Posted inଖେଳ

ଭାରତରେ ଆୟୋଜନ ହେବ ୨୦୨୩ ହକି ବିଶ୍ୱକପ୍‌

ଲାଓସେନ,୯।୧୧(ପି.ଟି.)- କ୍ରମାଗତ ଦ୍ୱିତୀୟଥର ପାଇଁ ଭାରତ ହକି ବିଶ୍ୱକପ୍‌ ଆୟୋଜନ କରିବା ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର ଆଗାମୀ ୨୦୨୩ ସଂସ୍କରଣକୁ ଭାରତ ଆୟୋଜନ କରିବ। ଶୁକ୍ରବାର ଏ ନେଇ ଏଫ୍‌ଆଇଏଚ୍‌ ସ୍ପଷ୍ଟ କରିଛି। ଜାନୁୟାରୀ ୧୩ରୁ ଆରମ୍ଭ ହୋଇ ଏହି ମେଗା ଇଭେଣ୍ଟ ୨୯ ତାରିଖରେ ଶେଷ ହେବ। ୨୦୧୮ରେ ଅନୁଷ୍ଠିତ ବିଶ୍ୱକପ୍‌ର ଗତ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ ହୋଇଥିଲା। ସେହିପରି ୨୦୨୨ ମହିଳା ହକି ବିଶ୍ୱକପ୍‌କୁ ସ୍ପେନ୍‌ ଓ ନେଦରଲାଣ୍ଡ୍ସ ମିଳିତ ଭାବେ ଆୟୋଜନ କରିବେ ବୋଲି ଏଫ୍‌ଆଇଏଚ୍‌ କାର୍ଯ୍ୟକାରୀ ବୋର୍ଡର ଗତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ମହିଳା ବିଶ୍ୱକପ୍‌ ଜୁଲାଇ ୧ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ ବୋଲି କୁହାଯାଇଛି। ତେବେ ଦୁଇଟି ବିଶ୍ୱକପ୍‌ର ଭେନ୍ୟୁ ସମ୍ପର୍କରେ ଆୟୋଜକ ଦେଶଗୁଡିକ ପରେ ସୂଚନା ଦେବେ ବୋଲି କୁହାଯାଇଛି।
ଏଥିସହିତ ଭାରତ ପ୍ରଥମ ଦେଶ ଭାବେ ୪ଟି ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ଏହାପୂର୍ବରୁ ଭାରତ ୧୯୮୨ରେ ମୁମ୍ବାଇ, ୨୦୧୦ରେ ନୂଆଦିଲ୍ଲୀ ଓ ୨୦୧୮ରେ ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ୍‌ ଆୟୋଜନ କରିଥିଲା। ସେହିପରି ନେଦରଲାଣ୍ଡ୍ସ ୩ଥର ପୁରୁଷ ବିଶ୍ୱକପ୍‌ ଆୟୋଜନ କରିଛି। ୨୦୨୩ରେ ଭାରତ ସ୍ବାଧୀନତା ହାସଲର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ହକି ଇଣ୍ଡିଆ ଏହି ଅବସରରେ ବିଶ୍ୱକପ୍‌ ଆୟୋଜନ କରି ହକିର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ରହିଛି।
ବିଶ୍ୱକପ୍‌ର ପରବର୍ତ୍ତୀ ସଂସ୍କରଣ ଆୟୋଜନ କରିବାକୁ ଭାରତ ସମେତ ବେଲଜିୟମ ଓ ମାଲେସିଆ ବିଡ୍‌ ଦାଖଲ କରିଥିଲେ। ସେହିପରି ମହିଳା ବିଶ୍ୱକପ୍‌ ପାଇଁ ୫ଟି ଦେଶ ଯଥା ଜର୍ମାନୀ, ସ୍ପେନ୍‌, ନେଦରଲାଣ୍ଡ୍ସ, ମାଲେସିଆ ଓ ନ୍ୟୁଜିଲାଣ୍ଡ ବିଡ୍‌ ଦାଖଲ କରିଥିଲେ। ଗତ ସଂସ୍କରଣର ଫର୍ମାଟ ଅନୁସାରେ ୨୦୨୩ ବିଶ୍ୱକପ୍‌ ଖେଳାଯିବ ବୋଲି ଏଫ୍‌ଆଇଏଚ୍‌ ତରଫରୁ କୁହାଯାଇଛି। ହକି ପ୍ରସାର ଓ ଇଭେଣ୍ଟର ଆୟକୁ ଦୃଷ୍ଟିରେ ରଖି ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ବୋଲି ଏଫ୍‌ଆଇଏଚ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରୀ ଓ୍ବେଇଲ କହିଛନ୍ତି।
ଏହି ଦୁଇଟି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ଏଫ୍‌ଆଇଏଚ୍‌ ଏକାଧିକ ସୁନ୍ଦର ବିଡ୍‌ ପାଇଥିଲା। ବିଶ୍ୱରେ ହକିର ପ୍ରଚାର ଓ ପ୍ରସାରକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି ଏଫ୍‌ଆଇଏଚ୍‌ ତରଫରୁ ସ୍ପଷ୍ଟ କରାଯାଇଥିବା ଓ୍ବେଇଲ୍‌ କହିଛନ୍ତି। ଏ ନେଇ ଆମେ ଲୋକାଲ ଅର୍ଗାନାଇଜିଂ କମିଟି ସହ ଜଡିତ ରହି ମିଳିତ ଭାବେ କାର୍ଯ୍ୟ କରିବୁ।
ଉଲ୍ଲେଖଥାଉ କି, ହକି ବିଶ୍ୱକପକୁ ବାଦ୍‌ ଦେଲେ ଭାରତ ଗତ କିଛି ବର୍ଷ ମଧ୍ୟରେ ହକିର ଏକାଧିକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିଛି। ଏହି କ୍ରମରେ ଭାରତ ୨୦୧୪ରେ ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି, ୨୦୧୬ରେ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ, ୨୦୧୭ରେ ଏଫ୍‌ଆଇଏଚ୍‌ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ, ୨୦୧୯ରେ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ ଓ କିଛି ଦିନ ତଳେ ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟର୍ସ ସଫଳତାର ସହ ଆୟୋଜନ କରିଥିଲା। ବିଶ୍ୱକପ ଆୟୋଜନ ଅଧିକାର ପାଇଥିବାରୁ ଆମେ ବହୁତ ଖୁସି ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ଭାରତ ଶେଷଥର ପାଇଁ ୧୯୭୫ରେ ହକି ବିଶ୍ୱକପ୍‌ ଜିତିଥିଲା ଓ ଏହି ଅବସରରେ ଭାରତ ସ୍ବାଧୀନତାର ୭୫ତମ ପୂର୍ତ୍ତି ପାଳନ କରିବ। ଏହା ନିଶ୍ଚିତ ଭାବେ ଖୁସିର କଥା ବୋଲି ସେ କହିଛନ୍ତି। ୨୦୧୮ରେ ଭୁବନେଶ୍ୱରରେ ଆମେ ବେଶ୍‌ ସଫଳତାର ସହ ବିଶ୍ୱକପ୍‌ ଆୟୋଜ କରିଥିଲୁ। ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଇଭେଣ୍ଟରେ ପରିଗଣିତ ହେଉଛି ବୋଲି ସେ କହିଛନ୍ତି। ଏହି ବିଶ୍ୱକପ୍‌ ଆୟୋଜନ ଅଭିଜ୍ଞତାରୁ ଫାଇଦା ଉଠାଇ ଆହୁରି ଉନ୍ନତ ଭାବେ ୨୦୨୩ ଇଭେଣ୍ଟ ଆୟୋଜନ କରିବୁ ବୋଲି ମହମ୍ମଦ ମୁସ୍ତାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?