋବେଲ ବିଜ୍ଞାନୀ ପି.ଏମ୍‌.ଏସ୍‌. ବ୍ଲାକେଟ୍‌ଙ୍କ ମହାକାଶ ରଶ୍ମି ଗବେଷଣାଗାରରେ ପିଏଚ୍‌.ଡି. କରିବା ପାଇଁ ଗଲେ। ପିଏଚ୍‌.ଡି. ଡିଗ୍ରୀ ପ୍ରାପ୍ତ ହେବାପରେ ସେ ୧୯୪୯ ମସିହାରେ ବମ୍ବେସ୍ଥିତ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନରେ ଯୋଗଦେଇ ହୋମି ଭାବାଙ୍କ ସହିତ କାର୍ଯ୍ୟ କଲେ। ସେ ଅହମ୍ମଦାବାଦଠାରେ ପଦାର୍ଥ ବିଜ୍ଞାନ ଗବେଷଣା ପରୀକ୍ଷାଗାରଠାରେ ବିକ୍ରମ ସରାଭାଇଙ୍କ ସହିତ ମଧ୍ୟ କାର୍ଯ୍ୟ କରିଥିଲେ। ଏମ୍‌.ଜି.କେ. ମେନନ୍‌ଙ୍କ ନେତୃତ୍ୱରେ କୋଲାର ସୁନାଖଣିରେ କରାଯାଇଥିବା ‘ପ୍ରୋଟୋନ୍‌ କ୍ଷୟ ପରୀକ୍ଷା’ ପ୍ରକଳ୍ପ ଦଳରେ ସେ ମଧ୍ୟ ସାମିଲ ହୋଇଥିଲେ। ସେ ୧୯୯୧ ମସିହା ଜୁନ୍‌ ଦୁଇ ତାରିଖରେ ପ୍ରାଣତ୍ୟାଗ କରିଥିଲେ। ବିଭା ଚୌଧୁରୀ ଉଚ୍ଚସ୍ତରର ଗବେଷଣା କରିବା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ବିଶିଷ୍ଟ ବୈଜ୍ଞାନିକଙ୍କ ସହ କାର୍ଯ୍ୟ କରିଥିଲେ ସୁଦ୍ଧା ଭାରତୀୟ ବିଜ୍ଞାନରେ ସେ ସ୍ବୀକୃତି ପାଇ ନ ଥିଲେ ଏବଂ ଜନସାଧାରଣଙ୍କ ପାଖରେ ଜଣେ ଅଜଣା ବୈଜ୍ଞାନିକ ଭାବେ ରହିଗଲେ। ସୂଚନାଯୋଗ୍ୟ ଯେ, ସେ ମେସନ୍‌ ଆବିଷ୍କାର କରିବାର ସାତବର୍ଷ ପରେ ଇଂଲଣ୍ଡର ବେଜ୍ଞାନିକ ସେସିଲ୍‌ ଫ୍ରାଙ୍କ୍‌ ପୋଓ୍ବେଲ୍‌ ସମାନ ଉପାୟରେ ଗବେଷଣା କରି ସେହି ଆବିଷ୍କାର କରିଥିଲେ ଏବଂ ଏଥିପାଇଁ ତାଙ୍କୁ ୧୯୫୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ମାତ୍ର ବିଭାଙ୍କ ଅବଦାନକୁ କୌଣସି ସ୍ବୀକୃତି ମିଳିଲା ନାହିଁ।
ଭାରତରେ ଥିବା ତିନୋଟି ବଡ଼ ବିଜ୍ଞାନ ଏକାଡେମୀକୁ ମଧ୍ୟ ସେ ନିର୍ବାଚିତ ହୋଇ ନ ଥିଲେ କିମ୍ବା ତାଙ୍କୁ କୌଣସି ଉଲ୍ଲେଖନୀୟ ପୁରସ୍କାର ପ୍ରଦାନ କରାଯାଇ ନ ଥିଲା। ଏପରି କି ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ଏକାଡେମୀ ଭାରତର ୧୦୦ ଜଣ ବିଶିଷ୍ଟ ମହିଳା ବୈଜ୍ଞାନିକଙ୍କ କୃତିକୁ ନେଇ ପ୍ରକାଶ କରିଥିବା ପୁସ୍ତକରେ ବିଭାଙ୍କ ନାମ ନାହିଁ। ଯାହାହେଉ, ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ତାଙ୍କ ନାମକୁ ନେଇ ଆକାଶରେ ରଖିଲା ଏବଂ ଭାରତୀୟମାନେ ତାଙ୍କୁ ଜାଣିବାକୁ ପାଇଲେ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri