ଭାରତବାସୀ ସଂଗଠନର ଧାରଣା

ବାରିପଦା ଅଫିସ,୧ା୨- କେନ୍ଦ୍ର ସରକାରଙ୍କ ଲକ୍ଷ୍ୟହୀନ ଶାସନ ବ୍ୟବସ୍ଥା ଯୋଗୁ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ, ମାନ୍ଦାବାସ୍ଥା, ବେରୋଜଗାରି ସମେତ ଅନ୍ୟାନ୍ୟ ବିଭାଜନକାରୀ ନୀତି ବିରୋଧରେ ଭାରତବାସୀ ସଂଗଠନ ପକ୍ଷରୁ ବାରିପଦା ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ମାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଗଣଧାରଣା ଦିଆଯାଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ସଂଗଠନ ପକ୍ଷରୁ ଜାତୀୟ ସଂହତି ଓ ସଦଭାବନା ଦିବସ ପାଳନ ଅବସରରେ ଏହି ଧାରଣା ଦିଆଯାଇଥିଲା। ଏଥିରେ ପୂର୍ବତନ ଏମ୍‌ପି ଶୁଶିଳା ତିରିଆ, ଜଗବନ୍ଧୁ ମିଶ୍ର, ହେମନ୍ତ ଦାସ, ରବି ଗୋସ୍ବାମୀ, ଅମଲ ଦେ, ଶ୍ରୀକାନ୍ତ ସାମଲ, ରଘୁନାଥ ପଣ୍ଡା, ବିଜନ ଦାସ, ଖବରଦାତା ସଞ୍ଜୟ ଚୌଧୁରୀ, ଡ.ବନଜା ମହାନ୍ତି, ଅଧ୍ୟାପିକା ଉଷା ଶତପଥୀ, ରଥ ସିଂ, ଅଜୟ କୁମାର ମହାପାତ୍ର, କାହ୍ନୁଚରଣ ବେହେରା, ଜୌତନ୍ୟ ପୂର୍ତ୍ତୀ, ଜ୍ୟୋତି ପ୍ରକାଶ ରଥ, ଶାନ୍ତନୁ କୁମାର ପାଲ, ସୁସ୍ମିତା ଘୋଷାଲ, ନିର୍ମଳ କୁମାର ପ୍ରଧାନ, ଇନ୍ଦୁମତି ମହାନ୍ତି ଓ ଅଧ୍ୟାପକ ଗୋପବନ୍ଧୁ ପ୍ରମୁଖ ଧାରଣାରେ ସାମିଲ ଥିଲେ।